fbpx

ପ୍ରେମିକାକୁ ଭେଟିବାକୁ ଘରେ ପହଞ୍ଚିଲା ଯୁବକ: ଭାଇ ହାତରେ ଧରାପଡିବାରୁ …

ନୂଆଦିଲ୍ଲୀ: ବିହାରର ନୱାଦାରେ ପ୍ରେମିକାକୁ ଭେଟିବାକୁ ଯାଇଥିବା ପ୍ରେମିକଙ୍କୁ ଜୋରଦାର ମାଡ଼ ମରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହା ପରେ ତାଙ୍କୁ ସ୍ଥାନୀୟ ପୋଲିସ ଷ୍ଟେସନରେ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ଏହି ମାରପିଟରେ ପ୍ରେମିକ ଜଣକ ଗୁରୁତର ଆହତ ହୋଇଛନ୍ତି, ଫଳରେ ତାଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ, ରଜୌଲୀ ପୋଲିସ ଷ୍ଟେସନ ପରିସରରେ ଥିବା ଏକ ଗାଁର ଜଣେ ଯୁବକ ନୱାଦାରେ ଇଣ୍ଟରର ଅଧ୍ୟୟନ କରୁଥିଲେ । ଏହି ସମୟରେ କୋଚିଂରେ ସେ ନୱାଦା ସହରର ଜଣେ ଝିଅକୁ ଭଲପାଇବସିଲେ । ପ୍ରାୟ ଏକ ବର୍ଷ ଧରି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା ।

ଶୁକ୍ରବାର ବିଳମ୍ବିତ ରାତିରେ ଯୁବତୀଙ୍କ ଘରେ କେହି ନଥିଲେ । ଏହା ପରେ ସେ ନିଜ ପ୍ରେମିକକୁ ଘରକୁ ଡାକିଥିଲେ । ସୂଚନା ମୁତାବକ, ଏହି ସମୟ ମଧ୍ୟରେ ଯୁବତୀଙ୍କ ଭାଇ ଭଉଣୀର ପ୍ରେମିକକୁ ଘରେ ପ୍ରବେଶ କରୁଥିବା ଦେଖିଦେଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ମହାଭାରତ । ସେ ବନ୍ଦ ରୁମରେ ଭଉଣୀର ପ୍ରେମିକକୁ ପୁରାଇ ଜୋରଦାର ମାରପିଟ୍ କରିଥିଲେ । ଏହା ପରେ ତାଙ୍କୁ ସ୍ଥାନୀୟ ପୋଲିସ ଷ୍ଟେସନରେ ହସ୍ତାନ୍ତର କରିଥିଲେ ।

ତେବେ ଦୁହେଁ ଯୁବକ-ଯୁବତୀ ୧୮ ବର୍ଷ ବୟସରୁ ଅଧିକ ବୋଲି ଜଣାପଡିଛି । ଅବଶ୍ୟ ଏବେ ଗୁରୁତର ଅବସ୍ଥାରେ ପ୍ରେମୀର ଚିକିତ୍ସା ଚାଲିଛି । ପ୍ରେମିକର ମୁଣ୍ଡରରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ପୋଲିସ କାହା ବିରୋଧରେ ମାମଲା ରୁଜୁ କରିନି । ଅଭିଯୋଗ ମିଳିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

Get real time updates directly on you device, subscribe now.