fbpx

ଭାରତରେ ୬୬ ଲକ୍ଷରୁ ଅଧିକ ଆକାଉଣ୍ଟ କାହିଁକି ବ୍ୟାନ୍‌ କଲା WhatsApp, ଜାଣନ୍ତୁ

Advertisement

ନୂଆଦିଲ୍ଲୀ: ହ୍ବାଟ୍ସଆପ୍ କହିଛି ଯେ ଗତ ମେ ମାସରେ ସେ ଭାରତରେ ୬୬ ଲକ୍ଷରୁ ଅଧିକ ଆକାଉଣ୍ଟ ବନ୍ଦ କରିଦେଇଥିଲା । ଏହି ଆକାଉଣ୍ଟଗୁଡ଼ିକ ଭାରତର ନିୟମ ଭାଙ୍ଗିବା ପାଇଁ ବ୍ୟବହୃତ ହେଉଥିଲା | ଏହା ବ୍ୟତୀତ ୧୨,୫୫,୦୦୦ ଆକାଉଣ୍ଟକୁ ବ୍ଲକ୍ କରିଛି ହ୍ବାଟ୍ସଆପ୍ । କିନ୍ତୁ ଏହି ସବୁ ଆକାଉଣ୍ଟ ଉପରେ ହ୍ବାଟ୍ସଆପ୍ ଗତ ମେ’ ମାସରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି ।

ହ୍ବାଟ୍ସଆପ୍ ଭାରତରେ ୬୬ ଲକ୍ଷ ୨୦ ହଜାର ଆକାଉଣ୍ଟ ବ୍ୟାନ୍ କରିଛି । ଭାରତ ସରକାରଙ୍କ ଆଇଟି ନିୟମ ଅନୁସାରେ କମ୍ପାନିକୁ ପ୍ରତି ମାସ ରିପୋର୍ଟ ଦେବାକୁ ପଡ଼ୁଛି । ଏହି ରିପୋର୍ଟରେ ହ୍ବାଟ୍ସଆପ୍ ଦାବି କରିଛି ଯେ, ଅନେକ ଆକାଉଣ୍ଟ ଉପରେ କମ୍ପାନି ଆକ୍ସନ ନେଇଛି । ହ୍ବାଟ୍ସଆପ୍କୁ ୧୩ ହଜାର ଅଭିଯୋଗ ମିଳିଥିବା ବେଳେ କମ୍ପାନି କେବଳ ୩୧ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଭାରତରେ ହ୍ବାଟ୍ସଆପ୍ର ୫୫୦ ମିଲିୟନ୍ରୁ ଅଧିକ ୟୁଜର୍ସ ଅଛନ୍ତି । ଏଭଳି ସ୍ଥିତିରେ ହ୍ବାଟ୍ସଆପ୍କୁ ଯଦି କୌଣସି ପ୍ରକାର ଅଭିଯୋଗ ମିଳେ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଏ କମ୍ପାନି । କିନ୍ତୁ ହ୍ବାଟ୍ସଆପ୍ କେବଳ ଯେ ଆକାଉଣ୍ଟ ବ୍ୟାନ୍ କରିବ ତାନୁହେଁ ଅନ୍ୟ ଉପାୟରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଏହି ଭଳି ଏପ୍ରିଲ ମାସରେ ୭୧ ଲକ୍ଷ ଆକାଉଣ୍ଟ ବିରୋଧରେ ହ୍ବାଟ୍ସଆପ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ମାସରେ ହ୍ବାଟ୍ସଆପ୍କୁ ୧୦,୫୫୪ଟି ଅଭିଯୋଗ ମିଳିଥିଲା । ତେବେ ହ୍ବାଟ୍ସଆପ୍ ପକ୍ଷରୁ କୁହାଯାଇଛି ଯେ, ୟୁଜର୍ସଙ୍କୁ ମଧ୍ୟ ଆକାଉଣ୍ଟ ବ୍ୟାନ୍ କରିବା ଲାଗି ସ୍ବତନ୍ତ୍ର ସୁବିଧା ଦିଆଯାଇଛି ।

Get real time updates directly on you device, subscribe now.