fbpx

ମହଙ୍ଗା ପଡିଲା ଅତିରିକ୍ତ ବୈବାହିକ ସମ୍ପର୍କ, ପୋଲିସରୁ ପୁଣିଥରେ ହେଲେ କନେଷ୍ଟବଳ, ପଢନ୍ତୁ ପୂରା କାହାଣୀ

ନୂଆଦିଲ୍ଲୀ: ଜଣେ ପୋଲିସ ଅଧିକାରୀଙ୍କୁ ଅନୈତିକ କାର୍ଯ୍ୟକଳାପ ପାଇଁ ପଦବୀରୁ ବହିଷ୍କାର କରାଯାଇଛି । ଏଭଳି ଘଟଣା ଉତ୍ତର ପ୍ରଦେଶର ଉନ୍ନାବରୁ ସାମ୍ନାକୁ ଆସିଛି । ସେ ଡେପୁଟି ଏସପିରୁ ସିଧାସଳଖ କନେଷ୍ଟବଳ ହୋଇଛନ୍ତି । ଉନ୍ନାବର ତତ୍କାଳୀନ ସିଓ କୃପା ଶଙ୍କର କନୌଜିୟାଙ୍କ କାର୍ଯ୍ୟକଳାପ ପାଇଁ ପୋଲିସ ଉପରେ ଦାଗ ଲାଗିଛି ।

ଉନ୍ନାବର ସିଇଓ ବିଧାପୁରର ପ୍ରମୋଟିପିପିଏସରେ ପୋଷ୍ଟ ହୋଇଥିବା କୃପାଶଙ୍କର କନୌଜିୟାଙ୍କୁ ପିଏସିରେ ପୋଲିସରୁ ସିଧାସଳଖ ପୂର୍ବ ପଦବୀକୁ ପଠାଯାଇଛି । ତିନି ବର୍ଷ ପୂର୍ବେ କାନପୁରର ହୋଟଲରେ ମହିଳା ପୋଲିସଙ୍କ ସହ ଧରାପଡିଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁଯାୟୀ, ନିଲମ୍ବନ କରାଯାଇଛି ।

ରିପୋର୍ଟ ମୁତାବକ, କୃପା ଶଙ୍କର କନୌଜିୟା ୨୦୨୧ରେ ସେ ଚାକିରିରୁ ଘରକୁ ଯିବା ପାଇଁ ବାହାରିଥିଲେ । କିନ୍ତୁ ସେ ଘରେ ନ ପହଞ୍ଚିଥିବାରୁ ତାଙ୍କ ସ୍ତ୍ରୀ ଏସପିଙ୍କ ପାଖେ ଅଭିଯୋଗ କରିଥିଲେ । ଏସପି ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ, ସେ ଏକ ହୋଟେଲରେ ମହିଳା ପୋଲିସଙ୍କ ସହ ଧରାପଡିଥିଲେ । ଏହାପରେ ତାଙ୍କୁ ପଦବୀରୁ ନିଲମ୍ବିତ କରାଯାଇ ପୂର୍ବରୁ ଥିବା ପଦବୀକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.