fbpx

ଶାରୀରିକ ଭାବେ ବ୍ରିକ୍ସ ସମ୍ମିଳନୀରେ ଥିଲୁ ହେଲେ ଆମ ମନ ବାଙ୍ଗାଲୁରରେ ଥିଲା; ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର

ନୂଆଦିଲ୍ଲୀ; ଚନ୍ଦ୍ରର ଦକ୍ଷିଣମେରୁ ଅଞ୍ଚଳରେ ୨୩ ଅଗଷ୍ଟ ୨୦୨୩ରେ ଅବତରଣ କରିଥିଲା ଭାରତର ଚନ୍ଦ୍ରାୟନ-୩ । ଏହି ଅବତରଣ ଦିନ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଉପସ୍ଥିତ ରହିଥିଲେ । ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଇସ୍ରୋ ସହ ଭିଡିଓ କନ୍ଫରେନ୍ସରେ ଯୋଡି ହୋଇଥିଲେ ।

ଆଜି ଏହି ଘଟଣାକୁ ଏକ ସପ୍ତାହ ପୁରିଗଲାଣି । ଅର୍ଥାତ୍ ଚନ୍ଦ୍ରରେ ଅଧାଦିନ ଏହା ପୁରଣ କରିସାରିଲାଣି । ଚନ୍ଦ୍ରାୟନ-୩ ଏହି ତଥ୍ୟ ସଂଗ୍ରହ ମୋଟ ୧୪ ଦିନ ଯାଏଁ ଜାରି ରଖିବ ବୋଲି ସୂଚନା ରହିଛି । ସେପଟେ ଏହି ସମୟ ମଧ୍ୟରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ହାସଲ କରିଛନ୍ତି । ହେଲେ ଆଜି ପୁଣିଥରେ ସେହି ଐତିହାସିକ ମୁହୂର୍ତ୍ତର କଥା ଦୋହରାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ସେ କହିଛନ୍ତି ଯେ, ଯେଉଁ ଦିନ ଚନ୍ଦ୍ରୟାନ-୩ ଚନ୍ଦ୍ରରେ ଅବତରଣ କରିବାକୁ ଯାଉଥିଲା, ଆମେ ସେଦିନ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଶାରୀରିକ ଭାବରେ ଉପସ୍ଥିତ ଥିଲୁ । ହେଲେ ବେଙ୍ଗାଲୁରୁରେ ଆମେ ମାନସିକ ସ୍ତରରେ ଉପସ୍ଥିତ ଥିଲୁ । ଏହାକୁ ନେଇ ମୁଁ ଆଉ ପ୍ରଧାମନ୍ତ୍ରୀ ମୋଦିଜୀ ଖୁବ ଉତ୍ସାହିତ ରହିଥିଲୁ । ସେଦିନ ସନ୍ଧ୍ୟାରେ ସେଠାରେ କେବଳ ଗୋଟିଏ ବିଷୟ ଉପରେ ଆଲୋଚନା କରାଯାଉଥିଲା । ଆଉ ସେହି ବିଷୟଟି ଥିଲା ଚନ୍ଦ୍ରଯାନ -୩ର ଚନ୍ଦ୍ରରେ ସଫଳ ଅବତରଣ । ଦକ୍ଷିଣ ଆଫ୍ରିକାରେ ଉପସ୍ଥିତ ଥିବା ସମସ୍ତ ନେତା ବିଶ୍ୱାସ କରୁଥିଲେ ଯେ ଭାରତ ଏହା କରି ଦେଖାଇଛି । ସର୍ବସାଧାରଣରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଏହାକୁ ମଧ୍ୟ ଖୁବ ପ୍ରଶଂସା କରିଥିଲେ।

ଏହା ସହ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ କହିଛନ୍ତି, ଭାରତ ଏପରି ଏକ ସମୟରେ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଛି, ଯେଉଁ ସମୟରେ ବିଶ୍ୱ ପ୍ରତି ଭାରତର ଗୁରୁତ୍ୱ ବଢୁଛି । ଆମର ଆର୍ଥିକ ସଫଳତା ବିଶ୍ୱ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ଆମେ ବର୍ତ୍ତମାନ ପାଞ୍ଚ ନମ୍ବର ଅର୍ଥନୀତିରେ ପରିଣତ ହୋଇଛୁ । ଚନ୍ଦ୍ରୟାନ-୩ ମଧ୍ୟ ଏହାର ଏକ ଉଦାହରଣ । ଚନ୍ଦ୍ରୟାନ -୩ ମିଶନ ସଫଳତା ‘ସମଗ୍ର ବିଶ୍ୱକୁ ପ୍ରେରଣା ଦେଇଛି ଭାରତ’।

Get real time updates directly on you device, subscribe now.