fbpx

କିସିଂ ସିନ୍‌କୁ କାହିଁକି ସିଙ୍ଘମଙ୍କ ଏତେ ଭୟ, ୭ ବର୍ଷ ତଳେ ତାଙ୍କ ସହ ଘଟିଥିଲା ଏପରି କିଛି

ନୂଆଦିଲ୍ଲୀ: ବଲିଉଡ ଏପରି ଏକ ଶିଳ୍ପ ଯାହା ଗତ ୧୦୦ ବର୍ଷରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି । ଫିଲ୍ମ, ସଙ୍ଗୀତ, କ୍ଷୁଦ୍ର ଫିଲ୍ମ , ୱେବ ସିରିଜ୍‌, ଟିଭି ଧାରାବାହିକ ପରି ବହୁ ପ୍ଲାଟଫର୍ମ ରହିଛି ଯେଉଁଠାରେ କଳାକାର ନିଜର ଅଭିନୟ ଦକ୍ଷତାକୁ ପରଦା ଉପରେ ଦେଖାଇଥାଏ । ଫିଲ୍ମର ସ୍କ୍ରିିପ୍ଟ ହିସାବରେ ନିର୍ମାତା ସେଲିବ୍ରିଟିଙ୍କ ଠାରୁ ସିନ୍ ଡିମାଣ୍ଡ କରିଥାଏ । କେହି କଳାକାର ଫିଲ୍ମ ପାଇଁ ନିଜକୁ ମୋଟା କରିଥାଏ ତ ଆଉ କେହି ଫିଲ୍ମ ପାଇଁ ନିଜକୁ ପତଳା କରିଥାଏ । କେହି ବୋଲ୍ଡ ସିନ୍ କରିବାକୁ ନିଜକୁ ବିରତ କରିଥାଏ ତ ଆଉ କେହି ନୋ କିସିଂ ପଲିସି ଓ ନିଜର ସର୍ତ୍ତ ଉପରେ ଫିଲ୍ମ କରିଥାନ୍ତି । ବଲିଉଡ୍‌ରେ ବହୁ ଏପରି ସେଲିବ୍ରିଟି ଅଛନ୍ତି ଯେଉଁମାନେ ନୋ କିସିଂ ପଲିସି ଉପରେ କାମ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ୭ ବର୍ଷ ପୂର୍ବେ ଅଜୟ ଦେବାଗନଙ୍କ ସହ ଏପରି କିଛି ହୋଇଥିଲା ଯେଉଁଥିପାଇଁ ସେ ନୋ କିସିଂ ପଲିସି ଆପଣାଇଥିଲେ ।

ତେବେ ଏହି ପ୍ରସଙ୍ଗ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କାଜୋଲଙ୍କ ସହ ଜଡିତ । ଏହି ନିଷ୍ପତ୍ତି ଅଜୟ ଦେବାଗନ ବର୍ଷ ୨୦୧୬ରେ ଆସିଥିବା ଫିଲ୍ମ ‘ଶିବାୟ’ ରିଲିଜ୍ ହେବା ପରେ ନେଇଥିଲେ । ଶିବାୟ ଏକ ଆକ୍ସନ ଥ୍ରିଲର ଫିଲ୍ମ ଯାହାର ନିର୍ଦ୍ଦେଶନା ଓ ନିର୍ମାଣ ଅଜୟ ଦେବାଗନ ନିଜ ବ୍ୟାନର ଅଜୟ ଦେବାଗନ୍ ଫିଲ୍ମସ୍ ଜରିଆରେ କରିଥିଲେ । ଏହାର କାହାଣୀ ଲେଖିଥିଲେ ସନ୍ଦୀପ ଶ୍ରୀବାସ୍ତବ । ଫିଲ୍ମରେ ଅଜୟ ଦେବାଗନ୍ ମୁଖ୍ୟ ଭୂମିକା ନିଭାଇଥିଲେ । ଫିଲ୍ମରେ ଏକ କିସିଂ ସିନ୍ ଥିଲା ଯାହାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା ।

ଏହା ପୂର୍ବରୁ ଅଜୟ ଦେବାଗନ୍ ନୋ କିସିଂ ପଲିସି ଆପଣାଉଥିଲେ । ଏହି କାରଣରୁ ଫିଲ୍ମର ଏହି ସିନ୍‌କୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ମିଡିଆ ରିପୋର୍ଟ ଅନୁଯାୟୀ ଯେତେବେଳେ କାଜୋଲ ଫିଲ୍ମ ଦେଖିଥିଲେ ସେତେବେଳେ ସେ ଅଜୟଙ୍କ ଉପରେ ବହୁତ ନାରାଜ ହୋଇଯାଇଥିଲେ । ଏହାପରେ ଅଜୟଙ୍କୁ ତାଙ୍କ ପତ୍ନୀଙ୍କ ନିକଟରେ ସରି କହିବାକୁ ପଡିଥିଲା ।
କପିଲ ଶର୍ମା ଶୋ’ରେ କାଜୋଲ ନିଜେ ଏ ବିଷୟରେ କହିଛନ୍ତି । ଶୋ’ରେ ଯେତେବେଳେ କାଜୋଲଙ୍କୁ ପଚରାଯାଇଥିଲା କିି ଅଜୟଙ୍କୁ ପରଦା ଉପରେ କିସ୍ କରୁଥିବାର ଦେଖି କେମିତି ଲାଗିଥିଲା ସେତେବେଳେ କାଜୋଲ କହିଥିଲେ କି ମୁଁ ଫିଲ୍ମର ପ୍ରଡ୍ୟୁସର ଥିଲେ ବି ମୋତେ ଏହି କିସିଂ ସିନ୍ ବିଷୟରେ କିଛି ବି ଜଣା ନ ଥିଲା । କିିନ୍ତୁ ପରେ ସେ ଏହାକୁ ନେଇ ମୋତେ ଭୁଲ୍ ମାଗିଥିଲେ ଓ ମୁଁ କ୍ଷମା କରି ଦେଇଥିଲି ।

Get real time updates directly on you device, subscribe now.