fbpx

Modi 3.0 କ୍ୟାବିନେଟରେ କିଏ? କାହାକୁ କେଉଁ କ୍ୟାବିନେଟ ପାହ୍ୟା ସ୍ଥାନ ଦେଲେ ପ୍ରଧାନମନ୍ତ୍ରୀ?

ନୂଆଦିଲ୍ଲୀ: ଆଜି ତୃତୀୟ ଥର ଭାବରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି । ୨୦୧୪ ଏବଂ ୨୦୧୯ ପରେ ୨୦୨୪ ରେ ମଧ୍ୟ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇଛି । ମୋଦୀଙ୍କ ଶପଥ ପାଠ ସହିତ ସ୍ପଷ୍ଟ ହୋଇଯାଇଛି ମୋଦୀ ୩.୦ ର କ୍ୟାବିନେଟ ପାହ୍ୟା । ଏହି ଶପଥ ପାଠ ଉତ୍ସବରେ କ୍ୟାବିନେଟ ପାହ୍ୟାର ସମସ୍ତ ସ୍ଥିତି ସ୍ପଷ୍ଟ ହୋଇଛି । ତେବେ ଆସନ୍ତୁ ଜାଣିବା ନୂଆ ମୋଦୀ କ୍ୟାବିନେଟରେ କେଉଁ ପାହ୍ୟାରେ ରହିଲେ କେଉଁ ମନ୍ତ୍ରୀ ।

କ୍ୟାବିନେଟର କେଉଁ ପାହ୍ୟାରେ କିଏ?

ନୂଆ ସରକାରର ନୂଆ କ୍ୟାବିନେଟରେ ପ୍ରଥମ ପାହ୍ୟା ତଥା ପ୍ରଧାନମନ୍ତ୍ରୀ ଭାବରେ ମୋଦୀ ଶପଥ ଗ୍ରହଣ କରିଛନ୍ତି । ଏହାପରେ କ୍ୟାବିନେଟର ଦ୍ୱିତୀୟ ସ୍ଥାନରେ ରାଜନାଥ ସିଂହ ଶପଥ ନେଇଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ଅମିତ ଶାହ । ଏହାବ୍ୟତୀତ କ୍ୟାବିନେଟ ମନ୍ତ୍ରୀ ଭାବରେ ଚତୁର୍ଥ ସ୍ଥାନରେ ନୀତିନ ଗଡ଼କାରୀ, ପଞ୍ଚମରେ ଜେପି ନଡ୍ଡା ଏବଂ ଷଷ୍ଠରେ ଶିବରାଜ ସିଂହ ଚୌହାନ୍ କ୍ୟାବିନେଟ ପାହ୍ୟାର ଅଧିକାରୀ ହୋଇଛନ୍ତି । ଏହାପରେ ସପ୍ତମ କ୍ୟାବିନେଟ ମନ୍ତ୍ରୀ ଭାବରେ ନିର୍ମଳା ସୀତାରମଣଙ୍କୁ ସ୍ଥାନ ଦିଆ ଯାଇଥିବା ବେଳେ ଅଷ୍ଟମ ପାହ୍ୟାରେ ରହିଛନ୍ତି ଏସ. ଜୟଶଙ୍କର ।

ସେହିପରି ନବମ ସ୍ଥାନରେ ମନୋହରଲାଲ ଖଟ୍ଟର ଏବଂ ଦଶମରେ ଜେଡିଏସ ନେତା ଏଚ.ଡି କୁମାରସ୍ୱାମୀ ମୋଦୀ ୩.୦ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏକାଦଶ ସ୍ତାନରେ ଜିତନ ରାମ ମାଝୀ ସ୍ଥାନ ପାଇଥିବା ବେଳେ ଦ୍ୱାଦଶ କ୍ୟାବିନେଟ ଭାବରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ନୂଆ କ୍ୟାବିନେଟର ସମସ୍ତ ମନ୍ତ୍ରୀଙ୍କୁ ରାଷ୍ଟପ୍ରତି ମୁର୍ମୁ ଶପଥ ପାଠ କରାଇଛନ୍ତି ।

ମୋଦୀ କ୍ୟାବିନେଟରେ କେତେ ଜଣ ମନ୍ତ୍ରୀଙ୍କ ଶପଥପାଠ?

ରାଷ୍ଟ୍ରପତି ଭବନରେ ଆଜି ମୋଦୀ ୩.୦ କ୍ୟାବିନେଟର ମୋଟ ୭୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି । ଏଥିରେ ପ୍ରାୟ ୨୧ ଜଣ ସବର୍ଣ୍ଣ ରହିଥିବା ବେଳେ ୨୭ ଜଣ ଓବିସି, ୧୦ ଜଣ ଦଳିତ ଏବଂ ୫ ଜଣ ଲେଖାଏଁ ଆଦିବାସୀ ଓ ଅଳ୍ପସଂଖ୍ୟକ ଜାତିର ସାଂସଦ ସାମିଲ ରହିଛନ୍ତି । ଜାତିଗତ ସମୀକରଣକୁ ଦୃଷ୍ଟିରେ ରଖି କ୍ୟାବିନେଟ ବଣ୍ଟନ କରିଛି ଭାରତୀୟ ଜନତା ପାର୍ଟି ।

Get real time updates directly on you device, subscribe now.