fbpx

ବିଏସ୍ ୟେଦୁରପ୍ପାଙ୍କ ବିରୋଧରେ ପୋକ୍ସୋ ମାମଲା ରୁଜୁ ହେବା ପରେ କ’ଣ କହିଲେ…

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କହିଛନ୍ତି ଯେ ତାଙ୍କ ବିରୋଧରେ ପୋକ୍ସୋ ମାମଲା ରୁଜୁ ହେବା ପରେ ଆଇନ ନିଜର କାମ କରିବ । ତେବେ ଏହି ମାମଲାକୁ ସେ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିବାକୁ ଅସ୍ୱୀକାର କରିଛନ୍ତି । “ହଁ, ସେ ଏଠାରେ ଠିଆ ହୋଇ କାନ୍ଦୁଥିଲେ । ମୁଁ ତାଙ୍କୁ ପୂର୍ବରୁ ଦେଖିଥିଲି କିନ୍ତୁ ସାକ୍ଷାତ କରିନଥିଲି ।

ମୁଁ ତାଙ୍କୁ ଡାକି ତାଙ୍କ ସହ କଥା ହେଲି । ମୁଁ ଦୟାନନ୍ଦ (ବେଙ୍ଗାଲୁରୁ ପୋଲିସ କମିଶନର)ଙ୍କୁ ଫୋନ୍ କଲି। ସେ ମଧ୍ୟ ମୋ ବିରୋଧରେ ଅଭିଯୋଗ ଆଣିବା ଆରମ୍ଭ କରିଥିଲେ । ସେ ମାନସିକ ସ୍ତରରେ ସୁସ୍ଥ ଦେଖାଯାଉନଥିଲେ । ୟେଦୁରପ୍ପା ହସି ହସି କହିଛନ୍ତି, କାହାକୁ ସାହାଯ୍ୟ କରିଥିବାରୁ ମୋ ବିରୋଧରେ ଅଭିଯୋଗ ଆସିବ ବୋଲି ମୁଁ ଆଶା କରିନଥିଲି । ମୁଁ ସେମାନଙ୍କୁ କିଛି ଟଙ୍କା ମଧ୍ୟ ଦେଇଥିଲି ।”

Get real time updates directly on you device, subscribe now.