Research Related- ମଣିଷର ବିଲୁପ୍ତି ପରେ ପୃଥିବୀ ଉପରେ ଏଲିଅନ କରିବନି ତ ରାଜୁତି ?

ନୂଆଦିଲ୍ଲୀ-ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି, ଯେଉଁଠି ଆରମ୍ଭ ସେଇଠି ଶେଷ । ଏହି ଜୀବନ ଚକ୍ରପରି । ଯାହା ଏକ ସଦ୍ୟତମ ଗବେଷଣାରେ ବୈଜ୍ଞାନିକଙ୍କ ମତ ସତ୍ୟ ବୋଲି ପ୍ରତିପାଦିତ କରୁଛି । ବିବର୍ତ୍ତନବାଦରେ ଜଳ ଜୀବରୁ ମଣିଷର ସୃଷ୍ଟି ହୋଇଥିଲା ଏହା ତ ଜଣାପଡିଛି । ତେବେ ମଣିଷ ପରେ କିଏ ଏହି ପୃଥିବୀ ଉପରେ ରାଜ କରିବ ତାକୁ ନେଇ ସମସ୍ତଙ୍କ ଭିତରେ ରହିଛି ଉତ୍ସୁକତା । ଏହି ଉତ୍ସୁକତାକୁ ନେଇ ହୋଇଥିବା ଗବେଷଣା ପରେ ବୈଜ୍ଞାନିକ ଏହାର ଖୁଲାସା କରିଛନ୍ତି ।

ବୈଜ୍ଞାନିକ ପୃଥିବୀର ଭବିଷ୍ୟତକୁ ନେଇ ଯେଉଁ ଖୁଲାସା କରିଛନ୍ତି ଅତି ରୋଚକ ଓ ଅବିଶ୍ୱସନୀୟ । ବୈଜ୍ଞାନିକଙ୍କ ମତରେ ପୃଥିବୀପୃଷ୍ଟରୁ ମଣିଷର ସତ୍ତା ହଜିଯିବା ପରେ ଏଠି ରାଜ କରିବ ଏମିତି ଏକ ପ୍ରାଣୀ ଯାହା ପାଣିରେ ବାସକରେ । ବୈଜ୍ଞାନିକ ନିଜ ଗବେଷଣା ପରେ ଜାଣିବାକୁ ପାଇଛନ୍ତି, ଏମିତି ଏକ ଜଳଚର ଜୀବ ରହିଛି ଯିଏ ମଣିଷର ସ୍ଥାନ ନେବ, ପୃଥିବୀ ଉପରେ ରାଜ କରିବ । ତା ନିକଟରେ ମଧ୍ୟ ରାଜ କରିବାର ଯଥେଷ୍ଟ ବୁଦ୍ଧି ରହିଛି । ଏହି ଜୀବଟିର ନାଁ କଣ ଜାଣନ୍ତି?ବୈଜ୍ଞାନିକଙ୍କ ମତରେ ଅକ୍ଟୋପସ ପୃଥିବୀ ଉପରେ ରାଜୁତି କରିବାକୁ ଏକଦମ ଫିଟ । ସମସ୍ୟାର ସମାଧାନ କରିବାର କ୍ଷମତା, ଶିକ୍ଷିବା କ୍ଷମତା ଅନ୍ୟ ଜୀବଙ୍କଠାରୁ ଅନେକ ଅଧିକ ।

ମଣିଷ ପରେ ପୃଥିବୀର ସ୍ଥିତି ଓ କିଏ ହେବ ଏହାର ରାଜା, ତାକୁ ନେଇ ଅକ୍ସଫୋର୍ଡ ୟୁନିଭର୍ସିଟି ତରଫରୁ ହୋଇଥିଲା ରିସର୍ଚ୍ଚ । ଯାହାକୁ ନେଇ ରିସର୍ଚ୍ଚର ଫ୍ରଫେସର ଟିମର ମୁଖ୍ୟ କହିଛନ୍ତି, ଅକ୍ଟୋପସ ସବୁଠାରୁ ବିଦ୍ଧିମାନ ଜୀବ । ତା ନିକଟରେ ରହିଛି ପରସ୍ପର ସହ କମୁନିକେସନ କରିବାର କ୍ଷମତା ରହିଛି । ଏହା ବ୍ୟତୀତ ଏହି ଜୀବର ଶିଖିବାରେ ରହିଛି ଅହେତୁକ ଆଗ୍ରହ । ତେଣୁ ଏହି ଜୀବ ମଣିଷ ପରେ ପୃଥିବୀ ଉପରେ ରାଜ କରିବ । ଅକ୍ଟୋପସକୁ ନେଇ ସବୁଠାରୁ ବଡ କଥା ହେଲା ସେ ଅସଲ ନକଲ ଭିତରେ ଅନ୍ତର କରିପାରେ । ପରିବେଶ ସହ ନିଜକୁ ଖାପଖୁଆଇବା କଳା ମଧ୍ୟ ଅକ୍ଟୋପସର ରହିଛି । ଯେଉଁଥି ପାଇଁ ସମୁଦ୍ରର ଗଭୀରତମ ସ୍ଥାନରୁ କୂଳ ଯାଏ ସବୁ ସ୍ଥାନରେ ଓ ପରିବେଶରେ ଅକ୍ଟୋପସ ନିଜକୁ ସୁରକ୍ଷିତ ରଖେ ।