ନୂଆ ଫିଚର ଆଣିଲା ହ୍ୱାଟ୍ସଆପ: ଅନେକ ଦିନରୁ ଏହି ଫିଚର ପାଇଁ ଡିମାଣ୍ଡ କରୁଥିଲେ ଲକ୍ଷ ଲକ୍ଷ ୟୁଜର୍ସ

ନୂଆଦିଲ୍ଲୀ: ଆଜିର ଲୋକପ୍ରିୟ ମେସେଜିଂ ଆପ ହ୍ୱାଟ୍ସଆପ ୟୁଜର୍ସମାନଙ୍କ ପାଇଁ ଆଣିଛି ଖୁସିର ଖବର । ବହୁ ଦିନ ହେଲା ଲୋକମାନେ କରୁଥିବା ଏକ ଡିମାଣ୍ଡକୁ କୁବ ଶୀଘ୍ର ପୂରଣ କରିବାକୁ ଯ।।ଉଛି ହ୍ୱାଟ୍ସଆପ । ଅନେକ ଫିଚର ସହ ଲୋକମାନଙ୍କ ପ୍ରଥମ ପସନ୍ଦ ସାଜିଥିବା ଏହି ମେସେଜିଂ ଆପ ପୁଣି କରିଛି ପରିବର୍ତ୍ତନ । ୟୁଜର୍ସମାନଙ୍କ ଏକ ବଡ ସମସ୍ୟାକୁ ଦୂର କରିବା ପାଇଁ ଆପ ତରଫରୁ ଆନାଉନ୍ସ କରାଯାଇଛି ।

WhatsApp update brings continuous audio message playback to the Android app  | 91mobiles.com

ସୂଚନା ଅନୁଯାୟୀ, କିଛି ସ୍ୱେଶଲ ୟୁଜର୍ସମାନଙ୍କ ପାଇଁ ହ୍ୱାଟ୍ସଆପ ଭଏସ ମେସେଜ ଆଣିଛି ସ୍ପେଶଲ ଫିଚର । ଏଥର ଗୋଟିଏ ଚାଟ୍ ର ଭଏସ ମେସେଜ ଚାଟ ବକ୍ସରୁ ବାହାରିଯିବା ପରେ ବି ଶୁଣି ହେବ । ହ୍ୱାଟ୍ସଆପ ଅପଡେଟ କରିବା ପରେ ଏହି ଫିଚର ପାଇପାରିବେ ୟୁଜର୍ସ । ପୂର୍ବରୁ ଗୋଟିଏ ଚାଟ ବକ୍ସରେ ଭଏସ ଶୁଣିବା ସମୟରେ ଅନ୍ୟ ଚାଟ ବକ୍ସ ଖୋଲିଲେ ଭଏସ ନୋଟ ମଧ୍ୟ ବନ୍ଦ ହୋଇଯାଉଥିଲା । କିନ୍ତୁ ଏଥିରେ ଏକ ବଡ ପରିବର୍ତ୍ତନ ଆଣିଛି ହ୍ୱାଟ୍ସଆପ । ଏଣିକି ଗୋଟିଏ ଚାଟ ବକ୍ସରେ ଅନ୍ୟ ଏକ ଚାଟ୍ ର ଭଏସ ନୋଟ ଶୁଣି ପାରିବେ ।

How to Update Whatsapp on Android: 4 Steps (with Pictures)

ତେବେ ଏହି ଫିଚର ଏବେ ସମସ୍ତଙ୍କ ମୋବାଇଲରେ ଉପଲବ୍ଧ ହେବ ନାହିଁ । କେବଳ ସକ୍ଟଗ୍ଦ ୟୁଜର୍ସମାନେ ଏହି ଫିଚରର ଫାଇଦା ଉଠାଇ ପାରିବେ । ତେବେ ଆଗକୁ ଆଣ୍ଡ୍ରଏଡରେ ଏହି ଫିଚର ଉପଲବ୍ଧ ହେବ କି ନାହିଁ, ସେ ନେଇ କୌଣସି ସୂଚନା ମିଳି ନାହିଁ । ଏପରିକି ହ୍ୱାଟ୍ସଆପର ଡେସ୍କଟପ ଭର୍ଜନ ବା ହ୍ୱାଟ୍ସଆପ ୱେବରେ ମଧ୍ୟ ଏହି ଫିଚର ଉପଲବ୍ଧ ହୋଇନାହିଁ ।