fbpx

ଆପଣ Education Loan ନେବାକୁ ଚାହୁଁଛନ୍ତି କି, ଦେଖନ୍ତୁ କେଉଁ ବ୍ୟାଙ୍କର ସୁଧ ହାର ଓ EMI କେତେ ରହିଛି

Advertisement

ନୂଆଦିଲ୍ଲୀ: ଅନେକ ସମୟରେ ମେଧାବୀ ଛାତ୍ରଛାତ୍ରୀମାନେ ଉପଯୁକ୍ତ ସମ୍ବଳ ଅଭାବରୁ ସେମାନଙ୍କର ସ୍ୱପ୍ନ ପୂରଣ କରିପାରିନଥାନ୍ତି । ବିଦେଶରେ ଉଚ୍ଚଶିକ୍ଷା ହେଉ ବା ଦେଶର ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ଆଡମିଶନ କରିବା ହେଉ, ମଧ୍ୟବିତ୍ତ ଶ୍ରେଣୀର ପିଲାମାନଙ୍କ ପକ୍ଷେ ଏହା ପ୍ରାୟତଃ ଅସମ୍ଭବ ମନେହୋଇଥାଏ । ତେବେ ଏ କ୍ଷେତ୍ରରେ ଏଜୁକେଶନ ଲୋନ୍ ହିଁ ଏକମାତ୍ର ସାହା ଭରସା ହୋଇଥାଏ । ଅନେକ ବ୍ୟାଙ୍କ ଏଜୁକେଶନ ଲୋନ୍ ଶସ୍ତାରେ ପ୍ରଦାନ କରୁଥିବା ବେଳେ ଆଉ କିଛି ବ୍ୟାଙ୍କର ଲୋନ୍ ମହଙ୍ଗା ହୋଇଥାଏ ।

କିଛି ବ୍ୟାଙ୍କରୁ ଏଜୁକେଶନ ଲୋନ୍ ସହଜରେ ମିଳିଯାଇଥାଏ ଓ ଏଥିପାଇଁ ଶିକ୍ଷାର୍ଥୀଙ୍କୁ କମ୍ ସୁଧ ପ୍ରଦାନ କରିବାକୁ ପଡ଼ିଥାଏ । ବିଳମ୍ବରେ ଫିସ୍ ଦେୟ ସହିତ ଅନ୍ୟାନ୍ୟ ଚାର୍ଜ ମଧ୍ୟ କିଛି ବ୍ୟାଙ୍କ ନେଇ ନଥାନ୍ତି । ଫଳରେ ଛାତ୍ରଛାତ୍ରୀମାନେ ଏଭଳି କିଛି ବ୍ୟାଙ୍କରୁ ଏଜୁକେଶସନ ଲୋନ୍ ପାଇବା ପାଇଁ ଲମ୍ବା ଲାଇନ୍ ଲଗାଇଥାନ୍ତି । ତେବେ ଏଜୁକେଶନ ଲୋନ୍ ଆପ୍ଲାଏ କରିବା ପୂର୍ବରୁ ନିଜର ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ନିହାତି ଜରୁରୀ । ଆପଣ bankbazaar.com ପରି ପୋର୍ଟାଲକୁ ଯାଇ ନିଜର ଯୋଗ୍ୟତା ଚେକ୍ କରିପାରିବେ ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଏଜୁକେଶନ ଲୋନ୍ ୬.୭୦ ପ୍ରତିଶତ ସୁଧ ହାରରେ ପ୍ରଦାନ କରିଥାଏ । ଏଥିପାଇଁ ୨୯,୮୯୩ ଟଙ୍କାର ଇଏମଆଇ ଦେବାକୁ ପଡ଼ିଥାଏ । ବ୍ୟାଙ୍କ ଅଫ୍ ବରୋଦା ୬.୭୫ ପ୍ରତିଶତରେ ଲୋନ୍ ଦେବା ସହ ଏହାର ଇଏମଆଇ ୨୯,୯୪୨ ଟଙ୍କା ରହିଥାଏ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଲୋନ୍ ଦର ୬.୭୫ ପ୍ରତିଶତ ଓ ଇଏମଆଇ ୨୯,୯୪୨ ଟଙ୍କା ରହିଥାଏ । ଆଇଡିବିଆଇର ଲୋନ୍ ଦର ୬.୭୫ ପ୍ରତିଶତ ଓ ଇଏମଆଇ ୨୯,୯୪୨ ଟଙ୍କା ଦେବାକୁ ପଡ଼ିଥାଏ ।

Get real time updates directly on you device, subscribe now.