କିପରି ହୋଇଥାଏ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଜୀବନଶୈଳୀ: କେତେ ମିଳିଥାଏ ଦରମା ଜାଣନ୍ତୁ ପୁରା ତଥ୍ୟ

ବ୍ରିଟେନ୍: ପ୍ରାୟ ଦୁଇମାସ ଧରି ଚାଲିଥିବା ଏକ ନିର୍ବାଚନ ପ୍ରକ୍ରିୟା ପରେ, ଲିଜ୍ ଟ୍ରସ୍ ଶେଷରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ବର୍ତ୍ତମାନ ସେ ବ୍ରିଟିଶ ସରକାରର ନେତୃତ୍ୱ ନେବା ସହ । ସରକାରଙ୍କ ସମସ୍ତ ନୀତି ଏବଂ ନିଷ୍ପତ୍ତି ପାଇଁ ଦାୟୀ ରହିବେ । ତେବେ ଟ୍ରସ୍ ମଧ୍ୟ ନିଜର ଏକ କ୍ୟାବିନେଟ୍ ଗଠନ କରିଛନ୍ତି। ଯେଉଁଥିରେ ଗୋଆର ଜଣେ ଭାରତୀୟ ମଧ୍ୟ ସ୍ଥାନ ପାଇଛନ୍ତି । ତେବେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୌଣସି ସମୟରେ ଜଣେ ମନ୍ତ୍ରୀଙ୍କୁ ହଟାଇ ପାରିବେ କିମ୍ବା ତାଙ୍କୁ ତାଙ୍କ କ୍ୟାବିନେଟକୁ ନେଇପାରିବେ । ସେହିପରି ସେ ସରକାରଙ୍କ ସମସ୍ତ ବିଭାଗକୁ ରଦ୍ଦ କରି ନୂତନ ବିଭାଗ ମଧ୍ୟ ଗଠନ କରିପାରିବେ। ଏତତ୍ ବ୍ୟତୀତ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ପ୍ରତି ସପ୍ତାହରେ ରାଣୀଙ୍କ ସହ ଏକ ବୈଠକ କରି ସରକାରଙ୍କ କାର୍ୟ୍ୟକଳାପ ବିଷୟରେ କହିବାକୁ ପଡିଥାଏ । ଯାହାକି ସମ୍ପୂର୍ଣ୍ଣ ରୂପେ ବ୍ୟକ୍ତିଗତ ହୋଇଥାଏ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଦରମା ଏବଂ ତାଙ୍କ ଜୀବନଶୈଳୀ ସମ୍ବନ୍ଧରେ ।

ପ୍ରଧାନମନ୍ତ୍ରୀଙ୍କ ଦରମା କେତେ – ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଦରମା ୧୬୪,୦୮୦ ପାଉଣ୍ଡ, ଭାରତୀୟ ମୁଦ୍ରା ଅନୁଯାୟୀ ଯାହାର ଅର୍ଥ ହେଉଛି ୧.୩୧ କୋଟି ଟଙ୍କା ।ତେବେ ଏଥିରେ ସାଂସଦ ହେବା ପାଇଁ ୮୪,୧୪୪ ପାଉଣ୍ଡ ମିଳିଥାଏ ।

କେଉଁଠାରେ ରୁହନ୍ତି ପ୍ରଧାନମନ୍ତ୍ରୀ – ୧୭୩୫ ମସିହାରେ ବ୍ରିଟେନର ପ୍ରଧାନମନ୍ତ୍ରୀ ପାରମ୍ପାରିକ ଭାବରେ ଡାଉନିଙ୍ଗ ଷ୍ଟ୍ରିଟରେ ୧୦ ରେ ରହୁଥିଲେ। ପ୍ରକାଶ ଥାଉକି, ସାମ୍ପ୍ରତିକ ପ୍ରଧାନମନ୍ତ୍ରୀମାନେ ଡାଉନ୍ସିଂ ଷ୍ଟ୍ରିଟ୍, ୧୦ ପରିବର୍ତ୍ତେ, ଡାଉନିଙ୍ଗ୍ ଷ୍ଟ୍ରିଟ୍, ୧୧ ରେ ରହିବାକୁ ପସନ୍ଦ କରିଛନ୍ତି କାରଣ ଏଠାରେ ଏକ ବଡ଼ ବାସଭବନ ଅଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ବକିଙ୍ଗହମ୍ ଶିରେ ଏକ ସରକାରୀ ବାସଭବନ ମଧ୍ୟ ପାଇଛନ୍ତି। ଏହା ବହୁତ ସୁନ୍ଦର ଏବଂ ସବୁଜ ।

ତେବେ ଲଣ୍ଡନର ସବୁଠାରୁ ବିଳାସପୂର୍ଣ୍ଣ ଅଞ୍ଚଳରେ ନିର୍ମିତ ହୋଇଛି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ।ଯେଉଁଠାରେ ବ୍ୟାବିନେଟ ରୁମ ରହିଛି । ସେଠାରେ ସର୍ବଦା କ୍ୟାବିନେଟ୍ ବୌଠକ ହୋଇଥାଏ । ଏଥିସହିତ ଅନେକ କିଛି ବିଳାଶପୂର୍ଣ୍ଣ ଆବାସ ଉପକରଣ ରହିଛି । ଏତତ୍ ବ୍ୟତୀତ ତାଙ୍କ ବାସଭବନ ପଛକୁ ଏକ ବୃହତ ଲନ୍ ରହିଛି । ଯାହକୁ ସର୍ବଦା ରକ୍ଷଣାବେକ୍ଷଣ କରାଯାଇଥାଏ ।