କିଏ ସେହି IIT ମାଡ୍ରାସର ନିର୍ଦ୍ଦେଶକ ଭି କାମାକୋଟି ? ଯିଏ ଦାବି କରିଛନ୍ତି – ଗୋମୁତ୍ର ପିଇବାର ୧୫ ମିନିଟରେ ଜ୍ୱର ଭଲ ହୋଇଯିବ

ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ଭି କାମାକୋଟି ଗୋମୁତ୍ରର ଉପକାରିତା ଉପରେ ଏକ ବିବୃତ୍ତି ଦେଇଥିଲେ, ଯେଉଁଥିରେ ସେ ଏହାର ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ପାଚନ କ୍ରିୟାରେ ଲାଭ ବିଷୟରେ ଉଲ୍ଲେଖ କରିଥିଲେ। ଯାହା ଯୋଗୁଁ ସେ ଚର୍ଚ୍ଚାକୁ ଆସିଛନ୍ତି ଏବଂ ତାଙ୍କର ଦାବି ଏବେ ବିବାଦରେ ...

ଚେନ୍ନାଇ: ଗୋମୂତ୍ର ସମ୍ପର୍କରେ ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକ ଭି କାମାକୋଟିଙ୍କ ଦ୍ୱାରା କରାଯାଇଥିବା ଦାବି ଏକ ନୂଆ ବିବାଦକୁ ଜନ୍ମ ଦେଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ସେ ଗୋମୂତ୍ର ବିଷୟରେ କହୁଥିବାର ଦେଖାଯାଇଥିଲା।

ପାଚନ ସମସ୍ୟା ଦୂର: ଏହି ଭିଡିଓଟି ୧୫ ଜାନୁଆରୀ ୨୦୨୫ରେ ଘଟିଥିବା ଏକ ଘଟଣାର ଥିଲା। ଯେଉଁଥିରେ ସେ ଗୋମୁତ୍ରର ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଫଙ୍ଗାଲ୍ ଏବଂ ପାଚନ କ୍ରିୟାର ଲାଭ ବିଷୟରେ କହିଥିଲେ ଏବଂ ଦାବି କରିଥିଲେ ଯେ ଗୋମୁତ୍ର ସେବନ କରିବା ଦ୍ୱାରା ଇରିଟେବ୍ଲ ବାୱେଲ୍ ସିଣ୍ଡ୍ରୋମ୍ (IBS) ଭଳି ପାଚନ ସମସ୍ୟା ଦୂର ହୋଇପାରେ ଏବଂ ଏହି କାରଣରୁ ସେ ଚର୍ଚ୍ଚାକୁ ଆସି ଗଲେ।

ଜଣେ ସନ୍ୟାସୀଙ୍କ କାହାଣୀ: ସୂଚନା ଅନୁସାରେ, ଚେନ୍ନାଇର ଏକ ଗୋ-ସୁରକ୍ଷା କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକ କାମାକୋଟି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ ଜଣେ ସନ୍ୟାସୀଙ୍କ କାହାଣୀ ଉପରେ ଚର୍ଚ୍ଚା କରି କହିଥିଲେ, ଜଣେ ସନ୍ୟାସୀଙ୍କୁ ଭୀଷଣ ଜ୍ଵର ହୋଇଥିଲା । ସେ କିଛି ନ ପାଇ ଗୁମୂତ୍ର ପିଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଏହାପରେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଯାଇଥିଲେ । ନିର୍ଦ୍ଦେଶକ କାମକୋଟି ଗୋଶାଳା କାର୍ଯ୍ୟକ୍ରମରେ ଗୋମୂତ୍ର ବିଷୟରେ କହିଥିଲେ ଏବଂ ନିଜକୁ ଜଣେ ଜୈବିକ ଚାଷୀ ବୋଲି କହିଥିଲେ ।

ସେପଟେ କାମାକୋଟିଙ୍କ ଏହି ବୟାନକୁ ନେଇ ନିନ୍ଦା କରିଛନ୍ତି କଂଗ୍ରେସ ନେତା କାର୍ତ୍ତି ପି ଚିଦାମ୍ବରମ । ଏକ୍ସରେ ଏକ ପୋଷ୍ଟ କରି ଚିଦାମ୍ବରମ୍ ଲେଖିଛନ୍ତି ଯେ, ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ କାମାକୋଟି ସୁଡ଼ୋ ବିଜ୍ଞାନକୁ ପ୍ରୋତ୍ସାହିତ କରୁଛନ୍ତି । ଏହା ବହୁତ ଲଜ୍ଜାଜନକ କଥା । ଏହା ଆଇଏମଏ ପାଇଁ ଅତ୍ୟନ୍ତ ଅପମାନଜନକ ବୋଲି କହିଛନ୍ତି କଂଗ୍ରେସ ନେତା କାର୍ତ୍ତି ପି ଚିଦାମ୍ବରମ ।