fbpx

ରାଜ୍ୟରେ କଲେଜ ଖୋଲିବା ନେଇ କ’ଣ କହିଲେ ଉଚ୍ଚଶିକ୍ଷା ସଚିବ?

ଭୁବନେଶ୍ୱର,୨୫ ।୧୧(ଓଡିଶା ଭାସ୍କର): କରୋନା ଯୋଗୁଁ ସ୍କୁଲ, କଲେଜ ବନ୍ଦ ହୋଇପଡିଛି । ଏହାରି ମଧ୍ୟରେ କଲେଜ ଖୋଲିବା ମାସେ ବିଳମ୍ବ ହୋଇପାରେ ବୋଲି କହିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର । ସେ କହିଛନ୍ତି ଯେ, ‘କଲେଜ ଓ ୟୁନିଭରସିଟି ଖୋଲିବା ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଆଜି ନହେଲେ ଦିନେ ନା ଦିନେ ଖୋଲିବ, ମାସେ ବିଳମ୍ବ ହୋଇପାରେ । ଏଥିପାଇଁ ଶିକ୍ଷାବର୍ଷ ଘୁଞ୍ଜାଯିବ ।’

ତେବେ ଶିକ୍ଷାବର୍ଷ ବାତିଲ କଥା ସାରା ଦେଶର ସରକାର ମିଶି ବିଚାର କରିବା କଥା । ନହେଲେ ଆମ ଛାତ୍ରଛାତ୍ରୀ କ୍ଷତି ସହିବେ । କଲେଜ ଓ ହଷ୍ଟେଲ ଖୋଲିବା ନେଇ ସବୁ ଦିଗକୁ ବିଚାର କରି ରାଜ୍ୟ ସରକାର ନିଷ୍ପତ୍ତି ହେବ ବୋଲି ସଚିବ କହିଛନ୍ତି ।

Get real time updates directly on you device, subscribe now.