fbpx

ଭାରତରୁ ସମଗ୍ର ବିଶ୍ୱ ଶିଖିଛି, ରାହୁଲ ମଧ୍ୟ ଶିଖନ୍ତୁ: ଧର୍ମେନ୍ଦ୍ର

Advertisement

ନୂଆଦିଲ୍ଲୀ, ୨୪ା୧୨: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧିଙ୍କୁ କଡ଼ା ଜବାବ ଦେଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, କଂଗ୍ରେସ ଶାସନ ସମୟରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେ ସମୟରେ ଦେଶରେ ଗଣତନ୍ତ୍ର ବୋଲି କିଛି ନଥିଲା । ମାତ୍ର ସେ ସମୟର ସେ କଳା ଦିନ ଆଜି ଆଉ ନାହିଁ ।

ଧର୍ମେନ୍ଦ୍ର କହିଥିଲେ ଯେ, ଲୋକତାନ୍ତ୍ରିକ ସଂସ୍ଥାର ମଜାକ ଉଡ଼ାଇବା କଂଗ୍ରେସ ଦଳର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । କାରଣ ସେମାନେ ଉତ୍ତରାଧିକାରୀ ସୂତ୍ରରେ କ୍ଷମତା ଉପଭୋଗ କରୁଛନ୍ତି । ସେମାନଙ୍କର ଇଚ୍ଛା ମୁତାବକ ଯେତେବେଳେ କିଛି ନ ହୁଏ, ସେମାନେ ବାଧ୍ୟ ହୋଇ ଗଣତନ୍ତ୍ରକୁ ଗାଳି ଦେଇଥାନ୍ତି । ଭାରତରୁ ସମଗ୍ର ବିଶ୍ୱ ବହୁତ କିଛି ଶିଖିଛି, ରାହୁଲ ମଧ୍ୟ ଶିଖନ୍ତୁ ବୋଲି ଧର୍ମେନ୍ଦ୍ର କହିଥିଲେ ।

Get real time updates directly on you device, subscribe now.