‘ସମଗ୍ର ବିଶ୍ୱ ମୋଦୀଙ୍କୁ ଭଲ ପାଏ’: ୪୭ ତମ ଆମେରିକାର ରାଷ୍ଟ୍ରପତି ହେଲା ପରେ ଟ୍ରମ୍ପଙ୍କର ମୋଦୀଙ୍କ ସହ ଖାସ୍ କଥାବାର୍ତ୍ତା
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଦମଦାର ବିଜୟ ହାସଏ କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ନେତା ୨୭୦ ଟି ଭୋଟର ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି । ଟ୍ରମ୍ପ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ତଥା ଉପରାଷ୍ଟ୍ରପତି କମଲା ହାରିସ୍ଙ୍କୁ ପରାସ୍ତ କରିଛନ୍ତି ।
ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ-ଆମେରିକା ସମ୍ପର୍କକୁ ମଜବୁତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପିଏମ ମୋଦୀ ଏକ୍ସରେ ଲେଖିଛନ୍ତି ଯେ, ମୋର ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ବହୁତ ଭଲ ବାର୍ତ୍ତାଳାପ ହୋଇଛି । ମୁଁ ମୋର ବନ୍ଧୁ ଟ୍ରମ୍ପଙ୍କୁ ତାଙ୍କର ଚମତ୍କାର ବିଜୟ ପାଇଁ ଅଭିନନ୍ଦନ ଜଣାଇଛି । ଟେକ୍ନୋଲୋଜି, ପ୍ରତିରକ୍ଷା, ଶକ୍ତି, ମହାକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ମୁଁ ପୁଣି ଥରେ ମିଳିତ ଭାବରେ କାମ କରିବାକୁ ଅପେକ୍ଷା କରିଛି ।
ଏହି ସମୟରେ ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି ଯେ, ସମଗ୍ର ବିଶ୍ୱ ତାଙ୍କୁ ଭଲ ପାଆନ୍ତି, ଭାରତ ଏକ ଚମତ୍କାର ଦେଶ ଏବଂ ସେ ଜଣେ ଅଦ୍ଭୁତ ବ୍ୟକ୍ତି । ସେ ସେମାନଙ୍କୁ ଏବଂ ଭାରତକୁ ପ୍ରକୃତ ବନ୍ଧୁ ଭାବରେ ବିବେଚନା କରନ୍ତି । ସେ କହିଛନ୍ତି ଯେ, ଭାରତୀୟ ପ୍ରଧାନମନ୍ତ୍ରୀ ବିଶ୍ୱ ସେହି ନେତାଙ୍କ ମଧ୍ୟରୁ ପ୍ରଥମ, ଯିଏ କି ବିଜୟ ପରେ ତାଙ୍କ ସହ କଥା ହୋଇଛନ୍ତି ।
Heartiest congratulations my friend @realDonaldTrump on your historic election victory. As you build on the successes of your previous term, I look forward to renewing our collaboration to further strengthen the India-US Comprehensive Global and Strategic Partnership. Together,… pic.twitter.com/u5hKPeJ3SY
— Narendra Modi (@narendramodi) November 6, 2024
ନିର୍ବାଚନ ଫଳାଫଳ ବାହାରିବା ପରେ ପିଏମ ମୋଦୀ ଏକ୍ସ ରେ ପୋଷ୍ଟ କରିଥିଲେ
ଏହାପୂର୍ବରୁ ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଟ୍ୱିଟରରେ ଅନ୍ୟ ଏକ ପୋଷ୍ଟରେ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ‘ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଐତିହାସିକ ନିର୍ବାଚନ ବିଜୟ ଉପରେ ଅଭିନନ୍ଦନ । ତୁମର ଅତୀତର କାର୍ଯ୍ୟକାଳର ସଫଳତା ଉପରେ ନିର୍ଭର କରି, ମୁଁ ଭାରତ-ଆମେରିକାର ବିସ୍ତୃତ ଗ୍ଲୋବାଲ୍ ଏବଂ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ କୁ ଆହୁରି ମଜବୁତ କରିବା ପାଇଁ ଆମର ସହଯୋଗକୁ ନବୀକରଣ କରିବାକୁ ଅପେକ୍ଷା କରିଛି ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତୁ ଆମ ଲୋକଙ୍କ ଉନ୍ନତି ପାଇଁ ଏବଂ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା ପାଇଁ ଏକତ୍ର କାର୍ଯ୍ୟ କରିବା ।