fbpx

ପଶ୍ଚିମବଙ୍ଗରେ କ୍ରମାଗତ ତୃତୀୟ ଥର ହାରିଲା ବିଜେପି, ଉପ ନିର୍ବାଚନ ହାରିବା ପଛରେ ରହିଛି ଏହି କାରଣ

କୋଲକାତା: ପଶ୍ଚିମବଙ୍ଗରେ ବିଜେପିକୁ କ୍ରମାଗତ ତୃତୀୟ ଥର ପାଇଁ ଝଟକା ଲାଗିଛି । ନିକଟରେ ଜୁଲାଇ ୧୦ରେ ଦେଶର ୭ଟି ରାଜ୍ୟରେ ୧୩ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଶନିବାର ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । ଏଥିମଧ୍ୟରେ ପଶ୍ଚିମବଙ୍ଗରେ ୪ଟି ଆସନରେ ଟିଏମସି ବିପୁଳ ମାର୍ଜିନରେ ବାଜିମାତ କରିଛି । ଅପରପଟେ ଉପ ନିର୍ବାଚନରେ ପକ୍ଷପାତିତା ହୋଇଥିବା ବିଜେପି ଅଭିଯୋଗ କରିଛି ।

– ମାନିକତଲା ଆସନରେ ଟିଏମସି ବିଜୟୀ ହେବାର କାରଣ

କୋଲକାତାର ମାନିକତଲା ଆସନରେ ଟିଏମସିର ସୁପ୍ତି ପାଣ୍ଡେ ୬୨, ୩୧୨ ଭୋଟରେ ବିଜୟୀ ହୋଇଛନ୍ତି । ସେ ବିଜେପିର କଲ୍ୟାଣ ଚୌବେଙ୍କୁ ପରାଜିତ କରିଛନ୍ତି । ପୂର୍ବରୁ ଏହି ଆସନରେ ପାଣ୍ଡେଙ୍କ ସ୍ୱାମୀ ସାଧନ ପାଣ୍ଡେ ୨୦୧୧, ୨୦୧୬ ଏବଂ ୨୦୨୧ରେ କ୍ରମାଗତ ୩ ଥର ଜିତିଥିଲେ । ତାଙ୍କ ନିଧନ ପରେ ସମବେଦନା ଭେଟ୍ ତାଙ୍କ ପତ୍ନୀ ସୁପ୍ତି ପାଣ୍ଡେଙ୍କୁ ମିଳିଥିବା ଚର୍ଚ୍ଚା ହେଉଛି ।

– ରାୟଗଞ୍ଜ୍ ଆସନରେ ଟିଏମସିର ରଣନୀତି କାମରେ ଆସିଲା

ଉତ୍ତର ଦୀନାଜପୁର ସ୍ଥିତ ରାୟଗଞ୍ଜ ଆସନରେ ଟିଏମସିର କୃଷ୍ଣା କଲ୍ୟାଣୀ ୫୦ ହଜାରରୁ ଉର୍ଦ୍ଧ୍ୱ ଭୋଟଳ ବ୍ୟବଧାନରେ ଜିତିଛନ୍ତି । ଏହି ଆସନରେ ସେ ପୂର୍ବରୁ ବିଜେପି ଟିକେଟରେ ବିଜୟୀ ହୋଇଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ ସେ ବିଧାୟକ ଭାବେ ଇସ୍ତଫା ଦେଇଥିଲେ । ଟିଏମସି ପୁଣି ଥରେ ତାଙ୍କୁ ପ୍ରାର୍ଥୀ କରିଥିଲା । ଚଳିତ ଉପ ନିର୍ବାଚନରେ କୃଷ୍ଣାଙ୍କୁ ୮୬୪୭୯ ଭୋଟ୍ ମିଳିଥିବା ବେଳେ ତାଙ୍କ ବିଜେପି ପ୍ରତିଦ୍ୱନ୍ଦିଙ୍କୁ ୩୬ ୪୦୨ ଭୋଟ୍ ମିଳିଥିଲା । ଏହି ଅଞ୍ଚଳରେ କୃଷ୍ଣାଙ୍କ ଲୋକପ୍ରିୟତା ଟିଏମସିକୁ ଫାଇଦା ଦେଇଛି ।

– ନଦିଆର ରାନାଘାଟ ଦକ୍ଷିଣ ଆସନରେ ଟିଏମସି ମୁକୁଟ ମଣି ଅଧିକାରୀ ୩୯ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟ ହାସଲ କରିଥିଲେ । କୃଷ୍ଣା କଲ୍ୟାଣୀଙ୍କ ପରି ସେ ମଧ୍ୟ ବିଧାନସଭା ନିର୍ବାଚନ ପରେ ଟିଏମସିରେ ଯୋଗ ଦେଇଥିଲେ କିନ୍ତୁ ବିଧାୟକ ଭାବେ ଇସ୍ତଫା ଦେଇନଥିଲେ । ଚଳିତ ଉପ ନିର୍ବାଚନରେ ସେ ବିଜେପିର ମନୋଜ କୁମାରଙ୍କୁ ଅନେକ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ ।

– ବାଗଦାହ ଆସନରେ ମଧୁପର୍ଣ୍ଣା ଠାକୁର ୩୩ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜେପିର ବିନୟ କିୁମାର ବିଶ୍ୱାସଙ୍କୁ ପରାସ୍ତ କରିଥିଲେ । ଏହି ଆସନରେ ବିଜେପି ବିଧାୟକ ବିଶ୍ୱଜିତ ଦାସଙ୍କ ଇସ୍ତଫା ପରେ ଉପ ନିର୍ବାଚନ ହୋଇଥିଲା । ଏହି ଆସନରେ ଟିଏମସି ୨୦୧୧ ଏବଂ ୨୦୧୬ରେ ବିଜୟୀ ହୋଇଥିଲା ।

Get real time updates directly on you device, subscribe now.