fbpx

କିଏ ଏହି ଘୋଷ୍ଟ ହ୍ୟାକର୍ସ, ଯିଏ ମରିଯାଇଥିବା ଲୋକଙ୍କ ନାମରେ କରୁଛି ଠକେଇ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସ୍କାମର୍ସ ଲୋକଙ୍କୁ ଠକିବା ପାଇଁ ନୂଆ-ନୂଆ ଉପାୟ ଆପଣଉଛି। ବେଳେ ବେଳେ ଗିଫ୍ଟ ନାମରେ , ବେଳେ ବେଳେ ଡେଲିଭରୀ ନାମରେ, ବେଳେ ବେଳେ KYC ଅପଡେଟ ନାମରେ ଲୋକଙ୍କୁ ନିଜ ଜାଲରେ ଫସାଯାଉଛି ଏବଂ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରାଯାଉଛି। କଣ ଆପଣଙ୍କ ପାଖକୁ ବି ଏପରି ବ୍ୟକ୍ତିଙ୍କ ମେସେଜ ଆସିଛି କି, ଯାହାର ମୃତ୍ୟୁ ହୋଇଯାଇଛି। ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୋଷ୍ଟ ହ୍ୟାକର୍ସ ଅର୍ଥାତ ଭୂତ ହ୍ୟାକର ବୁଲୁଛନ୍ତି। ଏହା ଖାସ କରି ସେହି ଲୋକଙ୍କୁ ଟାର୍ଗେଟ କରୁଛନ୍ତି, ଯିଏ ଏହି ଦୁନିଆରେ ନାହାନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ, ଇନଷ୍ଟାଗ୍ରାମ,ଏକ୍ସରେ ଏହି ଘୋଷ୍ଟ ହ୍ୟାକର୍ସ ସକ୍ରିୟ ରହୁଛନ୍ତି। ଏମାନେ ଲୋକଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ନଜର ରଖନ୍ତି ଏବଂ କାହାର ମୃତ୍ୟୁ ଖବର ପାଇ ମାତ୍ରେ ଆକ୍ଟିଭ ହୋଇଯାଆନ୍ତି। ଯିଏ ସୋସିଆଲ ମିଡିଆରେ କାହାର ମୃତ୍ୟୁ ଖବର ବିଷୟରେ ପୋଷ୍ଟ କରନ୍ତି, ସେମାନେ ଏହି ମୃତ ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଯାଆନ୍ତି। ଏହି ଆକାଉଣ୍ଟ ସହ ଜଡିତ ସୂଚନାମାନ ପ୍ରାପ୍ତ କରନ୍ତି ଏବଂ ପୁଣିଥରେ ଠକେଇ କରିବାକୁ ଉଦ୍ୟମ କରନ୍ତି।

ଏହି ଠକମାନଙ୍କ ଉଦ୍ଦେଶ୍ୟ ଦୁର୍ନୀତି ଉପାୟରେ ଟଙ୍କା ରୋଜଗାର କରିବା, ଏଥିପାଇଁ ସେମାନେ ଆକାଉଣ୍ଟ ଆକ୍ସେସ ହେବା ପରେ ସେଥିରୁ କାହାକୁ ମେସେଜ ପଠାନ୍ତି ବା କଲ କରନ୍ତି ଏବଂ ନିଜ ଜାଲରେ ଫସାଇଥାଆନ୍ତି। ଠକେଇ ପରେ ଏହି ହ୍ୟାକର୍ସଙ୍କୁ ଟ୍ରାକ କରିବା କଷ୍ଟକର ହୋଇଥାଏ। କାରଣ ଏମାନେ ସେହି ଲୋକଙ୍କ ଆଇଡି ବ୍ୟବହାର କରନ୍ତି, ଯେଉଁମାନେ ମୃତ୍ୟୁବରଣ କରିସାରିଛନ୍ତି।

Get real time updates directly on you device, subscribe now.