ଆଜି ଭୁବନେଶ୍ୱରରେ କେତେ ରହିଛି ସୁନା ଦାମ୍ ?

ଆକାଶ ଛୁଆଁ ସୁନା ଦର। ସୁନା କିଣିବା ପୂର୍ବରୁ ଜାଣି ରଖନ୍ତୁ ଦାମ୍।

ଭୁବନେଶ୍ୱର: ସୁନାରେ ହାତ ଦେବାକୁ ଡ଼ର ଲାଗୁଛି। ଯଦିଓ କିଛି ଦିନ ହେବ ସୁନା ଦରରେ ହ୍ରାସ ଘଟିଛି ତଥାପି ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୯୫ ହଜାରରୁ ଅଧିକ ରହିଛି। ତେଣୁ ସୁନା କିଣିବା ଜରୁରୀ ଥିଲେ ମଧ୍ୟ ପଛ ଘୁଞ୍ଚା ଦେଉଛନ୍ତି ଗ୍ରାହକ।

ନିକଟରେ ଅକ୍ଷୟ ତୃତୀୟ ପଡିଥିଲା। ଯେଉଁଥିରେ ସୁନା ଦୋକାନରେ ଗ୍ରାହକଙ୍କ ଭଇଡ଼ ଲାଗିଥିଲା ସତ, କିନ୍ତୁ ସୁନା ସେତିକି ପରିମାଣରେ ବିକ୍ରି ହୋଇନଥିଲା। ଆଉ ଆପଣମାନେ ଯଦ ଏବେ ସୁନା କିଣିବାକୁ ଚାହୁଁଛନ୍ତି ତାହାଲେ ସୁନାର ପ୍ରକୃତ ଦାମ୍ ଜାଣନିଅନ୍ତୁ।

ନହେଲେ ଅସୁବିଧାରେ ପଡିପାରନ୍ତି। କାରଣ ଏଇ କିଛି ଦିନ ହେବ ସୁନା ମୂଲ୍ୟ ବଢ଼ୁଛି କମୁଛି। ତେଣୁ ପ୍ରତ୍ୟେକ ଦିନ ସୁନା ଦାମ୍ କେତେ ରହିଛି ଜାଣିବା ଜରୁରୀ। ତେବେ ଆଜି ସୁନା ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଯେଉଁ କାରଣରୁ ଗତକାଲି ଦାମ୍ ସାମାନ୍ୟ ହ୍ରାସ ପରେ ଯାହା ଥିଲା ସେଇୟା ରହିଛି।

ଅର୍ଥାତ୍ ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୫,୫୧୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୮୭,୫୫୦ ଟଙ୍କାରେ ବିକ୍ରୟ ହେଉଛି । ଏହି ସମୟରେ ୨୨ କ୍ୟାରେଟ୍ ସୁନା ପାଖାପାଖି ୯୦ ହଜାର ରହିବା କାରଣରୁ ମଧ୍ୟବିତ୍ତ ପରିବାରକୁ ଭାରି ବାଧୁଛି । ଗରିବଙ୍କ କଥା ତ ନକହିବା ଭଲ।