fbpx

‘ବାବା କା ଢାବା’ର ମାଲିକ ଏବେ କଣ କରୁଛନ୍ତି, ଜାଣନ୍ତି କି ?

Advertisement

ନୂଆଦିଲ୍ଲୀ, ୨୧ା୧୨: ରାତାରାତି ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ‘ବାବା କା ଢାବା’ର ମାଲିକଙ୍କ ଜୀବନଶୈଳୀ ପରିବର୍ତ୍ତନ ହୋଇଯାଇଛି । କିଛି ଦିନ ପୂର୍ବରୁ ଗ୍ରାହକ ନଥିବାରୁ ମୁଣ୍ଡ ପିଟୁଥିବା ଢାବାର ମାଲିକ କାନ୍ତା ପ୍ରସାଦଙ୍କୁ ଅନେକ ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିଥିଲେ ।

ସୂଚନା ଅନୁଯାୟୀ, କାନ୍ତା ପ୍ରସାଦ ନିଜର ପୁରୁଣା ଢାବା ନିକଟରେ ଏକ ନୂଆ ରେଷ୍ଟୁରାଣ୍ଟ ଖୋଲିଛନ୍ତି । ଏହାର ଇଣ୍ଟେରିଅର ଡିଜାଇନ ଉପରେ କାନ୍ତା ବହୁତ ଧ୍ୟାନ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଲଗାଇଛନ୍ତି । ରେଷ୍ଟୁରାଣ୍ଟରେ ସାମନା ପଟେ ଏକ ଛୋଟ ମନ୍ଦିର ସହ ମୟୁର ପର ଚିତ୍ରିତ ହୋଇଥିବା ଡିଜାଇନ କରିଛନ୍ତି ।

ଦିନକୁ ଦିନ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ କିଛି ଷ୍ଟାଫଙ୍କୁ ସେ ନିଯୁକ୍ତି ଦେଇଛନ୍ତି । କାନ୍ତା ଏବେ କେବଳ ଆରାମଦାୟକ ଚୌକିରେ ବସିବା ସହ ହିସାବ ରଖିବେ । ତେବେ ତାଙ୍କ ରେଷ୍ଟୁରାଣ୍ଟର ଖାଦ୍ୟର ମୂଲ୍ୟ ପୂର୍ବ ପରି ବଜାୟ ରହିବ ବୋଲି କାନ୍ତା କହିଛନ୍ତି ।

Get real time updates directly on you device, subscribe now.