fbpx

ମୋଦୀ କ୍ୟାବିନେଟ୍ ୩.୦; ହାରିବା ସତ୍ତ୍ୱେ ବି ସ୍ମୃତି ଇରାନୀଙ୍କୁ ମିଳିପାରେ ମୋଦୀ କ୍ୟାବିନେଟ୍‌ରେ ସ୍ଥାନ, ଜାଣନ୍ତୁ କାହିଁକି

ଲକ୍ଷ୍ନୌ: ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ଲଗାତର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ । ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହକୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି । ତେବେ ମୋଦୀ କ୍ୟାବିନେଟ୍‌ରେ କେଉଁମାନେ ସ୍ଥାନ ପାଇବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଉତ୍ତରପ୍ରଦେଶରେ ଏଥର ଲୋକସଭା ନିର୍ବାଚନରେ ବିଜେପିକୁ ମାତ୍ର ୩୩ସିଟ୍ ମିଳିଛି । ତେଣୁ ମୋଦୀ କ୍ୟାବିନେଟ୍‌ରେ ୟୁପି ମନ୍ତ୍ରୀଙ୍କ କୋଟା କମ୍ ହେବା ନିଶ୍ଚିନ୍ତ ।

ତେବେ ନୂଆ ମୋଦୀ କ୍ୟାବିନେଟ୍‌ରେ ଉତ୍ତରପ୍ରଦେଶରେ ଏନଡିଏର ସହଯୋଗୀ ଦଳ ଅପନା ଦଳ(ଏସ୍‌)ର ମୁଖ୍ୟ ଅନୁପ୍ରିୟା ପଟେଲ ଓ ଆର୍‌ଏଲ୍‌ଡି ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ କ୍ୟାବିନେଟ୍‌ରେ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିନ୍ତ ଅଟେ । ଏହା ବ୍ୟତିତ ପୂର୍ବ କ୍ୟାବିନେଟ୍‌ର ଯେଉଁ ୪ ମନ୍ତ୍ରୀ ବିଜୟ ଲାଭ ମରିଛନ୍ତି (ରାଜନାଥ ସିଂହ, ଏସପି ସିଂହ ବାଘେଲା, ପଙ୍କଜ ଚୌଧୁରୀଙ୍କୁ ବି ପୁନର୍ବାର ମନ୍ତ୍ରୀପଦ ମିଳିବ । ଏହା ବ୍ୟତିତ ସ୍ମୃତି ଇରାନୀ ଏଥର ଆମେଥିରୁ ପରାଜୟର ସାମ୍ନା କରିଥିଲେ ବି ତାଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ହେଉଛି ।

ସ୍ମୃତି ଇରାନୀ ବିଜେପିରେ ଜଣେ ଲୋକପ୍ରିୟ ଚେହେରା । ସେ ମୋଦୀ କ୍ୟାବିନେଟ୍‌ରେ ପୂର୍ବଥର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଥିଲେ । ଏଥର ସେ ନିର୍ବାଚନ ହାରି ଯାଇଥିଲେ ବି ତାଙ୍କୁ ମୋଦୀ କ୍ୟାବିନେଟ୍‌ରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି । କାରଣ ୨୦୧୪ରେ ସେ ଆମେଥିରୁ ହାରିବା ପରେ ବି ମୋଦୀ ସରକାରଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ହୋଇଥିଲେ । ତାଙ୍କୁ ରାଜ୍ୟସଭା ଜରିଆରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦିଆଯାଇଥିଲା ।

 

Get real time updates directly on you device, subscribe now.