fbpx

ସଂସଦରେ ଦୁଇ ସନ୍ଦିଗ୍ଧ ସ୍ପ୍ରେ କରିଥିବା ଗ୍ୟାସ୍ ଥିଲା କେତେ କ୍ଷତିକାରକ, କ’ଣ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ଆଜି ସଂସଦରେ ଶୀତକାଳୀନ ଅଧିବେଶନ ଚାଲୁଥିବା ସମୟରେ ୨ ଜଣ ଅଜଣା ବ୍ୟକ୍ତି ହଠାତ୍ ଗୃହ ମଧ୍ୟଭାଗକୁ ଚାଲିଆସି ହଙ୍ଗାମା କରିଥିଲେ । ଏହା ଦେଖି ଗୃହରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ୨ ଜଣ ସନ୍ଦିଗ୍ଧ ଗୃହ ମଧ୍ୟଭାଗକୁ କୁଦିପଡି ଏକ କଲର ଗ୍ୟାସ୍ ସ୍ପ୍ରେ କରିଥିଲେ । ଏହାରି ମଧ୍ୟରେ ଗୃହରେ ନିୟୋଜିତ ସୁରକ୍ଷା କର୍ମୀ ତାଙ୍କୁ କାବୁ କରି ନେଇଥିଲେ । ଏହା ଦେଖି ବହୁ ସାଂସଦ ଭୟରେ ଗୃହ ବାହାରକୁ ଚାଲି ଆସିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ସଂସଦକୁ ଏହି ଦୁଇ ସନ୍ଦିଗ୍ଧ ମହୀଶୂର ବିଜେପି ସାଂସଦଙ୍କ ଜରିଆରେ ଆସିଥିଲେ । ଏହା ସହିତ ସାଂସଦ ବାହାରେ ବି କିଛି ଲୋକ ହଙ୍ଗାମା କରୁଥିଲେ । ଏହାପରେ ପୋଲିସ ସମସ୍ତଙ୍କୁ କାବୁ କରି ଥାନାକୁ ନେଇଯାଇଥିଲା । ଦିଲ୍ଲୀ ପୋଲିସର ଆଣ୍ଟି ଟେରର ୟୁନିଟ୍ ସ୍ପେସିଆଲ ସେଲ୍ ଏହି ସନ୍ଦିଗ୍ଧଙ୍କୁ ପଚରାଉଚୁରା ଆରମ୍ଭ କରିଦେଇଛି । ଏହି କ୍ରମରେ ଆସନ୍ତୁ ଜାଣିବା ଏମାନେ ଗୃହ ମଧ୍ୟରେ ସ୍ପ୍ରେ କରିଥିବା ଗ୍ୟାସ୍ କ’ଣ ଓ ଏହାର ପ୍ରଭାବ କ’ଣ ରହିଛି ।
ମିଳିଥିବା ସୂଚନା ଅନୁସାରେ ଗୃହରେ ୨ ଯୁବକ କଲର ସ୍ମୋକ୍ ସ୍ପ୍ରେ କରୁଥିଲେ । ଏହା ଏକ ସ୍ୱତନ୍ତ୍ର ଉପାୟରେ ପ୍ରସ୍ତୁତ କରାଯାଇଥାଏ । ଯେଉଁଥିରେ ଏକ ଅକ୍ସିଡାଇଜର (ପୋଟାସିୟମ ନାଇଟ୍ରେଟ୍‌, KNO3), ଏକ ଇନ୍ଧନ(ଚିନି), ଏକ ମଡରେଟର(ଯେପରିକି ସୋଡିୟମ ବାଇକାର୍ବୋନେଟ୍‌) ରହିଥାଏ । ଏଥିରେ ଜୀବନ ପ୍ରତି କୌଣସି ବିପଦ ନ ଥାଏ । ଏହା ପ୍ରାୟତଃ ପର୍ବତ ଚଢାଳୀଙ୍କ ପାଖରେ ରହିଥାଏ । ଏହାର ପ୍ରୟୋଗ କରି ଜରୁରୀକାଳୀନ ସ୍ଥିତିରେ ଏମାନେ ସହଯୋଗ ପାଇଁ ସୂଚନା ଦେଇଥାନ୍ତି ।

Get real time updates directly on you device, subscribe now.