fbpx

ଏହିସବୁ ସ୍ବପ୍ନ ଦେଖିବା ଦ୍ଵାରା ମିଳିଥାଏ ଅଶୁଭ ସଙ୍କେତ, ଜାଣନ୍ତୁ କ’ଣ

Advertisement

ରାତିରେ ଶୋଇବା ପରେ ସ୍ୱପ୍ନ ଦେଖିବା ମଣିଷର ସ୍ୱଭାବ। ଶାସ୍ତ୍ର ଅନୁସାରେ ସ୍ବପ୍ନ ଭବିଷ୍ୟତର ସଙ୍କେତ ଦେଇଥାଏ। ଶୋଇବା ସମୟରେ ଆମ ମସ୍ତିଷ୍କ ଅବଚେତନ ଅବସ୍ଥାରେ ଥାଏ ,ସେତେବେଳେ ବିଭିନ୍ନ ପ୍ରକାର କଥା ଚାଲୁଥାଏ ତାହାକୁ ସ୍ବପ୍ନ କୁହାଯାଏ। କିଛି ସ୍ବପ୍ନ ଆମ ପାଇଁ ଅତ୍ୟନ୍ତ ଶୁଭ ହୋଇଥିବା ବେଳେ କିଛି ଅଶୁଭ ହୋଇଥାଏ।ଯାହାକୁ ଆଦୌ ନଜରଅନ୍ଦାଜ କରିବା କଥା ନୁହେଁ। ତାର ତୁରନ୍ତ ପ୍ରତିକାର କରିବା ସହ ସତର୍କ ହେବାର ଆବଶ୍ୟକତା ରହିଛି ।

ସାପ ସ୍ୱପ୍ନ: ଯଦି କୈାଣସି ବ୍ୟକ୍ତି ଅସୁସ୍ଥ ଥିବାବେଳେ କଳା ରଙ୍ଗର ସାପର ସ୍ବପ୍ନ ଦେଖନ୍ତି ତେବେ ତାଙ୍କର ଆଗକୁ ମୃତ୍ୟୁ ବା ଏହା ସମାନ କଷ୍ଟ ଭୋଗିବାକୁ ପଡିଥାଏ।

ସେହିଭଳି ଗର୍ଭବତୀ ମହିଳା ଯଦି ସ୍ବପ୍ନରେ ସାପ ଦେଖନ୍ତି ତାହେଲେ ପୁତ୍ର ପ୍ରାପ୍ତିର ସୈାଭାଗ୍ୟ ମିଳିଥାଏ ବୋଲି କୁହାଯାଏ।

ସ୍ବପ୍ନରେ ଅତିଥି: ଯଦି ସ୍ୱପ୍ନରେ ଅତିଥି ଆସିବାର ଦେଖାଯାଏ ତେବେ ଏହାର ଅର୍ଥ ହଠାତ୍ କୈାଣସି ବିପଦର ଆସିବାର ଅଛି। ତେଣୁ ଆପଣଙ୍କୁ ସାବଧାନ ରହିବାକୁ ପଡ଼ବ।

ସ୍ବପ୍ନରେ ଉଲ୍ଲକା: ସ୍ୱପ୍ନରେ ଉଲ୍କକା ଦେଖିବା ଅତି ଅଶୁଭର ସଙ୍କେତ ହୋଇଥାଏ। ଏହାର ଅର୍ଥ ଆପଣଙ୍କୁ କୈାଣସି ରୋଗ କିମ୍ବା ଦୁଃସମ୍ବାଦ ମିଳିପାରେ।

ଲଣ୍ଡା ହେଉଥିବାର ଦେଖିଲେ: ଯଦି ସ୍ୱପ୍ନରେ କୌଣସି ବ୍ୟକ୍ତି ଲଣ୍ଡା ହେଉଥିବାର ଦେଖନ୍ତି ତେବେ ଆପଣଙ୍କୁ ଭିନ୍ନ ଭିନ୍ନ ଫଳ ମିଳିଥାଏ । ମହିଳା ଲଣ୍ଡା ହେଉଥିବା ସ୍ବପ୍ନ ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହା ଦେଖିବା ଦ୍ବାରା ଭବିଷ୍ୟତରେ ଆର୍ଥିକ କ୍ଷତି ହୋଇପାରେ। କିନ୍ତୁ ପୁରୁଷଙ୍କୁ ଲଣ୍ଡା ହେଉଥିବାର ସ୍ବପ୍ନ ଯଦି ଦେଖନ୍ତି ତାହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କୁ ଖୁବ୍ ଶୀଘ୍ର ଅର୍ଥପ୍ରାପ୍ତି ହେବ ବୋଲି କୁହାଯାଏ।

ପଡିଯାଉଥିବାର ସ୍ୱପ୍ନ: ସ୍ବପ୍ନରେ ନିଜକୁ ପାହାଡ଼ ତଳକୁ ପଡ଼ିବାର ଦେଖିଲେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଜ୍ୟାତିଷଶାସ୍ତ୍ର ଅନୁସାରେ ଯେତେବେଳେ ରାହୁ ଏବଂ କେତୁ ଦଶା ଚାଲିଥାଏ ସେତେବେଳେ ଏହି ସ୍ବପ୍ନ ଦେଖାଯାଏ। ଏହିପରି ସ୍ବପ୍ନ ଦେଖିବାର ଅର୍ଥ ହେଉଛି ମାନ-ସମ୍ମାନ ହରାଇବା।

Get real time updates directly on you device, subscribe now.