fbpx

ଜୁଲାଇରେ ୭୨ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ୍ କରିଛି WhatsApp: ଏହି ଭୁଲ୍ କଲେ ଆପଣଙ୍କ ନମ୍ବର ବି ହୋଇପାରେ

Advertisement

ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀଗୁଡିକକୁ ପ୍ରତି ମାସରେ ଆଇଟି ନିୟମ ୨୦୨୧ ଅନୁଯାୟୀ ମାସିକ ଉପଭୋକ୍ତା ସୁରକ୍ଷା ରିପୋର୍ଟ ପ୍ରଦାନ କରିବାକୁ ପଡିଥାଏ । ମେଟା ଜୁଲାଇ ମାସ ପାଇଁ ହ୍ୱାଟ୍ସଆପର ସୁରକ୍ଷା ରିପୋର୍ଟ ପ୍ରକାଶ କରିଛି । କମ୍ପାନୀ ଜୁଲାଇ ମାସରେ ପ୍ଲାଟଫର୍ମରୁ ୭୨ ଲକ୍ଷ ଭାରତୀୟ ଆକାଉଣ୍ଟକୁ ବ୍ୟାନ୍ କରିଛି । କମ୍ପାନୀ କହିଛି ଯେ, ୧ ଜୁଲାଇରୁ ୩୧ ମଧ୍ୟରେ ଏହା ୭୨,୨୮,୦୦୦ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ବ୍ୟାନ୍ କରିଛି । କୌଣସି ଅଭିଯୋଗ ବିନା ୩୧,୦୮,୦୦୦ ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି । କମ୍ପାନୀ ନିଜ ମନିଟରିଂରେ ଏହି ଆକାଉଣ୍ଟଗୁଡ଼ିକୁ ବ୍ୟାନ୍ କରିଛି ।

ଜୁଲାଇରେ ଅନେକ ଅଭିଯୋଗ ଗ୍ରହଣ କରାଯାଇଥିଲା :-
ଭାରତରେ ହ୍ୱାଟ୍ସଆପର ୫୫୦ ମିଲିୟନରୁ ଅଧିକ ଆକ୍ଟିଭ ୟୁଜର୍ସ ଅଛନ୍ତି । ଜୁଲାଇ ମାସରେ କମ୍ପାନୀକୁ ରେକର୍ଡ ୧୧,୦୬୭ ଅଭିଯୋଗ ରିପୋର୍ଟ ମିଳିଥିଲା, ଯେଉଁଥିରୁ କମ୍ପାନୀ ୭୨ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ହ୍ୱାଟ୍ସଆପ ଅନୁଯାୟୀ, ୟୁଜର୍ ସୁରକ୍ଷା ରିପୋର୍ଟରେ କୁହାଯାଇଛି ଯେ, କମ୍ପାନୀ କେତେ ଅଭିଯୋଗ ଗ୍ରହଣ କରିଛି ଏବଂ ପ୍ଲାଟଫର୍ମକୁ ସୁରକ୍ଷିତ ରଖିବା ପାଇଁ କମ୍ପାନୀ କ’ଣ ପଦକ୍ଷେପ ନେଇଛି ।

ଏହା ବ୍ୟତୀତ ହ୍ୱଟ୍ସଆପ୍ କହିଛି ଯେ, ଜୁଲାଇ ୧ ରୁ ଜୁଲାଇ ୩୧ ମଧ୍ୟରେ ଅଭିଯୋଗ ଆପିଲ୍ କମିଟିରୁ ମିଳିଥିବା ନିର୍ଦ୍ଦେଶ ପାଞ୍ଚଟି ଥିଲା ଏବଂ ପାଳନ କରାଯାଇଥିବା ନିର୍ଦ୍ଦେଶ ମଧ୍ୟ ପାଞ୍ଚଟି ଥିଲା । ମେଟା ଏହା ମଧ୍ୟ କହିଛି େ. ହ୍ୱାଟ୍ସଆପ ବ୍ୟତୀତ ଏହା ଜୁଲାଇ ୨୦୨୩ ରେ ଫେସବୁକରେ ୨୧ ମିଲିୟନ୍ ଖରାପ ବିଷୟବସ୍ତୁ ଉପରେ ପ୍ରତିବନ୍ଧକ ଲଗାଇଛି । ଆହୁରି ମଧ୍ୟ, ଜୁଲାଇ ୨୦୨୩ ରେ ଇନଷ୍ଟାଗ୍ରାମରୁ ୫.୯ ନିୟୁତ ଖରାପ ବିଷୟବସ୍ତୁ ଡିଲିଟ୍ କରାଯାଇଥିଲା ।

କାହିଁକି ବ୍ୟାନ୍ ହେଲା ଆକାଉଣ୍ଟ ?
ହ୍ୱାଟ୍ସଆପ୍ ସେହି ଆକାଉଣ୍ଟଗୁଡିକୁ ବ୍ୟାନ୍ କରେ, ଯାହା କମ୍ପାନୀର ସର୍ତ୍ତାବଳୀ ଏବଂ ପ୍ଲାଟଫର୍ମ ବିରୁଦ୍ଧରେ ପ୍ଲାଟଫର୍ମରେ ଆକ୍ଟିଭ୍ ରୁହନ୍ତି । ଯଦି ଆପଣ ହ୍ୱାଟ୍ସଆପରେ ଅଶ୍ଳୀଳ, ବେଆଇନ, ବଦନାମ, ଧମକ, ଘୃଣା କିମ୍ବା ଅନ୍ୟାନ୍ୟ ଭୁଲ୍ କାର୍ଯ୍ୟରେ ଲିପ୍ତ ଅଛନ୍ତି, ତେବେ କମ୍ପାନୀ ଆପଣଙ୍କ ଆକାଉଣ୍ଟକୁ ବ୍ୟାନ୍ କରିପାରିବ । ଯଦି ଆପଣ ନିଜ ଆକୁଣ୍ଟକୁ ବ୍ୟାନେ୍ ହେବାରୁ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ କେବଳ କମ୍ପାନୀର ସର୍ତ୍ତାବଳୀକୁ ଭଲ ଭାବରେ ପାଳନ କରନ୍ତୁ ।

Get real time updates directly on you device, subscribe now.