କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଂଲାଦେଶରେ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ଏବଂ ସଦ୍ୟତମ ବିବାଦକୁ ନେଇ ବୟାନ ଦେଇଛନ୍ତି । ବାଂଲାଦେଶରେ ପୂର୍ବରୁ ଲୋକଙ୍କୁ ହତ୍ୟା କରାଯାଇଛି, କିନ୍ତୁ ଏବେ ବି ଅତ୍ୟାଚାର ଚାଲିଛି । ବାଂଲାଦେଶରେ ଯାହା ଘଟୁଛି ତାହାକୁ ଆମେ କେହି ସମର୍ଥନ କରିନାହୁଁ ଏବଂ ଆମେ କୌଣସି ପ୍ରକାର ଅତ୍ୟାଚାର ବିରୋଧରେ ଅଛୁ, କିନ୍ତୁ ଏଠାରେ ଆମର ଭୂମିକା ଅତ୍ୟନ୍ତ ସୀମିତ କାରଣ ଆମେ ଏକ ଅଲଗା ରାଷ୍ଟ୍ର ଏବଂ ବାଂଲାଦେଶ ଏକ ଅଲଗା ରାଷ୍ଟ୍ର । ଏ ନେଇ ଭାରତ ସରକାର ବାଂଲାଦେଶ ସରକାରଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।
ବୈଦେଶିକ ବ୍ୟାପାର ନୀତି ଉପରେ ଟିଏମସିର ଆଭିମୁଖ୍ୟ ଅନୁଯାୟୀ, ଯିଏ କ୍ଷମତାରେ ଥାଉ ନା କାହିଁକି ଆମେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବୁ । ଆମର ଆଭିମୁଖ୍ୟ ସ୍ପଷ୍ଟ, ଆମେ କୌଣସି ଧର୍ମ ବିରୋଧରେ କୌଣସି ଅତ୍ୟାଚାରକୁ ଗ୍ରହଣ କରିବୁ ନାହିଁ । ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ଚିନ୍ମୟ କୃଷ୍ଣ ଦାସଗିରଫ ହେବା ପରଠାରୁ ଭାରତ ସହ ସମ୍ପର୍କ ତିକ୍ତ ହୋଇଛି । ଚିନ୍ମୟ କୃଷ୍ଣ ଦାସଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଯାଇଛି ।