fbpx

Whatsapp ଆଣିବ ଜବରଦସ୍ତ ଫିଚର; ପ୍ରସ୍ତୁତ କରିପାରିବେ ନିଜର AI ଫଟୋ, କେବଳ କରିବାକୁ ପଡ଼ିବ ଏହି କାମ

Advertisement

ନୂଆଦିଲ୍ଲୀ: ଆଜିକାଲିର ଡିଜିଟାଲ ଦୁନିଆରେ ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ । ଏହା ବ୍ୟତୀତ ଅନେକ ସୋସିଆଲ ମିଡିଆରେ ମଧ୍ୟ ଅକ୍ଟିଭ୍ । ବିଶ୍ୱର ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ଭାବେ ଜଣାଶୁଣା ହ୍ୱାଟ୍ସଆପ୍ । ହ୍ୱାଟ୍ସଆପ୍ ଏକ ନୂତନ ଫିଚର ଉପରେ କାର୍ଯ୍ୟ କରୁଛି ଯାହା ୟୁଜର୍ସଙ୍କ ନୂତନ ଅନୁଭୂତି ପ୍ରଦାନ କରିବ । WABetaInfoର ରିପୋର୍ଟ ଅନୁଯାୟୀ ଏହି ଫିଚର ବର୍ତ୍ତମାନ ଅଣ୍ଡର ଡେଭେଲପମେଣ୍ଟ ଷ୍ଟେଜରେ ଅଛି ।

ସୂତ୍ରରୁ ପ୍ରକାଶ ହ୍ୱାଟ୍ସଆପ୍ ୟୁଜର୍ସଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ସାହାଯ୍ୟରେ ନିଜ ଫଟୋ ପ୍ରସ୍ତୁତ କରିବାର ସୁବିଧା ପ୍ରଦାନ କରିବ । ଏହି ଫିଚରର ନାଁ ହେଉଛି ‘Imagine Me’ । ବର୍ତ୍ତମାନ ଏହାକ ଟେଷ୍ଟିଂ ପାଇଁ ଆପର ବିଟା ଭର୍ସନରେ ସାମିଲ କରାଯାଇଛି । ନିକଟରେ ଲଞ୍ଚ୍ ହୋଇଥିବା Meta AI ଚାଟବକ୍ସ ସହ କଥା ହୋଇ କେବଳ ‘Imagine Me’ ଟାଇପ୍ କରି ନିଜର ଏକ AI ଫଟୋ ପ୍ରସ୍ତୁତ କରିପାରିବେ ।

ଏହି ସୁବିଧା ପାଇବା ପାଇଁ ୟୁଜର୍ସଙ୍କୁ ଏହି ଫିଚର enable କରିବାକୁ ପଡ଼ିବ

ଅନ୍ୟ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେବା ସମୟରେ ବି ୟୁଜର ଜଣଙ୍କ ‘‘@Meta AI imagine me’ ଟାଇପ୍ କରି ଏହି ଫିଚରର ବ୍ୟବହାର କରିପାରିବେ । ଏହା ଏକ ଅପ୍ଟ ଇନ୍ ଫିଚର ଅର୍ଥାତ ୟୁଜର୍ସଙ୍କୁ ଏହି ଫିଚର ନିଜେ enable କରିବାକୁ ପଡ଼ିବ । ଏହି କମାଣ୍ଡ୍ ପାଇଁ ଭିନ୍ନ ପ୍ରସେସ୍ ଥବାରୁ ଏହା କଣ୍ଟେଣ୍ଟ ପଢ଼ିପାରିବ ନାହିଁ । କିନ୍ତୁ ପ୍ରସ୍ତୁତ ହୋଇଥିବା AI ଫଟୋ ଆପେ ଆପେ ଚାଟରେ ଶେୟାର ହୋଇଯିବ । ତେବେ ଭଲ କଥା ହେଉଛି ୟୁଜର୍ସଙ୍କ ପାଖରେ ଏହି ଫିଚରର ସମସ୍ତ କଣ୍ଟ୍ରୋଲ ରହିବ । ସୋମନେ ନିଜର ସମସ୍ତ ସେଟଅପ୍ ଫଟୋକୁ Meta AI  ସେଟିଙ୍ଗରୁ ଡିଲିଟ୍ କରିପାରିବେ ।

 

 

Get real time updates directly on you device, subscribe now.