ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ଘନିଷ୍ଠତା ଉପରେ କ’ଣ କହିଲେ ତସଲିମା ନସରୀନ ?

ନୂଆଦିଲ୍ଲୀ: ବାଂଲାଦେଶର ନିର୍ବାସିତ ଲେଖକ ତସଲିମା ନସରିନ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରକୁ ସମାଲୋଚନା କରିଛନ୍ତି । ବାଂଲାଦେଶ ଗଠନରେ ହଜାର ହଜାର ସୈନିକଙ୍କୁ ହରାଇଥିବା ଭାରତକୁ ଶତ୍ରୁ ଭାବେ ଚିତ୍ରିତ କରାଯାଉଛି ଏବଂ ଲକ୍ଷ ଲକ୍ଷ ବାଂଲାଦେଶୀଙ୍କୁ ହତ୍ୟା କରିଥିବା ପାକିସ୍ତାନ ଏବେ ବନ୍ଧୁ ପାଲଟିଛି ବୋଲି ତସଲିମା କହିଛନ୍ତି । ତସଲିମା ନସରିନ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ବାଂଲାଦେଶକୁ ଶତ୍ରୁ ପାକିସ୍ତାନଠାରୁ ରକ୍ଷା କରିବା ପାଇଁ ପ୍ରାଣ ହରାଇଥିବା ଭାରତର ୧୭,୦ ସୈନିକ ଏବେ ଶତ୍ରୁ ପାଲଟିଛନ୍ତି ।

୧୦ ନିୟୁତ ଶରଣାର୍ଥୀଙ୍କୁ ଆଶ୍ରୟ, ଖାଦ୍ୟ ଓ ବସ୍ତ୍ର ଦେଇଥିବା ଭାରତ ଏବେ ଶତ୍ରୁ ପାଲଟିଛି । ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ପାକିସ୍ତାନୀ ସେନାଠାରୁ ରକ୍ଷା କରିବା ପାଇଁ ଅସ୍ତ୍ରଶସ୍ତ୍ର ଓ ତାଲିମ ଦେଇଥିବା ଭାରତ ଏବେ ଶତ୍ରୁ ପାଲଟିଛି । ୩୦ ଲକ୍ଷ ଲୋକଙ୍କୁ ହତ୍ୟା କରିଥିବା ଏବଂ ୨ ଲକ୍ଷ ମହିଳାଙ୍କୁ ଦୁଷ୍କର୍ମ କରିଥିବା ପାକିସ୍ତାନକୁ ଏବେ ବନ୍ଧୁ ଭାବେ ବିବେଚନା କରାଯାଉଛି ।

ଆତଙ୍କବାଦୀ ସୃଷ୍ଟି କରିବାରେ ଏକ ନମ୍ବର ପାକିସ୍ତାନ ଏବେ ବନ୍ଧୁ ପାଲଟିଛି । ୧୯୭୧ ର ଅତ୍ୟାଚାର ପାଇଁ ବାଂଲାଦେଶକୁ ଏପର୍ଯ୍ୟନ୍ତ କ୍ଷମା ମାଗିନଥିବା ପାକିସ୍ତାନ ଏବେ ଏକ ବନ୍ଧୁ ରାଷ୍ଟ୍ର ରେ ପରିଣତ ହୋଇଛି ।