fbpx

ରୋହିତଙ୍କ ପରେ କିଏ ସମ୍ଭାଳିବେ ଦାୟିତ୍ୱ ଭାର ? କାହାକୁ ମିଳିବ T20 ବିଶ୍ୱକପ୍ ୨୦୨୬ର captain ମୁକୁଟ, ଦୌଡ଼ରେ ଏହି ୪ ଖେଳାଳି

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ରେ ଭାରତ ଫୋଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭ ରନରେ ପରାସ୍ତ କରି ଦ୍ୱିତୀୟ ଥର ଚମ୍ପିଆନ ହେବାର ଗୌରବ ହାସଲ କରିଛି । ଭାରତକୁ ଟି-୨୦ ବିଶ୍ୱକପ୍ ଅଭିଯାନରେ ବିଜୟୀ କରାଇବା ପରେ ଅଧିନାୟକ ରୋହିତ ଶର୍ମା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ।

୩୭ ବର୍ଷୀୟ ରୋହିତ ଶର୍ମା ତାଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବା ପରେ ଆନ୍ତର୍ଜାଜୀୟ କ୍ରିକେଟର କ୍ଷୁଦ୍ରତମ ସଂସ୍କରଣ(shortest version)ରୁ ବିଦାୟ ନେଇଥିବା ସୁନିଶ୍ଚିତ କରିଥିଲେ । ଆଇସିସି ଟ୍ରଫି ବିଜୟରେ ଭାରତର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ରୋହିତ ଶର୍ମା । ତେବେ ଫାଇନାଲ ମ୍ୟାଚ୍ ଜିତିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଥିଲେ, ‘ଏହା ମୋ ଶେଷ ଖେଳ ଥିଲା । ଏହି ଫର୍ମାଟରୁ ବିଦାୟ ନେବା ପାଇଁ ଏହା ହିଁ ଉଚିତ ସମୟ । ମୁଁ ପ୍ରତ୍ୟେକ ମୁହୂର୍ତ୍ତର ଆନନ୍ଦ ଉଠାଇଛି । ଭାରତୀୟ କ୍ୟାରିୟରର ଆରମ୍ଭ ଏହି ଫର୍ମାଟରୁ କରିଥିଲି । ଏହା ହିଁ ମୁଁ ଚାହୁଁଥିଲି, ମୁଁ କପ୍ ଜିତିବାକୁ ଚାହୁଁଥିଲି ।’ ସେହିପରି ବିରାଟ କୋହଲି ମଧ୍ୟ ତାଙ୍କ ଉତ୍କୃଷ୍ଟ ବ୍ୟାଟିଂ ପ୍ରଦର୍ଶନ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିବା ପରେ ଟି-୨୦ ଫର୍ମାଟରୁ ବିଦାୟ ନେବା ନେଇ ସୁନିଶ୍ଚିତ କରିଥିଲେ । ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଇଁ ଏକ ଚ୍ୟାଲେଞ୍ଜିଂ ସମୟ । ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଅଧିନାୟକ ଭାବେ ୪ଟି ସମ୍ଭାବ୍ୟ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି ।

୧. ହାର୍ଦ୍ଦିକ ପାଣ୍ଡ୍ୟା: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଗତ କିଛି ସିରିଜରେ ଭାରତୀୟ ଦଳକୁ ଆଗେଇ ନେଇଥିଲେ । ବିଶ୍ୱକପରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଥିଲେ । ଏଥିପାଇଁ ତାଙ୍କୁ ଆଗାମୀ ଟି-୨୦ ବିଶ୍ୱକପର ପରବର୍ତ୍ତୀ ଅଧିନାୟକ ଭାବେ ଚୟନ କରାଯିବା ନେଇ ସମ୍ଭାବନା ରହିଛି ।

୨. ଜସପ୍ରୀତ ବୁମରାହ: ନିଜ ବୋଲିଂ ଶୈଳୀ ସହ ସମସ୍ତଙ୍କୁ ଚକିତ କରୁଥିବା ପେସ୍ ବୋଲର ଜସପ୍ରୀତ ବୁମରାହ ମଧ୍ୟ ପରବତ୍ତୀ ଟି-୨୦ ବିଶ୍ୱକପର ଅଧିନାୟକ ପାଇଁ ଜଣେ ସମ୍ଭାବ୍ୟ ପ୍ରାର୍ଥୀ । ତାଙ୍କ ଆକ୍ରମଣାତ୍ମକ ବୋଲିଂ ଶୈଳୀ ଭାରତ ପାଇଁ ଜଣେ ମ୍ୟାଚ୍ ବିଜେତା ହୋଇପାରନ୍ତି ।

୩. ସୂର୍ଯ୍ୟକାନ୍ତ ଯାଦବ: ଜଣେ ଉତ୍ତମ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ ସୂର୍ଯ୍ୟକୁମାର ଯାଦବ । କିଛି ମ୍ୟାଚରେ ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ଶାନ୍ତ ଏବଂ ସଂଯମ ସ୍ୱଭାବ ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ ପାଇଁ ଜଣେ ଉତ୍ତମ ଅଧିନାୟକ ସାବ୍ୟସ୍ତ ହୋଇପାରନ୍ତି ।

୪. ଋଷଭ ପନ୍ତ: ଆଇପିଏଲ ଖେଳରେ ଅଧିନାୟକତ୍ୱ କରିଥିବା ଋଷଭ ପନ୍ତଙ୍କ ନାଁ ଏହି ଦୌଡ଼ରେ ଆଗରେ ଅଛି । ଯଦି ବିସିିସିଆଇ ତାଙ୍କୁ ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ ପାଇଁ ଅଧିନାୟକ ଭାବେ ଚୟନ କରନ୍ତି ତେବେ ବ୍ୟାଟ୍ ଓ ଷ୍ଟମ୍ପ ପଛରେ ଋଷଭଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ କରିବାକୁ ପଡ଼ିବ ।

Get real time updates directly on you device, subscribe now.