fbpx

କୋଭାକ୍ସିନ ନାଁ କୋଭିସିଲ୍ଡ କେଉଁ ଟିକା ଆମ ପାଇଁ ଲାଭଦାୟକ:ରିପୋର୍ଟରୁ ମିଳିଲା ସୂଚନା

ନୂଆଦିଲ୍ଲୀ: ଏବେ ସବୁଠାରେ କରୋନାର ପ୍ରକୋପ ବଢ଼ିବାରେ ଲାଗିଛି । ଏହା ସହିତ କରୋନା ହେବା ପରଠାରୁ ଶରୀରରେ ଅନେକ ପରିବର୍ତ୍ତନ ତଥା ରୋଗ ପ୍ରତିରୋଧକ ଶକ୍ତି ହେଉ ଅବା ପୁରୁଷ ମାନଙ୍କର ଶରୀରରେ ଅନେକ ପରିବର୍ତ୍ତନ ହେଉଛି। କେନ୍ଦ୍ରରୁ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, କୋଭାକ୍ସିନ ଟିକା ନେଇଥିବା ଲୋକଙ୍କ ତୁଳନାରେ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଉତ୍ତମ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି । ଏହି ଅଧ୍ୟୟନ ଶୁକ୍ରବାର ‘ମେଡଆର୍ଜିବ’ ସର୍ଭରରେ ପୋଷ୍ଟ କରାଯାଇଛି । ତେବେ ଏହା ଉପରେ ଏ ପର୍ଯ୍ୟନ୍ତ ସମୀକ୍ଷା କରାଯାଇନାହିଁ ।

ଅଧ୍ୟୟନରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଉଭୟ ଟିକା ସେରୋନେଗେଟିଭ୍ ଏବଂ ସେରୋପୋଜିଟିଭ୍ ବ୍ୟକ୍ତିବିଶେଷ କିମ୍ବା କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପରିସଂଖ୍ୟାନିକ ଗୁରୁତ୍ୱପୂର୍ଣ୍ଣ ଆଣ୍ଟିବଡି ସ୍ତର ସୃଷ୍ଟି କରିଥିଲା । ଜୁନ୍ ୨୦୨୧ରୁ ଜାନୁୟାରୀ ୨୦୨୨ ମଧ୍ୟରେ, ଅନୁସନ୍ଧାନକାରୀମାନେ ସହରାଞ୍ଚଳ ତଥା ଗ୍ରାମାଞ୍ଚଳ ବେଙ୍ଗାଲୁରୁ ଏବଂ ପୁଣେର ଚାରୋଟି ସ୍ଥାନରେ ୧୮-୪୫ ବର୍ଷ ବୟସର ୬୯୧ ଅଂଶଗ୍ରହଣକାରୀଙ୍କ ଉପରେ ଅଧ୍ୟୟନ କରିଥିଲେ । ଅଂଶଗ୍ରହଣକାରୀମାନଙ୍କୁ ୨୮ ଦିନ ମଧ୍ୟରେ କୋଭାକ୍ସିନର ଦୁଇଟି ଡୋଜ୍ ଅଥବା ୩ମାସ ଅନ୍ତରାଳରେ କୋଭିସିଲ୍ଡର ଦୁଇଟି ଡୋଜ୍ ଦିଆଯାଇଥିଲା ।

ଏହି ନୂତନ ଅଧ୍ୟୟନ ଅନୁଯାୟୀ, କୋଭାକ୍ସିନ୍ ଟିକା ନେଇଥିବା ବ୍ୟକ୍ତିଙ୍କ ତୁଳନାରେ କୋଭିସିଲ୍ଡ ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଆଣ୍ଟିବଡ଼ି ଅଧିକ ରହିଥିଲା । ଅଧ୍ୟୟନରୁ ଜଣାପଡିଛି ଯେ କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ପରେ ସେରୋନେଗେଟିଭ୍ ବ୍ୟକ୍ତିବିଶେଷରେ ଆଣ୍ଟିବଡି ଯଥାକ୍ରମେ ୨.୧ ଏବଂ ୭.୬ ଗୁଣ ବୃଦ୍ଧି ପାଇଛି, କିନ୍ତୁ କୋଭାକ୍ସିନରେ ଏତେ ଉଚ୍ଚ ସ୍ତରର ଆଣ୍ଟିବଡି ସୃଷ୍ଟି କରିପାରି ନାହିଁ ।

Get real time updates directly on you device, subscribe now.