fbpx

ବାହାରକୁ ଯିବା ସମୟରେ ଏହି ୭ଟି କାମ କଲେ ମିଳିଥାଏ ସୁଫଳ, ଜାଣନ୍ତୁ ସଫଳତାର ମନ୍ତ୍ର

ସାମୁଦ୍ରିକ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତି କିଛିଟା ବିଶେଷ କାର୍ଯ୍ୟ ପାଇଁ ବାହାରକୁ ଯାଉଛି ତେବେ ତାକୁ କିଛିଟା ବିଶେଷ କାର୍ଯ୍ୟ ନିହାତି କରିବା ଜରୁରୀ । ଏହାଦ୍ୱାରା ତାକୁ ସମସ୍ତ କାର୍ଯ୍ୟରେ ସଫଳତା ଲାଭ ହୋଇଥାଏ । ଆଜି ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ ଗୁଡିକୁ କରିବା ଦ୍ୱାରା ନିହାତି ସଫଳତା ମିଳିଥାଏ ।

ଯେତେବେଳେ ଘରୁ ବାହାରୁଛନ୍ତି କରନ୍ତୁ ଏହିସବୁ କାର୍ଯ୍ୟ –
କୌଣସି ବ୍ୟକ୍ତି ଯେତେବେଳେ ମଧ୍ୟ କୌଣସି ବିଶେଷ କାର୍ଯ୍ୟରେ ଘରୁ ବାହାରୁଛନ୍ତି ସେତେବେଳେ ସେ ପ୍ରଥମେ ନିଜର ଡାହାଣ ଗୋଡ଼ ବାହାରକୁ ରଖିବା ଜରୁରୀ । ଏହା ଶୁଭପ୍ରଦ ହୋଇଥାଏ । ମାନ୍ୟତା ଅନୁସାରେ ଏପରି କରିବା ଦ୍ୱାରା ନିର୍ଦ୍ଧିଷ୍ଟ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ ।

– ଯଦି ଘରୁ କୌଣସି ବିଶେଷ କାର୍ଯ୍ୟରେ ଯାଉଛନ୍ତି ତେବେ ନିଜର ରାହୁ କାଳକୁ ଧ୍ୟାନ ରଖିବା ଜରୁରୀ । କାହିଁକି ନା ସର୍ବଦା ଶୁଭ ସମୟରେ ଘରୁ ବାହାରିବା ଜରୁରୀ ।

– ସଫଳତା ପ୍ରାପ୍ତି ପାଇଁ ଘରୁ ବାହାରିବା ସମୟରେ ଦହି-ଚିନି ଖାଇ ନିର୍ଦ୍ଧିଷ୍ଟ କାର୍ଯ୍ୟରେ ଯିବା ଶୁଭ ହୋଇଥାଏ । ଏବଂ ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ ।

– କୌଣସି ନିର୍ଦ୍ଧିଷ୍ଟ କାର୍ଯ୍ୟରେ ଯାଉଥିଲେ ମହାଦେବ ଙ୍କ ନିକଟରେ ଚାଉଳ ଉପରେ କଳସ ରଖନ୍ତୁ । ଏବଂ ଏହା ଉପରେ କିଛି ପଇସା ରଖି ଆଳତୀ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।

– କୌଣସି ଜରୁରୀ କାର୍ଯ୍ୟରେ ବାହାରକୁ ଯାଉଥିଲେ, ସଫଳତା ପାଇବା ପାଇଁ ଭଗବାନ ଙ୍କ ନିକଟରେ ମନ୍ତ୍ର ପାଠ କରି ବାହାରକୁ ଯାଆନ୍ତୁ । ଏହାଦ୍ୱାରା ଆପଣଙ୍କୁ ସକାରାତ୍ମକ ସ୍ଥିତି ଅନୁଭବ ହେବ ।

– ଯେତେବେଳେ ବି ଘରୁ ବାହାରକୁ ଯାଉଛନ୍ତି କାହା ପ୍ରତି ଅପଶବ୍ଦ ପ୍ରୟୋଗ କରି ଯାଆନ୍ତୁ ନାହିଁ ।ଏହା ଆପଣଙ୍କ ମନରେ ଓ କାର୍ଯ୍ୟରେ ନେଗେଟିଭ ଏନର୍ଜି ଆଣିଥାଏ । ସମସ୍ତଙ୍କ ସହିତ ସ୍ନେହ ଆଦରରେ ସାକ୍ଷାତ କରି ଘରୁ ବାହାରନ୍ତୁ ।

– ଘରୁ ଯେତେବେଳେ ବି ଯାଉଛନ୍ତି କିଛିଟା ମିଠା ଜିନିଷ ଖାଇ ବାହାରନ୍ତୁ, ଏହାଦ୍ୱାରା ଶୁଭ ଯୋଗ ପ୍ରାପ୍ତି ହୋଇଥାଏ । ଏହାଛଡା ଘରୁ ବାହାରିବା ସମୟରେ ଗୋଲ ମରିଚ ର କିଛି ଟା ମଞ୍ଜି କୁ ତଳେ ପକାଇ ବାହାରକୁ ଯାଆନ୍ତୁ । ଏପରି କରିବା ଦ୍ୱାରା ସଫଳତା ମିଳିଥାଏ ।

Get real time updates directly on you device, subscribe now.