fbpx

କାହିଁକି ଦ୍ୱନ୍ଦ୍ୱରେ ପଡ଼ିଲେ ଦେଶବାସୀ? ଏଥର ୭୫ ନା ୭୬ତମ ସ୍ୱାଧୀନତା ଦିବସ ପାଳନ କରିଛି ଦେଶ?

ଦେଶରେ ସ୍ୱଧୀନତା ଦିବସକୁ ନେଇ ପୁଣି ଦ୍ୱନ୍ଦ୍ୱ ଆରମ୍ଭ ହୋଇଛି । ଗତକାଲି ଦେଶବାସୀ ୭୫ ନା ୭୬ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି । ଏମିତିକି ସ୍ୱାଧୀନତା ଦିବସ ପାଳନ କରିବା ପରେ ବି ଦେଶବାସୀ ସନ୍ଦେହରେ ଅଛନ୍ତି । ସ୍ୱାଧୀନତା ଦିବସ ପାଳନ ଶେଷ ହୋଇଯାଇଥିଲେ ବି ଏହାକୁ ନେଇ ଏବେ ପର୍ଯ୍ୟନ୍ତ ଲୋକଙ୍କ ମନରେ ଶଙ୍କା ରହିଛି ।

କିଛି ଲୋକ ଚଳିତ ବର୍ଷର ସ୍ୱାଧୀନତା ଦିବସକୁ ୭୫ ତମ ସ୍ୱାଧୀନତା ଦିବସ କହୁଥିବା ବେଳେ କିଛି ଏହାକୁ ୭୬ତମ ସ୍ୱାଧୀନତା ଦିବସ କହିଛନ୍ତି । ତେବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଇଥିଲା । ଯାହାକୁ ନେଇ ଲୋକମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଚଳିତ ବର୍ଷ ଦେଶରେ ପାଳନ କରାଯାଇଛି ୭୬ତମ ସ୍ୱାଧୀନତା ଦିବସ ।

ଦେଶ ଚଳିତ ବର୍ଷ କେତେ ତମ ସ୍ୱାଧୀନତା ଦିବସ ପାଳନ କରିଛି ତାହା ଜାଣିବାର ସହଜ ଉପାୟ ହେଉଛି ପ୍ରଥମେ ପାଳିତ ହୋଇଥିବା ସ୍ୱାଧୀନତା ଦିବସ । ପ୍ରଥମ ସ୍ୱାଧୀନତା ଦିବସ ୧୯୪୭ ମସିହାରେ ଆରମ୍ଭ ହୋଇଥିବା ବେଳେ ଏହା ପରଠାରୁ ଗଣନା କଲେ ଅତି ସହଜ ଭାବରେ ଆମେ ଜାଣିପାରିବା ଏହା କେତେ ତମ ସ୍ୱାଧୀନତା ଦିବସ । ୧୯୪୭ରୁ ଆରମ୍ଭ ହୋଇଥିବା ସ୍ୱାଧୀନତା ଦିବସ ୧୯୫୬ରେ ୧୦ମ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଇଥିଲା । ସେହିପରି ୧୯୬୬ରେ ଏହା ୨୦ତମ ଏବଂ ୧୯୯୬ରେ ୫୦ତମ ସ୍ୱାଧୀନତା ଦିବସ ପାଳନ କରିଥିଲା ସାରା ଭାରତ । ତେବେ ୨୦୧୬ ମସିହାରେ ଦେଶ ୭୦ ତମ ଏବଂ ୨୦୨୧ରେ ଏହା ୭୫ତମ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଇଥିଲା । ତେଣୁ ଏହି ହିସାବ ଅନୁସାରେ ଦେଶ ଚଳିତ ବର୍ଷ ୭୬ତମ ସ୍ୱାଧୀନତା ଦିବସ ପାଳନ କରିଛି ।

Get real time updates directly on you device, subscribe now.