fbpx

FAST Formula କ’ଣ ? ଏହା ଷ୍ଟ୍ରୋକକୁ ଚିହ୍ନଟ କରିବାରେ କିପରି ସାହାଯ୍ୟ କରିଥାଏ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଚିନ୍ତାଗ୍ରସ୍ତ ରହିବା ଏକ ସାଧାରଣ କଥା । ଏହା ଆମ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ପରବର୍ତ୍ତି ସମୟରେ ଏହା ଗମ୍ଭୀର ରୋଗ ଭାବରେ ଉଭା ହୋଇଥାଏ । ଏଥିମଧ୍ୟରୁ ଷ୍ଟ୍ରୋକ୍ ଅନ୍ୟତମ ଯାହାକୁ ସାଇଲେଣ୍ଟ କିଲର ଭାବେ ବିବେଚିତ କରାଯାଇଛି । ସଠିକ୍ ସମୟରେ ଷ୍ଟ୍ରୋକର ଲକ୍ଷଣକୁ ଚିହ୍ନଟ କରି ଚିକିତ୍ସା କରାନଗଲେ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ।
ପ୍ରଥମେ ଆସନ୍ତୁ ଜାଣିବା ଷ୍ଟ୍ରୋକ୍ କ’ଣ ? ଷ୍ଟ୍ରୋକ୍ ଏପରି ଏକ ସ୍ଥିତି ଯେଉଁଥିରେ ମସ୍ତିଷ୍କର କିଛି ଅଂଶରେ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ପ୍ରବାହ ହୋଇନଥାଏ । ଏଭଳି ସ୍ଥିତିରେ ମସ୍ତିଷ୍କର କୋଷଗୁଡ଼ିକରେ ଅମ୍ଳଜାନ ପ୍ରବାହରେ ବାଧା ସୃଷ୍ଟି ହୋଇଥାଏ ଯାହା ଷ୍ଟ୍ରୋକର ମୁଖ୍ୟ କାରଣ । ତେବେ ଷ୍ଟ୍ରୋକର ଲକ୍ଷଣକୁ ଚିହ୍ନଟ କରିବା ପାଇଁ FAST Formula ରହିଛି ।

F (Face): ଚେହେରାରେ କୌଣସି ପ୍ରକାର ଅସମାନତା ବା ପରିବର୍ତ୍ତନ ଷ୍ଟ୍ରୋକର ଲକ୍ଷଣ ହୋଇପାରେ । ଏଥିରେ ଗୋଟିଏ ପଟେ ଚେହେରା ତଳକୁ ଖସିଲା ପରି ଦେଖାଯାଏ । ଏହା ମାଂଶପେଶୀକୁ ଦୁର୍ବଳ କରିଥାଏ । ଏଭଳି ସ୍ଥିତିରେ ତୁରନ୍ତ ଡାକ୍ତରଙ୍କୁ ସମ୍ପର୍କ କରନ୍ତୁ ।

A(Arms): ବାହୁରେ ଷ୍ଟ୍ରୋକର ଲକ୍ଷଣ ଦେଖାଗଲେ ଆପଣ ଗୋଟିଏ ବାହୁରେ ଦୁର୍ବଳତା ଅନୁଭବ କରିଥାନ୍ତି । ଦୁଇ ହାତ ଉପରକୁ ଉଠାଇଲେ ଗୋଟିଏ ବାହୁ ଅନ୍ୟ ବାହୁ ତୁଳନାରେ ଭାରି ଲାଗିଥାଏ ।

S(Speech): କଥା କହିବା ସମୟରେ ଅସୁବିଧା ହୋଇଥାଏ । ଅପଣ କୌଣସି ଶବ୍ଦ ସ୍ପଷ୍ଟ ଭାବରେ ଉଚ୍ଚାରଣ କରିପାରନ୍ତି ନାହିଁ ।

T(Time): ଉପରୋକ୍ତ ଲକ୍ଷଣ ଯେପରି ଚେହେରାରେ ପରିବର୍ତ୍ତନ, ବାହୁରେ ଦୁର୍ବଳତା ଏବଂ କଥା କହିବା ସମୟରେ ଅସୁବିଧା ଅନୁଭବ କରିବା ଷ୍ଟ୍ରୋକର ଲକ୍ଷଣ ଅଟେ । ତେଣୁ ସମୟ ବିଳମ୍ବ ନକରି ତୁରନ୍ତି ଡାକ୍ତରଙ୍କୁ ସମ୍ପର୍କ କରନ୍ତୁ । ସତର୍କତା ଅବଲମ୍ବନ କରିପାରିଲେ ଷ୍ଟ୍ରୋକ୍ ଦ୍ୱାରା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାକୁ ଏଡ଼ାଇ ଦିଆଯାଇପାରେ ।

Get real time updates directly on you device, subscribe now.