fbpx

କୋଭିଡ ଟିକା ସୁପାରିଶରେ ପରିବର୍ତ୍ତନ ଆଣିଲା WHO,କହିଲେ ସମସ୍ତଙ୍କୁ ଆବଶ୍ୟକ ନାହିଁ ଅତିରିକ୍ତ ବୁଷ୍ଟର ଡୋଜ

Advertisement

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଦିନ COVID-19 ଟିକା ପାଇଁ ଏହାର ସୁପାରିଶକୁ ପରିବର୍ତ୍ତନ କରିଛି । ଏହା ସହିତ ସୂଚନା ଦେଇ କହିଛି ଯେଉଁମାନଙ୍କୁ ଅଧିକ ବିପଦର ଆଶଙ୍କା ରହିଛି ସେମାନଙ୍କର ଶେଷ ବୁଷ୍ଟରର ବାର ମାସ ପରେ ଏକ ବୁଷ୍ଟର ଡୋଜ ନେବାର ଆବଶ୍ୟକତା ରହିଛି । ସୁସ୍ଥ ଶିଶୁ ଏବଂ କିଶୋରମାନଙ୍କ ପାଇଁ, WHO ଟୀକାକରଣକୁ ସୁପାରିଶ କରିବା ପୂର୍ବରୁ ଥିବା ଅନ୍ୟ ରୋଗ କାରକଗୁଡିକ ଉପରେ ବିଚାର କରିବାକୁ ମଧ୍ୟ ଅନୁରୋଧ କରିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ ଏହା ନିୟମିତ, ମଧ୍ୟମ ବିପଦପୂର୍ଣ୍ଣ ବୟସ୍କଙ୍କ ପାଇଁ ଅତିରିକ୍ତ COVID-19 ଟିକା ବୁଷ୍ଟର୍ ଡୋଜ ନେବାକୁ ସୁପାରିଶ କରୁନାହିଁ, କାରଣ ଏହାର ଲାଭ ସାମାନ୍ୟ ଅଟେ। ଅଧିକ ବିପଦ ଥିବା ଜନସଂଖ୍ୟା, ଯେପରିକି ବୟସ୍କ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିପଦ କାରଣ ଥିବା ଯୁବକମାନଙ୍କୁ , ସେମାନଙ୍କର ଶେଷ ବୁଷ୍ଟରର ୧୨ ମାସ ପରେ କୋଭିଡ ଟିକା ର ଅତିରିକ୍ତ ଗ୍ରହଣ କରିବା ଉଚିତ୍ ବୋଲି ସୂଚନା ଦେଇଛି।

ଯେଉଁମାନଙ୍କର ପ୍ରାଥମିକ ଟୀକାକରଣ ନେଇସାରିଛନ୍ତି ଏବଂ ଗୋଟିଏ ବୁଷ୍ଟର ଡୋଜ ଗ୍ରହଣ କରିଛନ୍ତି ସେମାନଙ୍କୁ ବୁଷ୍ଟର ଡୋଜର ଆବଶ୍ୟକତା ନାହିଁ ବୋଲି WHO ର ଟିକା ବିଶେଷଜ୍ଞ ମଙ୍ଗଳବାର ସୂଚନାଦେଇ କହିଛନ୍ତି।

ସୂଚନାମୁତାବକ ଏବେ ସାରା ଦେଶରେ ଧୀରେ ଧୀରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି ତେବେ ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯୁକ୍ତରାଜ୍ୟ ଏବଂ କାନାଡା ପରି କେତେକ ଉଚ୍ଚ ଆୟକାରୀ ଦେଶ ମାନଙ୍କରେ ଟୀକାକରଣର ଶେଷ ହେବାର ମାତ୍ରା ଛଅ ମାସ ପରେ ଅଧିକ ବିପଦ ଥିବା ଲୋକଙ୍କୁ COVID-19 ବୁଷ୍ଟର୍ ପ୍ରଦାନ କରିସାରିଛନ୍ତି।

କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ କିଛି ନିର୍ଦ୍ଦିଷ୍ଟ ବିପଦ ଥିବା ଲୋକଙ୍କ ପାଇଁ ଏହା ଏକ ବିକଳ୍ପ। କିନ୍ତୁ ଅଧିକ ବିପଦ ନଥିବା ଲୋକ ମାନଙ୍କ ପାଇଁ ଏହାକୁ ନେବା କୌଣସି ଜରୁରୀ ନୁହେଁ ।

ଏଜେନ୍ସି ସୂଚନା ଅନୁସାରେ ଯେ ଏହାର ବିଶେଷଜ୍ଞ କମିଟି ଏହା ମଧ୍ୟ କହିଛି ଟୀକାକରଣର ପ୍ରାରମ୍ଭିକ ଦୁଇଟି କୋଭିଡି ଟୀକା ସହ ବୁଷ୍ଟର୍ ଟିକା ନେଇଥିବା ଲୋକ ମାନଙ୍କୁ କୋବିଦର ପାଇଁ ଅତିରିକ୍ତ ବୁଷ୍ଟର୍ ଡୋଜ ନେବାର ଅବଶ୍ୟକତା ନାହିଁ ଯେଉଁମାନ ପ୍ରତି ମାଧ୍ୟମ ବିପଦ ଆଶା କରାଯାଉଛି ।

Get real time updates directly on you device, subscribe now.