ଯୋଗ ପୂର୍ବରୁ ଏବଂ ପରେ କଣ ଖାଇବା ଉଚିତ? ଜାଣନ୍ତୁ

ଯୋଗ ଉପରେ ଉଠୁଥିବା ଅନେକ ଗୁଡିଏ ପ୍ରଶ୍ନର ଉତ୍ତର ଜାଣନ୍ତୁ

ଓଡିଶାଭାସ୍କର: ଯୋଗ, ଯାହା ପ୍ରାୟ 5000 ବର୍ଷରୁ ଅଧିକ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବିଶ୍ୱାସ କରାଯାଏ। ଏହା ଆମର ସାମଗ୍ରିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରେ। କାରଣ ଶାରୀରିକ ଆସନ ବ୍ୟତୀତ, ଯୋଗରେ ପ୍ରାଣାୟାମ ଏବଂ ଧ୍ୟାନ ମଧ୍ୟ ଅନ୍ତର୍ଭୁକ୍ତ। ଯୋଗ ଶବ୍ଦଟି ସଂସ୍କୃତ ଶବ୍ଦ ୟୁଜରୁ ଆସିଛି, ଯାହାର ଅର୍ଥ ହେଉଛି ଯୋଡିବା କିମ୍ବା ଏକତ୍ର କରିବା।

ଏହି ନାମ ପଛର କାରଣ ହେଉଛି ଶରୀର, ଆତ୍ମା ​​ଏବଂ ମନକୁ ଏକାଠି କରିବାର ଏକ ପ୍ରକ୍ରିୟା ହେଉଛି ଯୋଗ। ଅନେକ ଲୋକ ସ୍ୱାସ୍ଥ୍ୟ ସମସ୍ୟାରେ ପଡିବା ହେତୁ ଯୋଗ ଆରମ୍ଭ କରନ୍ତି, ଆଉ କିଛି ଲୋକଙ୍କ ପାଇଁ ଯୋଗ ଏକ ଆଗ୍ରହ ହୋଇଥାଏ।

ପ୍ରତ୍ୟେକ ବ୍ୟକ୍ତି ଯୋଗ କରିବା ପାଇଁ ନିଜ ଦିନ ସାରା ସମୟ ମଧ୍ୟରୁ 30 ରୁ 40 ମିନିଟ୍ ବାହାର କରିବା ଉଚିତ। ଯଦି ଯୋଗ ନିୟମିତ କରାଯାଏ, ତେବେ ଏହା କେବଳ ରୋଗକୁ ରୋକେ ନାହିଁ, ବରଂ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବାରେ ମଧ୍ୟ ସାହାଯ୍ୟ କରେ।

ଯୋଗ କରିବା ପୂର୍ବରୁ ଖାଇପାରିଵା କି ନାହିଁ? ଯୋଗ ବିଶେଷଜ୍ଞ ମାନସୀ ଗୁଲାଟିଙ୍କ ମତରେ, ଯୋଗ ସର୍ବଦା ଖାଲି ପେଟରେ କରିବା ଉଚିତ, କିନ୍ତୁ ଯଦି ଆପଣ କିଛି ଖାଇବାକୁ ଚାହାଁନ୍ତି, ତେବେ ଆପଣ ଯୋଗ କରିବାର କିଛି ସମୟ ପୂର୍ବରୁ କଦଳୀ କିମ୍ବା ବାଦାମ ଖାଇପାରିବେ।

ତଥାପି, ଖାଲି ପେଟରେ ଯୋଗ କରିବାକୁ ଚେଷ୍ଟା କରିବା ଉଚିତ। ଯୋଗ ସମୟରେ ଆପଣଙ୍କ ପେଟ ହାଲୁକା ହେବା ଉଚିତ, ଅର୍ଥାତ୍ ଯୋଗ ପୂର୍ବରୁ ଆପଣଙ୍କୁ ମଳତ୍ୟାଗ ମଧ୍ୟ କରିବା ଉଚିତ।

ଖାଦ୍ୟ ଖାଇବାର କେତେ ସମୟ ପରେ ଯୋଗ କରିବା ଉଚିତ? କିଛି ଲୋକ ସକାଳ ବଦଳରେ ସନ୍ଧ୍ୟାରେ ଯୋଗ କରନ୍ତି। ଏପରି ପରିସ୍ଥିତିରେ, ଯଦି ସେମାନେ କିଛି ଖାଇଛନ୍ତି, ତେବେ ଖାଇବାର ଅତି କମରେ ଦେଢ଼ ଘଣ୍ଟା ବ୍ୟବଧାନ ପରେ ଯୋଗ କରିବା ଉଚିତ।

ମାନସୀ କୁହନ୍ତି ଯେ, ଯଦି ଆପଣ ଖାଇବା ପରେ ଯୋଗ କରନ୍ତି, ତେବେ ଏହା ବଦହଜମୀର କାରଣ ହୋଇପାରେ ଏବଂ ପେଟ ଯନ୍ତ୍ରଣା ସହିତ, ଆପଣଙ୍କର ବାନ୍ତି ମଧ୍ୟ ହୋଇଥାଏ।

ଯୋଗ ସମୟରେ ପାଣି ପିଇବା ଠିକ୍ କି? ବିଶେଷଜ୍ଞ ମାନସୀ ଗୁଲାଟି କୁହନ୍ତି ଯେ, ଯଦି ଆପଣଙ୍କୁ ଯୋଗ ସମୟରେ ଶୋଷ ଲାଗୁଛି, ତେବେ ପ୍ରଥମେ ଆରାମରେ ବସି ଅଳ୍ପ ଅଳ୍ପ କରି ଧୀରେ ଧୀରେ ପାଣି ପିଅନ୍ତୁ, ସେ ପୁଣି ନଖ ଉଷୁମ ପାଣି। ଏକାବେଳେ ବହୁତ ପାଣି ପିଅନ୍ତୁ ନାହିଁ।