fbpx

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିକୁ ନେଇ କ’ଣ କହିଲେ ରାଜ୍ୟ ନିର୍ବାଚନ କମିଶନର? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁତ୍ୱପୂର୍ଣ୍ଣ ସୂଚର୍ନ ଦେଇଛନ୍ତି । ସେ କହିଛନ୍ତି ଯେ, ‘କମିଶନଙ୍କ ପକ୍ଷରୁ ନିର୍ବାଚନ ସଙ୍କେତ ପ୍ରକାଶ କରାଯାଇଛି । ବାଲଟ ପେପର ସରକାରୀ ପ୍ରେସରେ ଛପା ଚାଲିଛି । ଆଲଫାବେଟିକାଲ ଅନୁସାରେ ଚିହ୍ନ ପ୍ରଦାନ କରାଯିବ । ଅନ୍ୟ ରାଜ୍ୟରୁ ଆବଶ୍ୟକୀୟ ବାଲଟ ବକ୍ସ ଆସି ସାରିଲାଣି । ଭୋଟର ତାଲିକା ପ୍ରସ୍ତୁତି ଶେଷ ହୋଇ ପ୍ରକାଶ ପାଇ ସାରିଛି । କୋଭିଡ ସ୍ଥିତିକୁ ଦେଖି ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯିବ ।’

ତେବେ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂକେତ ପ୍ରକାଶ ପାଇଛି । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥୀଙ୍କ ସଂକେତ ଜାରି ହୋଇଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ସଚିବ ଚିଠି ଲେଖିଛନ୍ତି । ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଏହି ସଂକେତ ଜାରି ହୋଇଛି । ସରପଞ୍ଚ ପ୍ରାର୍ଥୀଙ୍କ ଲାଗି ୩୨ ପ୍ରକାର ସଂକେତ ଜାରି ହୋଇଛି । ଏହା ସହିତ ସମିତି ସଭ୍ୟଙ୍କ ପାଇଁ ୧୯ଟି ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ୧୫ ପ୍ରକାର ସଂକେତ ଜାରି ହୋଇଛି । ସେହିପରି ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ୧୯ ପ୍ରକାର ସଂକେତ ଜାରି ହୋଇଛି । ଏହି ସଂକେତ ଭିତରେ ଶଗଡ଼ ଗାଡ଼ି, ନିକିତି, କଲମ, ନଡ଼ିଆ ଗଛ, ଖୋଲା ବହି, ମାଛ, ସୂର୍ଯ୍ୟ, ଲଙ୍ଗଳ, କେଟଲି ତଥା ଟୁଲ୍, ବସ ଭଳି ଅନେକ ପ୍ରକାରର ସଂକେତ ଜାରି କରାଯାଇଛି ।

Get real time updates directly on you device, subscribe now.