fbpx
BJD SKY
BJD SKY

PESA Act କ’ଣ: ଏହି ଆଇନରେ କେଉଁସବୁ ବେନିଫିଟ୍ ମିଳେ, କେଉଁମାନେ ଏହାର ଫାଇଦା ଉଠାଇ ପାରିବେ

BJD

ନୂଆଦିଲ୍ଲୀ: ପଞ୍ଚାୟତ (ଏକ୍ସଟେନସନ ଟୁ ଶିଡ୍ୟୁଲଡ ଏରିଆଜ ଆକ୍ଟ ବା ପେସା ୧୯୮୬ରେ ଆରମ୍ଭ ହୋଇଥିଲା । ପଞ୍ଚାୟତିରାଜ ବ୍ୟବସ୍ଥାରେ ଅନୁସୂଚିତ ଜାତିର ବିସ୍ତାର କରି ଏହି ଆଇନର ଶୁଭାରମ୍ଭ କରାଯାଇଥିଲା । ସହଜ ଭାଷାରେ କହିବାକୁ ଗଲେ ଏହି ଆଇନରେ ଜଳ, ଜଙ୍ଗଲ, ଜମି ଆଦି ତିନି କ୍ଷେତ୍ରରେ ଅଧିକାର ମିଳିବ । ମଧ୍ୟପ୍ରଦେଶରେ ଏବେ ପେସା ଆଇନକୁ ଖୁବ୍ ଚର୍ଚ୍ଚା ଜାରି ରହିଛି । ଆଦିବାସୀଙ୍କ ପାଇଁ ପେସା ଆକ୍ଟ ଲାଗୁ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଆଇନକୁ ନେଇ ଜନସାଧାରଣଙ୍କୁ ସଚେତନତା କରାଉଛନ୍ତି ।

ପେସା ଆକ୍ଟ ମାଧ୍ୟମରେ ଆଦିବାସୀଙ୍କୁ ଭୂମି ଅଧିକାର ମିଳିବା ନେଇ କୁହାଯାଇଛି । ଯେଉଁ ଅନୁସୂଚିତ ଅଞ୍ଚଳରେ ଗ୍ରାମ ସଭା ହେବ, ସେଠାରେ ଜଳକୁ ଷ୍ଟୋର କରି ରଖିବା ଓ ମାଟି କ୍ଷୟକୁ ରୋକିବା ଦିଗରେ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟ କରିବ । କୃଷି ବିଭାଗ ଜରିଆରେ ଏହି ସବୁ କାର୍ଯ୍ୟ କରାଯିବ । ଜନଜାତି ଅଞ୍ଚଳରେ ଭୂ-ଅଭିଲେଖ ପାଇଁ ଗ୍ରାମ ସଭାର ଆୟୋଜନ କରାଯିବ । ଆର୍ଥିକ ବର୍ଷ ପାଇଁ ଆଦିବାସୀଙ୍କୁ ଏକ ମାନଚିତ୍ର ପ୍ରଦାନ କରାଯିବ । ଏହି ମାନଚିତ୍ର ମିଳିବା ପରେ ସେମାନଙ୍କୁ ଆଉ ତହସିଲ ଅଫିସକୁ ଧାଇଁବାକୁ ପଡ଼ିବ ନାହିଁ ।

ଏହି ଆଇନ ଅଧିନରେ ଆସୁଥିବା ଲୋକଙ୍କୁ ସେମାନଙ୍କର ଜମି ସମ୍ବନ୍ଧୀୟ ସମସ୍ତ ପ୍ରକାରର ସୁବିଧା ପ୍ରଦାନ କରାଯିବ । ଗ୍ରାମ ଜମିର ମାମଲା ଗ୍ରାମସଭାରେ ପ୍ରସ୍ତାବ ମାଧ୍ୟମରେ ପାରିତ ହେବ । ଯଦି ଜମି କୌଣସି ଅଣଆଦିବାସୀ ନିକଟକୁ ଚାଲିଯାଏ, ତେବେ ତାହାକୁ ଫେରସ୍ତ ପାଇବା ନେଇ ଅଧିକାର ରହିବ । ପେସା ଆଇନ ମାଧ୍ୟମରେ ଆଦିବାସୀଙ୍କ ଜମିକୁ ନେଇ ଅଧିକାର ବଢ଼ିବ । ଯଦି କାହାର କୌଣସି ଜମି ନିଲାମ ହୁଏ, ତେବେ ତାହାକୁ ଜଣେ ଆଦିବାସୀଙ୍କୁ ପ୍ରଦାନ କରାଯିବ । ଯଦି କୌଣସି ଜମି ବନ୍ଧକ ରଖାଯାଇଥାଏ, ତେବେ ଆଦିବାସୀଙ୍କୁ ତାହା ଦେବା ନେଇ ଗ୍ରାମସଭାର ଅଧିକାର ରହିବ । ଏଥିସହିତ ଗ୍ରାମସଭା ନିକଟରେ ଜଳ ପରିଚାଳନା ଅଧିକାର ମଧ୍ୟ ରହିବ ।

Get real time updates directly on you device, subscribe now.