fbpx

ଯୁଦ୍ଧରେ ଜେଲେନସ୍କିଙ୍କୁ ହତ୍ୟା କରାଯିବ ନା ପୁଟିନଙ୍କ କ୍ଷମତା ଲୋପ ପାଇବ: ଆଗକୁ ବିଶ୍ୱ ଦେଖିବ ଏହି ୭ଟି ପରିସ୍ଥିତି

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୧୦ମ ଦିନରେ ପହଞ୍ଚିଥିବା ବେଳେ ଏହାର ଭବିଷ୍ୟତ ଖୁବ ଭୟଙ୍କର ହେବା ଆଶଙ୍କା କରାଯାଉଛି । ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଯୁଦ୍ଧର ୭ଟି ପରିଣତି ଉପରେ ଆଲୋକପାତ କରାଯାଇଛି । ଆଗକୁ କ’ଣ ଘଟିବ କହିହେବନି, ମାତ୍ର ଏପରି କିଛି ଘଟିପାରେ ବୋଲି ଅନୁମାନ କରାଯାଉଛି ।

୧- ରୁଷ ୟୁକ୍ରେନର ଏକାଧିକ ସହର ଉପରେ ପୂର୍ବରୁ ଆକ୍ରମଣ କରିଥିଲେ ହେଁ ଏ ପର୍ଯ୍ୟନ୍ତ ବାୟୁସେନାର ଉପଯୋଗ କରିନାହିଁ । ତେଣୁ ଏୟାର ଫୋର୍ସର ଉପଯୋଗ କରି ରୁଷ୍ ଯୁଦ୍ଧକୁ ସମାପ୍ତ କରିପାରେ ।

୨- ୟୁକ୍ରେନକୁ କବଜା କରିବା ପରେ ରୁଷ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ହତ୍ୟା କରିପାରେ କିମ୍ବା ସେ ଦେଶ ଛାଡ଼ି ପାରନ୍ତି ।

୩- ପଶ୍ଚିମୀ ଦେଶଗୁଡ଼ିକ କ୍ରମାଗତ ଭାବେ ୟୁକ୍ରେନକୁ ସାମରିକ ଅସ୍ତ୍ରଶସ୍ତ୍ର ପ୍ରଦାନ କରି ଆସୁଥିବାରୁ ରୁଷ ପାଇଁ ଏହା ସମସ୍ୟା ଆଣିପାରେ । ଏଭଳି ସ୍ଥିତିରେ ଯୁଦ୍ଧ ଅଧିକ ସମୟ ଜାରି ରହିଲେ ରୁଷକୁ ଅଧିକ ଆର୍ଥିକ କ୍ଷତିଗ୍ରସ୍ତ ହେବାକୁ ପଡ଼ିପାରେ ।

୪- ତେବେ ୟୁକ୍ରେନ ପରେ ରୁଷ୍ ପଡ଼ୋଶୀ ଦେଶଗୁଡ଼ିକ ଉପରେ କର୍ତ୍ତୃତ୍ୱ ଜାହିର କରିବାକୁ ଚେଷ୍ଟା କରିବ । ମୋଲଡୋଭା ଓ ଜର୍ଜିଆ ରୁଷର ପ୍ରଥମ ଶିକାର ହୋଇପାରନ୍ତି ।

୫- ପୂର୍ବରୁ ୟୁକ୍ରେନ-ରୁଷ ମଧ୍ୟରେ ଆଲୋଚନା ହୋଇଥିଲେ ହେଁ ସମାଧାନର ସୂତ୍ର ବାହାରି ପାରି ନାହିଁ । ତେଣୁ ଆଗକୁ ଦୁହେଁ ପରସ୍ପରର ସର୍ତ୍ତରେ ରାଜି ହେଲେ ଯୁଦ୍ଧ ଖତମ ହୋଇପାରେ ।

୬- ତେବେ ପୁଟିନଙ୍କ ଯୁଦ୍ଧ ନିଷ୍ପତ୍ତି ତାଙ୍କୁ କ୍ଷମତାରୁ ବିଚ୍ୟୁତି କରିପାରେ । ଏକା ଏକା କେତେଦିନ ପୁଟିନ ଆର୍ଥିକ କଟକଣାକୁ ନେଇ ଆଗକୁ ଚାଲିବେ । ନିଜ ଦେଶରେ ଏବେ ତାଙ୍କୁ ବିଭିନ୍ନ ମହଲରୁ ବିରୋଧ କରାଗଲାଣି ।

୭- ଯୁଦ୍ଧ ପୁଟିନଙ୍କ ଲୋକପ୍ରିୟତା ହ୍ରାସ ପାଇବା ସହ ତାଙ୍କୁ ସମର୍ଥନ କରୁଥିବ ବଡ଼ ବଡ଼ ଶିଳ୍ପପତି ତାଙ୍କଠାରୁ ଦୂରେଇ ପାରନ୍ତି । ଏପରି ସ୍ଥିତିରେ ରୁଷରେ ବିଦ୍ରୋହ ହୋଇପାରେ । ଏହାକୁ ବିରୋଧ କରିବାକୁ ଯାଇ ପୁଟିନ ଶେଷରେ ନିଜର ପଦ ହରାଇ ପାରନ୍ତି ।

Get real time updates directly on you device, subscribe now.