fbpx

୨୦୨୧ରେ ବକ୍ସ ଅଫିସରେ କେଉଁ ଭାରତୀୟ ଫିଲ୍ମ କରିଛି କେତେ ଆୟ, ଦେଖନ୍ତୁ ଲିଷ୍ଟ

କରୋନାର ଦ୍ୱିତୀୟ ଲହର ସମାପ୍ତ ହେବା ପରେ ପୁଣି ସିନେମା ଘରକୁ ବିଭିନ୍ନ ତାରକାଙ୍କ ଫିଲ୍ମ କମବ୍ୟାକ୍ କରିଥିଲା । ସେଥିମଧ୍ୟରୁ କିଛି ଫିଲ୍ମ ଭଲ କମାଇ କରିଥିବା ବେଳେ ଆଉ କିଛି ଫ୍ଲପ୍ ସାବ୍ୟସ୍ତ ହୋଇଥିଲା । ତେବେ ବର୍ତ୍ତମାନ ଆଗକୁ ୨୦୨୨ ଆସୁଥିବା ବେଳେ ଆସନ୍ତା ନଜର ପକାଇବା ୨୦୨୧ର ବକ୍ସ ଅଫିସ୍ କଲେକ୍ସନ ଉପରେ:-

୧- ସୂର୍ଯ୍ୟବଂଶୀ: ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ୍ ଡେଟ୍ କରୋନା ପାଇଁ ଅନେକ ଥର ଘୁଞ୍ଚି ଯାଇଥିଲା । ଶେଷରେ ଗତ ଦିୱାଲିରେ ଫିଲ୍ମରେ ରିଲିଜ୍ କରାଯାଇଥିଲା ଓ ଏହା ପ୍ରଥମ ଦିନରେ ୨୬ କୋଟି କମାଇ କରିଥିଲା । ଫିଲ୍ମଟି ମୋଟ ୧୯୬ କୋଟି ଟଙ୍କାର ବ୍ୟବସାୟ କରିଥିଲା ।

୨- ମାଷ୍ଟର: ସାଉଥ୍ ସୁପର ଷ୍ଟାର ବିଜୟ ଓ ବିଜୟ ସେଥୁପତିଙ୍କ ଅଭିନୀତ ଫିଲ୍ମ ‘ମାଷ୍ଟର’ ଚଳିତ ବର୍ଷ ପ୍ରାରମ୍ଭରେ ରିଲିଜ୍ ହୋଇଥିଲା । ଫିଲ୍ମଟି ତାମିଲ, ତେଲୁଗୁ ଓ ହିନ୍ଦି ଭାଷାରେ ରିଲିଜ୍ ହେବା ସହ ପାଖାପାଖି ୧୫୪ କୋଟି ଆୟ କରିଥିଲା ।

୩- ଓକିଲ ସାବ: ଗତ ଏପ୍ରିଲ ମାସ ୯ ତାରିଖରେ ପବନ କଲ୍ୟାଣଙ୍କ ଅଭିନୀତ ‘ଓକିଲ ସାବ’ ଫିଲ୍ମ ରିଲିଜ୍ ହୋଇଥିଲା । କରୋନା ସମୟରେ ରିଲିଜ୍ ହୋଇଥିଲେ ହେଁ ଫିଲ୍ମଟି ୧୦୯ କୋଟିରୁ ଅଧିକ ଆୟ କରିଥିଲା । ଫିଲ୍ମଟି ବଲିଉଡ ଫିଲ୍ମ ‘ପିଙ୍କ’ର ତେଲୁଗୁ ରିମେକ ଅଟେ ।

୪- ଅନ୍ୟାଥେ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଅନ୍ୟାଥେ’ ଗତ ନଭେମ୍ବର ୪ରେ ରିଲିଜ୍ ହୋଇଥିଲା । ଫିଲ୍ମଟି ୧୦୬ କୋଟିରୁ ଅଧିକ ଆୟ କରିବାରେ ସକ୍ଷମ ହୋଇଥିଲା ।

୫- ଅଖଣ୍ଡା: ଚଳିତ ମାସ ୨ ତାରିଖରେ ନନ୍ଦାମୁରୀ ବାଲକୃଷ୍ଣଙ୍କ ଅଭିନୀତ ତେଲୁଗୁ ଆକ୍ସନ ଫିଲ୍ମ ‘ଅଖଣ୍ଡା’ ରିଲିଜ୍ ହୋଇଥିଲା । ଫିଲ୍ମଟି ବକ୍ସ ଅଫିସରେ ପାଖାପାଖି ୭୫ କୋଟି ଟଙ୍କାର ବ୍ୟବସାୟ କରିଥିଲା । ବର୍ତ୍ତମାନ ବି ଫିଲ୍ମଟି ବକ୍ସ ଅଫିସରେ ଜଲୱା ଜାରି ରଖିଛି ।

୬- ସ୍ପାଇଡର ମ୍ୟାନ: ଏହି ଫିଲ୍ମଟିକୁ ଦେଶର ୩୨୬୪ଟି ହଲ ଓ ୪ଟି ଭାଷାରେ ରିଲିଜ୍ କରାଯାଇଥିଲା । ଫିଲ୍ମଟି ପ୍ରଥମ ଦିନରେ ୩୨.୬୭ କୋଟି ଆୟ କରିଥିଲା ।

୭- ତଡ଼ପ: ଏହି ଫିଲ୍ମ ମାଧ୍ୟମରେ ଅହାନ ଶେଟ୍ଟି ଡେବ୍ୟୁ କରିଥିଲେ । ଫିଲ୍ମଟି ପ୍ରଥମ ଦିନରେ ୪.୦୫ କୋଟି ସହ ବର୍ତ୍ତମାନ ସୁଦ୍ଧା ୨୪ କୋଟିରୁ ଅଧିକ ଆୟ କରିସାରିଛି ।

୮- ରୂହୀ: ଏହି ଫିଲ୍ମଟି ଗତ ମାର୍ଚ୍ଚ ୧୧ରେ ରିଲିଜ୍ ହୋଇଥିଲା । ପ୍ରଥମ ଦିନରେ ଏହା ୩.୦୬ କୋଟି ଓ ମୋଟ ୨୫ କୋଟିରୁ ଅଧିକ ଆୟ କରିଥିଲା ।

୯- ସତ୍ୟମେବ ଜୟତେ: ଫିଲ୍ମଟି ପ୍ରଥମ ଦିନରେ ୩.୬ କୋଟି ଓ ମୋଟ ୧୦.୫ କୋଟିର ବ୍ୟବସାୟ କରିଥିଲା ।

୧୦- ବେନମ: ଗତ ଅକ୍ଟୋବର ୧୪ରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ପ୍ରଥମ ଦିନରେ ୩.୭୧ କୋଟି ଓ ମୋଟ ୧୮ କୋଟିର ବ୍ୟବସାୟ କରିଥିଲା ।

Get real time updates directly on you device, subscribe now.