fbpx

ବ୍ରଜରାଜନଗର ରଣାଙ୍ଗନରେ BJD, BJP ଓ Congressର ତିନି ହେଭିୱେଟ୍: ଚଳିତ ଉପନିର୍ବାଚନରେ କିଏ କରିବ ବାଜିମାତ୍?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନକୁ ଆଉ ରହିଲା ମାତ୍ର ଗୋଟିଏ ସପ୍ତାହ । ନିର୍ବାଚନ ମୈଦାନରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ଅବତୀର୍ଣ୍ଣ ହୋଇଛନ୍ତି । ବିଜେଡିରୁ ଅଳକା ମହାନ୍ତି, ବିଜେପିରୁ ରାଧାରାଣୀ ପଣ୍ଡା ଓ କଂଗ୍ରେସରୁ କିଶୋର ପଟେଲ ଚଳିତ ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ତେବେ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରତ୍ୟେକ ଦଳର ନେତାମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।

ତେବେ ଚଳିତ ଉପନିର୍ବାଚନରେ କିଏ ଜିତିବ ଯଦିଓ ତାହା ଆକଳନ କରିବା ଅସମ୍ଭବ, ତେବେ ରାଜନୈତିକ ପାଣିପାଗର ହାୱାରୁ କିଛିଟା ଆଭାସ ମିଳିପାରିବ । ତେବେ ଚଳିତ ଉପନିର୍ବାଚନର ଫଳାଫଳ ଶାସକ ଦଳ ସପକ୍ଷରେ ଯିବାର ସମ୍ଭାବନା ଅଧିକ । ଅଧିକାଂଶ ସମୟରେ କ୍ଷମତାରେ ଥିବା ଦଳମାନେ ହିଁ ଉପନିର୍ବାଚନରେ ବିଜୟ ହାସଲ କରିଥାନ୍ତି । ତେବେ ନିର୍ବାଚନ ଫଳାଫଳ ଘୋଷଣା ନ ହେବା ପର୍ଯ୍ୟନ୍ତ ଏପରି ଆକଳନ କରିବା ଠିକ୍ ନୁହେଁ । ନିକଟରେ ରାଜ୍ୟରେ ସମାପ୍ତ ହୋଇଥିବା ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ, ମେୟର ନିର୍ବାଚନରେ ବିଜେଡି ଆଶାତୀତ ସଫଳା ହାସଲ କରିଥିଲା । ତେଣୁ ଦଳ କିପରି ପୁଣି ଥରେ ନିଜର ବିଜୟ ଜାରି ରଖିପାରିବ, ସେଥିପାଇଁ ନେତାମାନେ ଜୋରସୋରରେ ଲାଗି ପଡ଼ିଛନ୍ତି ।

ବିଜେଡ଼ି ପ୍ରାର୍ଥୀ ଅଳକାଙ୍କ ପାଇଁ ଦଳର ବହୁ ମନ୍ତ୍ରୀ, ବିଧାୟକ, ବରିଷ୍ଠ ନେତାମାନେ ଭୋଟରଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ସେହିପରି ବିଜେପି ପକ୍ଷରୁ କିଛି ସାଂସଦ ଓ ବିଧାୟକମାନେ ରାଧାରାଣୀଙ୍କୁ ଜିତାଇବା ପାଇଁ ଜୋରଦାର ସଂଘର୍ଷ ଆରମ୍ଭ କରିଦେଇଛନ୍ତି । କଂଗ୍ରେସ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ । ଗାଁ ଗାଁ ବୁଲି ଦଳୀୟ ନେତାମାନେ ପ୍ରାର୍ଥୀ କିଶୋର ପାଇଁ ପ୍ରଚାର କରୁଛନ୍ତି । ଇତିମଧ୍ୟରେ ଆଜି କଂଗ୍ରେସର ନୂଆ ପିସିସି ସଭାପତି ନିଯୁକ୍ତି ହୋଇଥିବା ବେଳେ ସୁପ୍ତ କଂଗ୍ରେସ ପୁଣି ଥରେ ଚଳଚଞ୍ଚଳ ହୋଇପଡ଼ିଛି ।

Get real time updates directly on you device, subscribe now.