fbpx

WhatsApp ରେ ଆସୁଛି ଧମାକାଦାର ଫିଚର, ଫୋନ ବଦଳାଇଲେ ବି ସେଭ କରିବାକୁ ପଡିବନି କଣ୍ଟାକ୍ଟ ନମ୍ବର

ନୂଆଦିଲ୍ଲୀ: WhatsApp ର ଏକ ପପୁଲାର ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ୍ଲିକେସନ ଅଛି। ସାରା ଦୁନିଆରେ ପାଖାପାଖି ୩ ବିଲିୟନରୁ ଅଧିକ ସ୍ମାର୍ଟଫୋନ ୟୁଜର୍ସ ଏହାର ବ୍ୟବହାର କରୁଛନ୍ତି। ହ୍ୱାଟ୍ସଆପରେ ସହଜରେ ଇଣ୍ଟରଫେଓ ହେବା ଏବଂ ଦମଦାର ପ୍ରାଇଭେସୀ ମେଣ୍ଟେନ କରୁଥିବା ପିଚର୍ସ ରହିବା କାରଣରୁ ଏହା ଏକ ପ୍ରିୟ ଆପ ହୋଇସାରିଛି। ନିଜ ୟୁଜର୍ସଙ୍କ ପାଇଁ ବେଳେ ବେଳେ ହ୍ୱାଟ୍ସଆପ ନୂଆ-ନୂଆ ଫିଚର୍ସ ଆଣୁଛି।

ହ୍ୱାଟ୍ସଆପର ଅନେକ ଫିଚର୍ସ ରୋଲଆଉଟ କରିଛନ୍ତି ଏବଂ ଅନେକ ଫିଚର୍ସ ଡେଭଲପମେଣ୍ଟ ଫେଜରେ ଅଛି। ଯଦି ଆପଣ ଜଣେ ହ୍ୱାଟ୍ସଆପ ୟୁଜର୍ସ ଆପଣଙ୍କ ପାଇଁ ଖୁସି ଖବର ଅଛି। ହ୍ୱାଟ୍ସଆପର ନୂଆ ଫିଚର ‘Contact syncing’ । ଏହି ପିଚର ନାମରୁ ହିଁ ଜଣା ପଡୁଛି ଯେ, ଏହାର ସାହାଯ୍ୟରେ ୟୁଜର୍ସ ନିଜ କଣ୍ଟାକ୍ଟକୁ ସହଜରେ ସେଭ କରିପାରିବେ।

ହ୍ୱାଟ୍ସଆପର ଲାଟେଷ୍ଟ ‘Contact syncing’  ଫିଚରର ସୂଚନା କମ୍ପାନୀର ଅପଡେଟ୍ସ ଏବଂ ଅପକମିଙ୍ଗ ଫିଚର ଉପରେ ନଜର ରଖୁଥିବା ୱେବସାଇଟ Wabetainfo ନିଜ ରିପୋର୍ଟରେ ଦେଇଛି। Wabetainfo ମୁତାବକ ଏହି ଫିଚରକୁ WhatsApp beta for Android 2.24.19.12 ଭର୍ଜନରେ ନୂଆ ଫିଚରକୁ ସ୍ପଟ କରାଯାଇଛି। ଏହି ଫିଚରକୁ କମ୍ପାନୀ ଏପର୍ଯ୍ୟନ୍ତ ବୀଟା ୟୁଜର୍ସଙ୍କ ପାଇଁ ରୋଲଆଉଟ କରିଛନ୍ତି, ହଏଲଏ ଆଶା ରହିଛି ଯେ, ଟେଷ୍ଟିଙ୍ଗ ପୁରା ହେବାପରେ ଖୁବ ଶିଘ୍ର ଏହି ସମସ୍ତ ୟୁଜର୍ସଙ୍କ ପାଇଂ ରୋଲଆଉଟ କରାଯିବ। ହ୍ୱାଟ୍ସଆପର ଏହି ଫିଚର ସେହି ୟୁଜର୍ସଙ୍କ ପାଇଁ ଲାଭଦାୟକ ହେବ, ଯେଉଁମାନେ ବାରମ୍ବାର ଡିଭାଇସ ବଦଳାଉଛନ୍ତି।

Get real time updates directly on you device, subscribe now.