fbpx

Google Ad Scam କ’ଣ ? ଖାଲି ହୋଇଯିବ ଆକାଉଣ୍ଟ ! ସୁରକ୍ଷା ପାଇଁ ଆପଣାନ୍ତୁ ଏହି ଟ୍ରିକ୍

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ଗୋଟିଏ କ୍ଲିକରେ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର ହୋଇଯାଏ । ଇଣ୍ଟେରନେଟରେ ଏଭଳି ଅନେକ ରଙ୍ଗିନ୍ ଏବଂ ଆକର୍ଷକ ବିଜ୍ଞାପନ ଦେଖିଥାଉ ଯାହା ଆମକୁ କିଛି କିଣିବା ପାଇଁ ପ୍ରଲୋଭିତ କରିଥାଏ । କିନ୍ତୁ ଅନେକ ଲୋକେ ଜାଣି ନଥାନ୍ତି ଯେ ବେଳେ ବେଳେ ଏଭଳି ବିଜ୍ଞାପନ ସ୍କାମ୍ ହୋଇପାରେ । ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାୟବ ହୋଇପାରେ । ଏଭଳି ବିଜ୍ଞାପନକୁ Google Ad Scam କୁହାଯାଏ ।

ତେବେ ଆସନ୍ତୁ ଜାଣିବା ଗୁଗୁଲ ଆଡ୍ ସ୍କାମର କେତୋଟି ପ୍ରକାର ଅଛି
୧. ଅଫର କେବଳ ଆଜି ପାଇଁ, ଶେଷ ଷ୍ଟକ୍ ଭଳି ଶବ୍ଦର ବ୍ୟବହାର କରି ଆପଣଙ୍କୁ ଡରାଇଥାନ୍ତି । ସେମାନେ ଆପଣଙ୍କ ଡରର ହିଁ ଫାଇଦା ଉଠାଇଥାନ୍ତି । ଶସ୍ତା ଜିନିଷ ଅଧିକ ମୂଲ୍ୟରେ ବିକ୍ରି କରିଥାନ୍ତି ।

୨. ଅନେକ ବିଜ୍ଞାପନ ମିଥ୍ୟା ପ୍ରତିଶ୍ରୁତି ଦେଇଥାନ୍ତି । କୌଣସି ଜିନିଷ ବିଷୟରେ ଅଧିକ ବଢ଼େଇ ଚଢ଼େଇ କହିଥାନ୍ତି ଯେପରି ‘ଚମତ୍କାରୀ ଚିକିତ୍ସା’ ବା ‘ବିନା ପରିଶ୍ରମରେ ଅର୍ଥ ରୋଜଗାର’ ଇତ୍ୟାଦି ଦାବି କରିଥାନ୍ତି ।

୩. ଫିଶିଂ ସ୍କାମରେ ବିଜ୍ଞାପନ ମାଧ୍ୟରେ କ୍ରେଡିଟ୍ କାର୍ଡ଼ ନମ୍ବର ବା ଲଗ୍ ଇନ୍ ପାସୱାର୍ଡ଼ ଭଳି ଗୁପ୍ତ ଡାଟା ଚୋରି କରିଥାନ୍ତି । ବିଶିଷ୍ଟ କମ୍ପାନୀଗୁଡ଼ିକ ପରି ଅସଲି ବିଜ୍ଞାପନ ପ୍ରଦର୍ଶିତ କରିଥାନ୍ତି କିନ୍ତୁ ଲିଙ୍କରେ କ୍ଳିକ୍ କରିବା ମାତ୍ରେ ଏହା ଆପଣଙ୍କୁ ଜାଲ୍ ୱେବସାଇଟକୁ ନେଇଯାଏ ।

୪. ମାଲେଓୟାର ସ୍କାମ ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ଫୋନ୍, କମ୍ପ୍ୟୁଟର କିମ୍ବା ଲାପଟପ ପ୍ରୋଗ୍ରାମ ପାଇଁ ବିପଜ୍ଜନକ ହୋଇପାରେ । ଏହା ଦ୍ୱାରା ଡାଟା ଚୋରି ହେବାର ଆଶଙ୍କା ରହିଥାଏ ।

Google Ad Scamରୁ କିପରି ନିଜକୁ ରକ୍ଷା କରିବେ ?
-ଇଣ୍ଟେରନେଟରେ ଦେଖାଯାଉଥିବା ଆର୍ଷଣୀୟ ବିଜ୍ଞାପନ ଠାରୁ ଦୂରେଇ ରୁହନ୍ତୁ । ଏଭଳି ବିଜ୍ଞାପନ ଲୋକଙ୍କୁ ଠକିବା ପାଇଁ ହୋଇଥାଏ ଯାହା ପ୍ରକୃତ କମ୍ପାନୀର ବିଜ୍ଞାପନ ପରି ଦେଖାଯାଏ । ସନ୍ଦେହ ହେଲେ ଏଭଳି ଲିଙ୍କ ଉପରେ କ୍ଳିକ୍ କରନ୍ତୁ ନାହିଁ । କ୍ଲିକ୍ କରିବା ପୂର୍ବରୁ ଠିକ୍ ଭାବେ ଯାଞ୍ଚ କରନ୍ତୁ ।
-ଏଭଳି କୌଣସି ସନ୍ଦେହଜନକ ବିଜ୍ଞାପନ ଦେଖିଲେ ନିଜ ବ୍ୟକ୍ତିଗତ ସୂଚନା ଯେପରି ଫୋନ୍ ନମ୍ବର, ଏଟିଏମ୍ କାର୍ଡ଼ ନମ୍ବର, ଆକାଉଣ୍ଟ ନମ୍ବର, ଲଗ୍ ଇନ୍ ଆଇଡ଼ି ଦିଅନ୍ତୁ ନାହିଁ ।
– ଏଭଳି ସନ୍ଦେହଜନକ ବା ସ୍କାମ୍ ବିଜ୍ଞାପନ ଦେଖିଲେ ଗୁଗୁଲକୁ ରିପୋର୍ଟ କରନ୍ତୁ । ଏହା ଦ୍ୱାରା ଗୁଗୁଲ ସେହି ବିଜ୍ଞାପନକୁ ହଟାଇ ଅନ୍ୟ ବ୍ୟବହାରକାରୀଙ୍କୁ ଠକାମିରୁ ରକ୍ଷା କରିପାରିବ ।

Get real time updates directly on you device, subscribe now.