ନବୀନ ରାଗିଲେ ‘ବେଇମାନ’ କୁହନ୍ତି… ତାଙ୍କ ପାଇଁ ‘ଚୁପ୍ ସୈତାନ୍’ ଶବ୍ଦ ପ୍ରଯୁଜ୍ୟ ବୋଲି କହିଲେ ସୌମ୍ୟ

ଭୁବନେଶ୍ୱର: ବିଜେଡିର ଆଭିମୁଖ୍ୟକୁ ନେଇ ସୌମ୍ୟ ପ୍ରୟୋଗ କଲେ ତେର୍ଚ୍ଛା ବାଣ । ନବୀନ ବାବୁଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ନିଶାନା କଲେ ସୌମ୍ୟ ।

ନବୀନ ବାବୁ ବେଶୀ କଥା କୁହନ୍ତି ନାହିଁ; ଧୋକା ଦେଲେ କ୍ଷୁବ୍ଧ ହୋଇଯାଆନ୍ତି । ନବୀନ ବାବୁ ରାଗିଲେ ବେଇମାନ୍ ଶବ୍ଦର ପ୍ରୟୋଗ କରନ୍ତି ।

ଆଜି ୱକଫ୍ ବିଲକୁ ନେଇ ନେତାଭ୍କ ଆଚରଣ, ଉଚ୍ଚାରଣ କ’ଣ ବୁଝିବା? ନବୀନ ବାବୁଙ୍କୁ ଆମେ କେଉଁ ଭାଷାରେ ବର୍ଣ୍ଣନା କରିବା ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି ।

ମୋତେ ଲାଗେ ଚୁପ୍ ସୈତାନ ଛଡ଼ା ଆଉ ଭଲ ଶବ୍ଦେ ନବୀନ ବାବୁଙ୍କ ପାଇଁ ନାହିଁ । ଗୋଟିଲ ଦିନରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ୩ଥର ଭିନ୍ନ ଭିନ୍ନ ନିଷ୍ପତ୍ତି ନେଇଛନ୍ତି ନବୀନ ବାବୁ ।

ଶେଷରେ ପୁଣି ବିବେକ ଅନୁସାରେ ଭୋଟ ଦେବାକୁ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଦଳର ବିବେକ କ’ଣ ତାହା ସ୍ପଷ୍ଟ ଭାବେ ଜଣାପଡ଼ୁ ନାହିଁ ।

ଏବେ ବି ସମୟ ଅଛି; ବିଜେଡି ଗଢ଼ିଥିବା ବନ୍ଧୁ ଆଉ ଧୋକ୍କା ନ ଦିଅନ୍ତୁ ବୋଲି ବିଜେଡି ଦଳୀୟ କନ୍ଦଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନେତା ସୌମ୍ୟ ପଟ୍ଟନାୟକ ।