fbpx

୨୦୨୧-୨୨ ବଜେଟରେ କ’ଣ ଶସ୍ତା, କ’ଣ ମହଙ୍ଗା? ଜାଣନ୍ତୁ

ନୂଆଦିଲ୍ଲୀ,୧ ।୨: : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ କିଛି ଜିନିଷ ଶସ୍ତା ଥିବା ବେଳେ ଆଉ କିଛି ମହଙ୍ଗା ହୋଇଛି । ତେବେ ସୁନା, ରୂପା ଶସ୍ତା ହେବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଛନ୍ତି । ଲୁହା, ଷ୍ଟିଲ ଓ ତମ୍ବା ଶସ୍ତା ହେବ । କିନ୍ତୁ ବିଦେଶୀ ମୋବାଇଲ ମହଙ୍ଗା ହେବ । ଅକ୍ଟୋବର ୧ରୁ କଷ୍ଟମ ଡ୍ୟୁଟି ଲାଗୁ ହେବ । ଏହା ଫଳରେ ବିଦେଶରୁ ଆସୁଥିବା କପଡା, ଅଟୋ ପାର୍ଟସ ସବୁ ମହଙ୍ଗା ହେବ ।

ତେବେ ଆସନ୍ତୁ ଜାଣିବା ୨୦୨୧-୨୨ରେ କ’ଣ ମହଙ୍ଗା ଓ କ’ଣ ଶସ୍ତା

ମହଙ୍ଗା-

ବିଦେଶୀ ମୋବାଇଲ

ମୋବାଇଲ ଉପକରଣ

ବିଦେଶରୁ ଆସୁଥିବା କପଡା

ବିଦେଶୀ ଅଟୋ ପାର୍ଟସ

ବିଦ୍ୟୁତ ଉପକରଣ

ମୋବାଇଲ ଫୋନ, ମୋବାଇଲ ଚାର୍ଜର

ରତ୍ନ ପଥର

ସୋଲାର ଇନଭର୍ଟର

ବିଦେଶୀ ଖାଦ୍ୟ ତୈଳ

ପେଟ୍ରୋଲ ଓ ଡିଜେଲ୍

ଶସ୍ତା-

ସୁନା

ରୁପା

ଲୁହା ଓ ଷ୍ଟିଲ ସାମଗ୍ରୀ

ତମ୍ବା ସାମଗ୍ରୀ ଲୁହା

ସ୍ୱତନ୍ତ୍ର ଚମଡା ଦ୍ରବ୍ୟ

ସୋଲାର ଲଣ୍ଠନ

Get real time updates directly on you device, subscribe now.