fbpx

ଆଉ Girlfriendକୁ ଡରିବା ଦରକାର ନାହିଁ ! ହ୍ବାଟ୍ସଆପରେ ଆସିଲା ଦମଦାର ଫିଚର, କ୍ୟାଫେରେ ବସି ଦେଖାଇପାରିବେ ଅଫିସ

ନୂଆଦିଲ୍ଲୀ : ବିଶ୍ବରେ ସବୁଠୁ ଅଧିକା ବ୍ୟବହାର ହେଉଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ହେଉଛି ହ୍ବାଟ୍ସଆପ୍ । ୟୁଜର ଏକ୍ସପେରିୟନ୍ସକୁ ବଢାଇବା ପାଇଁ କମ୍ପାନୀ ମଝିରେ ମଝିରେ ଏହାର ଫିଚରରେ ପରିବର୍ତ୍ତନ କରିଥାଏ । ଭିଡିଓ କଲକୁ ମଜାଳିଆ କରିବା ପାଇଁ ହ୍ବାଟ୍ସଆପ ଦୁଇଟି ଫିଚର ଆଣିଛି । ବର୍ତ୍ତମାନ ହ୍ବାଟ୍ସଆପ କଲ କରିବା ସମୟରେ ବ୍ୟାକଗ୍ରାଉଣ୍ଡ ପରିବର୍ତ୍ତନ ସହିତ ଫିଲଟର ମଧ୍ୟ ଲଗାଇପାରିବେ । ତେବେ କଲ୍ ଏକ୍ସପେରିୟନ୍ସ ବୃଦ୍ଧି କରିବା ପାଇଁ ଏଭଳି ଫିଚର ରୋଲଆଉଟ କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ଖୁବଶୀଘ୍ର ଏହା ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ ହେବ ।

ହ୍ବାଟ୍ସଆପ ପକ୍ଷରୁ କୁହାଯାଇଛି ଯେ, ଫିଲ୍ଟରଗୁଡିକ ଭିଡିଓ କଲକୁ ଅଧିକ ମଜାଳିଆ କରିବ । ଫିଲ୍ଟର ପ୍ରୟୋଗ କରି ଭିଡିଓକୁ ରଙ୍ଗୀନ କରିପାରିବେ । ଉଦାହରଣ ସ୍ବରୂପ ଅଫିସରେ ଥିଲେ ମଧ୍ୟ କଫି ସପରେ ରହିଥିବା ବ୍ୟାକଗ୍ରାଉଣ୍ଡ କରିହେବ । ଏଣିକି ୟୁଜର୍ସମାନେ ଭିଡିଓ କଲ୍ ସମୟରେ 10 ଟି ଫିଲ୍ଟର ଏବଂ 10ଟି ବ୍ୟାକଗ୍ରାଉଣ୍ଡ ପରିବର୍ତ୍ତନ କରିପାରିବେ । ଫିଲଟର ଅପ୍ସନରେ ଓ୍ବାର୍ମ, ବ୍ଲାକ ଆଣ୍ଡ ହ୍ବାଇଟ, ଲାଇଟ ଲିକ୍, ଡ୍ରିମି, ପ୍ରିଜମ ଲାଇଟ, ଭିନଟେଜ ଟିଭି, ଫ୍ରଷ୍ଟେଡ ଗ୍ଲାସ ଏବଂ ଡୁଓ ଟୋନ ରହିଛି । ସେହିଭଳି ବ୍ୟାକଗ୍ରାଉଣ୍ଡ ଅପ୍ସନରେ ବ୍ଲୋର, ଲିଭିଙ୍ଗ ରୁମ, ଅଫିସ, କ୍ୟାଫେ, ପେବେଲ୍ସ, ଫୁଡି, ସ୍ମୁସ, ବିଚ୍, ସନସେଟ୍, ସେଲିବ୍ରେସନ ଏବଂ ଫରେଷ୍ଟ ଅପ୍ସନ ରହିଛି ।

Get real time updates directly on you device, subscribe now.