fbpx

ରୋଡ ରୋମିଓଙ୍କୁ ଧରିବ ହ୍ୱାଟ୍ସଆପ୍ ନମ୍ବର

ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): ରୋମିଓ, ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏକ ହ୍ୱାଟ୍ସଆପ୍ ନମ୍ବର ଜାରି ହୋଇଛି । କମିଶନରେଟ ପୋଲିସରୁ ହ୍ୱାଟ୍ସଆପ୍ ନମ୍ବର ହେଉଛି-୭୦୭୭୭୯୮୧୧୧ । କେହି ଯଦି ହଇରାଣ କରନ୍ତି, ତେବେ ଏହି ହ୍ୱାଟ୍ସଆପ ନମ୍ବର ମାଧ୍ୟମରେ ଅଭିଯୋଗ କରିହେବ । ହ୍ୱାଟ୍ସଆପରେ ଅଭିଯୁକ୍ତ ବିଷୟରେ ଜଣାଇଲେ ନିଆଯିବ ଶକ୍ତ କାର୍ଯ୍ୟାନୁଷ୍ଠାନ । କୌଣସି ସ୍ଥାନରେ ଅପରାଧ ଘଟିଲେ ଲୋକମାନେ ହ୍ୱାଟ୍ସଆପ ନମ୍ବର ମାଧ୍ୟମରେ ଜଣାଇପାରିବେ ।

ଏହା ପୂର୍ବରୁ ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ସହାୟତା ନମ୍ବର ଜାରି ହୋଇଥିଲା । ସହାୟତା ନମ୍ବର ହେଉଛି-୭୪୪୦୦୦୬୭୦୯ । ଏଥିରେ ଠକଙ୍କ ମୋବାଇଲ ନମ୍ବର ବ୍ଲକ ସହ ଆକାଉଣ୍ଟ ଖୋଲିଲେ ବ୍ଲକ କରାଯିବ । ଠକେଇ ଟଙ୍କା କୁଆଡେ ଯାଇଛି ଓ କୋଉ ଆକାଉଣ୍ଟକୁ ଯାଉଛି ଧରାଯିବ ।

Get real time updates directly on you device, subscribe now.