fbpx

ଋତୁ ପରିବର୍ତ୍ତନ ସମୟରେ ପିଲାମାନଙ୍କୁ କେଉଁ ଖାଦ୍ୟ ଦେବା ଆବଶ୍ୟକ, ଆସନ୍ତୁ ଜାଣିବା ଏହା କଣ

Advertisement

ଓଡିଶା ଭାସ୍କର: ହେଉଛି ଋତୁ ପରିବର୍ତ୍ତନ । ଏହି କାରଣରୁ ଛୋଟଛୋଟ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ରୋଗ ଦେଖାଯାଇଥାଏ । ଆପଣମାନେ ଲକ୍ଷ୍ୟ କରିଥିବେ ଋତୁ ପରିବର୍ତ୍ତନ ହେବା ସମୟରେ ପିଲାମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏଥିଲାଗି ବିଶେଷ ଯତ୍ନ ନେବେକୁ ମଧ୍ୟ ପଡିଥାଏ । ଏଥିଲାଗି କିଛି ଖାଦ୍ୟପେୟ ରହିଛି ଯାହା ପିଲାମାନେ ଖାଇଲେ ସୁସ୍ଥ ରହିବେ । ତେବେ ଆସନ୍ତୁ ଜାଣିବା ଏହା କେଉଁ ପ୍ରକାରର ଖାଦ୍ୟ ହୋଇଥାଏ ।

୧- ଆପଣମାନେ ମନରେଖିବା ଉଚିତ ପିଲାମାନଙ୍କୁ ଖାଇବାକୁ ଦେବା ସହିତ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ । ଆପଣଙ୍କ ପିଲା ଯଦି ହାତରେ ଖାଉଛି ତେବେ ପିଲାର ହାତ ସର୍ବଦା ସଫା ରଖନ୍ତୁ ଏବଂ ପିଲାମାନଙ୍କୁ ହାତ ସଫା କରିବାର ଅଭ୍ୟାସ ଶିଖାନ୍ତୁ ।

୨- ପ୍ରତ୍ୟେକ ଦିନ ପିଲାମାନଙ୍କୁ କିଛି ଦହି ଖାଇବାକୁ ଦିଅନ୍ତୁ । ଦହି ଖାଇବା ଦ୍ୱାରା ପିଲାମାନଙ୍କର ପେଟ ଭଲ ରହିଥାଏ । କାରଣ ଦହିରେ ଥିବା ଭଲ ବ୍ୟାକ୍ଟେରିଆ ଆପଣଙ୍କ ଶରୀର ପାଇଁ ଭଲ ହୋଇଥାଏ ।

୩- ଋତୁ ବା ପାଗ ପରିବର୍ତ୍ତନ ହେବା ସମୟରେ ଆପଣମାନେ ନିଜର ପିଲାମାନଙ୍କୁ ଏକ ଗ୍ଲାସ ଗରମ କ୍ଷୀରରେ ଟିକେ ହଳଦୀ ମିଶେଇ ଶୋଇବା ପୂର୍ବରୁ ପିଇବାକୁ ଦିଅନ୍ତୁ । ଏହା ଅନେକ ରୋଗରୁ ରକ୍ଷା କରିବା ସହିତ ଅସୁସ୍ଥ ହେବାକୁ ଦିଏ ନାହିଁ ।

୪- ପାଗ ପରିବର୍ତ୍ତନ ହେତୁ ପିଲାମାନଙ୍କୁ ସାଧାରଣତ ଥଣ୍ଡା, କାଶ ସମସ୍ୟା ଲାଗି ରହିଥାଏ । ଆପଣ ଅଦାରେ ଟିକେ ମହୁ ମିଶାଇ ପିଲାମାନଙ୍କୁ ଖାଇବାକୁ ଦେଲ କାଶ, ଥଣ୍ଡା ସମସ୍ୟା ଦୂର ହୋଇଥାଏ ।

୫- ଏହି ବର୍ଷା ଋତୁରେ ମୌସୁମୀ ଫଳ ସବୁ ଛୁଆମାନଙ୍କୁ ଖାଇବାକୁ ଦେବା ଦରକାର । କାରଣ ମୌସୁମୀରେ ଥିବା ଭିଟାମିନ ବିଭିନ୍ନ ପ୍ରକାରର ରୋଗମାନଙ୍କ ସହ ଲଢିବାରେ ସହାୟକ ହୋଇଥାଏ ।

୬- ବିଭିନ୍ନ ପରିବାରୁ ସୁପ ପ୍ରସ୍ତୁତ କରି ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ । ପିଲଙ୍କୁ ଗରମ ସୁପ ବନେଇକି ଦେବା ଦ୍ୱାରା ପିଲାମାନଙ୍କୁ ଶକ୍ତି ଯୋଗାଇବା ସହ ସେମାନଙ୍କୁ ଅନେକ ରୋଗ ସଂକ୍ରମଣରୁ ରକ୍ଷା କରିଥାଏ ।

Get real time updates directly on you device, subscribe now.