fbpx

ପୂଜା ଘରେ କେଉଁ ଦୀପ ଜାଳିବା ଭଲ : ଜାଣନ୍ତୁ ଏହାର ମହତ୍ତ୍ୱ

Advertisement

ଭୁବନେଶ୍ୱର : ସନାତନ ଧର୍ମରେ କୁହାଯାଇଛି ଯେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ପାଇଁ ଘରେ ଦୀପ ଜଳାଯାଏ । ଦୀପ ଜାଳିବାର ଏକ ବିଶେଷ ମହତ୍ତ୍ୱ ରହିଛି । କୌଣସି ଧାର୍ମିକ କାର୍ଯ୍ୟ ହେଉ ବା ଆମେ ସାଧାରଣତଃ ମନ୍ଦିରକୁ ଗଲେ ଦୀପ ଜାଳିଥାଉ । ହିନ୍ଦୁ ଧର୍ମରେ ଏହାକୁ ବିଶ୍ୱାସ ଏବଂ ଆସ୍ଥାର ପ୍ରତୀକ ବୋଲି ବିବେଚନା କରାଯାଇଛି । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଦୀପ ଜାଳୀବା ଦ୍ୱାରା ପରିବରଶ ଶୁଦ୍ଧ ହେବା ସହ ନାକାରାତ୍ମକ ଶକ୍ତି ଦୂର ହୋଇଥାଏ ।

ଅନ୍ୟପଟେ ଘିଅ ଦୀପ ଏବଂ ତେଲ ଦୀପର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି । ଘିଅ ଦୀପ ଦେବଦେବୀଙ୍କ ଉଦ୍ଦେଶ୍ୟରେ ଲଗାଯାଉଥିବା ବେଳେ ତେଲ ଦୀପ ମନସ୍କାମନା ପୂର୍ତ୍ତି କିମ୍ବା ଗ୍ରହ ଦୋଷ ଖଣ୍ଡନ ପାଇଁ ଲଗାଯାଏ । ତେବେ ଆସନ୍ତୁ ଜାଣିବା ଘିଅ ଦୀପ ଏବଂ ତେଲ ଦୀପର କ’ଣ ରହିଛି ବିଶେଷ ମହତ୍ତ୍ୱ …

୧. ଠାକୁରଙ୍କ ପାଖରେ ଆପଣ ଯଦି ଘିଅ ଦୀପ ଜାଳୁଛନ୍ତି, ତେବେ ଦୀପକୁ ବାମ ପାଶ୍ୱର୍ରେ ରଖିବା ଉଚିତ । ଯଦି ଆପଣ ତେଲ ଦୀପ ଜାଳନ୍ତି ତାହାଲେ ଦୀପକୁ ଡାହଣ ପାଶ୍ୱର୍ରେ ରଖିବାର ନିୟମ ରହିଛି । ଏହି ନିୟମ ପାଳନ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୁଅନ୍ତି ଏବଂ ଘରେ ସୁଖ ଏବଂ ସମୃଦ୍ଧତା ରହିଥାଏ ବୋଲି ମନେ କରାଯାଇଛି ।

୨. ଶନି ଦେବଙ୍କୁ ପ୍ରସନ୍ନ କରିବା ତଥା ଶନି ଦୋଷରୁ ରକ୍ଷା ପାଇବା ପାଇଁ ରାଶି ତେଲର ଦୀପ ଲଗାଇବା ଉତ୍ତମ ହୋଇଥାଏ ।

୩. ଘରେ ସୁଖ ଶାନ୍ତି ବଜାୟ ରହିବା ପାଇଁ ତେଲ ଦୀପ ଲଗାଇବା ଉତ୍ତମ ହୋଇଥାଏ ।

୪. ଘିଅ ଦୀପ ପ୍ରଜ୍ୱଳନ କରିବା ବହୁତ ଶୁଭ ହୋଇଥାଏ । ଦୀପାବଳିରେ ଶୁଦ୍ଧ ଘିଅରେ ଦୀପ ଲଗାଇବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ସାଧନ ହୋଇଥାଏ । ଘରେ ଧନସମ୍ପତ୍ତିର ଅଭାବ ରହେ ନାହିଁ ।

Get real time updates directly on you device, subscribe now.