fbpx

କରୋନା ସ୍ଥିତି ସମୀକ୍ଷା ପରେ ଜିଲ୍ଲାପାଳ ଓ ଏସପିଙ୍କୁ କ’ଣ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ?

ଭୁବନେଶ୍ୱର,୨୭ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ କରୋନାର ଦୃଢ ମୁକାବିଲା ପାଇଁ ଯୋଜନାବଦ୍ଧ ଭାବେ କାମ କରିବାକୁ ଜିଲ୍ଲାପାଳ ଓ ଏପସିମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କରୋନା ସଂକ୍ରମିତଙ୍କ ନିକଟରେ ଔଷଧ ଓ ଅମ୍ଳଜାନ ଠିକ ସମୟରେ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଅମ୍ଳଜାନ ଯୋଗାଣ ପ୍ଲାନକୁ ଠିକ ଭାବରେ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଏହି ସବୁ କାର୍ଯ୍ୟର ତଦାରଖ କରିବେ । ତଦାରଖ ନେଇ ପରବର୍ତ୍ତୀ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘କରୋନା କହର ଲମ୍ବା ଚାଲିବ ବୋଲି ଜଣାଇଦେଇଛି ଦ୍ୱିତୀୟ ଲହର । ଦୀର୍ଘ ସମୟ ଧରି ଚାଲିବାକୁ ଥିବାରୁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ । କରୋନାକୁ ଟାଳିବାକୁ ହେଲେ ଆମକୁ ନିୟମ ମାନିବାକୁ ପଡିବ ।’ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ପୁଣିଥରେ ଲୋକମାନଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.