fbpx

What Is Disease X? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭବିଷ୍ୟବାଣୀ କ’ଣ ଥିଲା, ବୈଜ୍ଞାନିକମାନେ ଏହି ଅଜଣା ରୋଗକୁ ନେଇ ଏତେ ଚିନ୍ତିତ କାହିଁକି

ନୂଆଦିଲ୍ଲୀ: କୋଭିଡ-୧୯ ପୂର୍ବରୁ ଡିଜିଜ-ଏକ୍ସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ପାଖାପାଖି ତିନିବର୍ଷ ଧରି କରୋନା ସାରା ବିଶ୍ୱରେ ତାଣ୍ଡବ ରଚିଥିଲା । ତେବେ ଗତବର୍ଷ ଶେଷ ଆଡ଼କୁ କିଛି ସ୍ଥାନରେ ଡିଜିଜ-ଏକ୍ସକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଏପରିକି ଏହା ଇବୋଲାଠାରୁ ମଧ୍ୟ ଅଧିକ ଘାତକ ହେବା ସହ ସଂକ୍ରମିତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକଙ୍କ ପ୍ରାଣହାନୀ ଘଟିଥିବା ଦେଖାଯାଇଥିଲା । ତେଣୁ ଭବିଷ୍ୟତରେ କରୋନାଠାରୁ ଭୟଙ୍କର ବିମାରୀ ଆସିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଚେତାବନୀ ଜାରି କରାଯାଇଥିଲା ।

୨୦୧୮ରେ ଡିଜିଜ-ଏକ୍ସକୁ ନେଇ ଖବର ପ୍ରକାଶ ପାଇବା ପରେ ତାହା ମାନବ ଜାତିର ବିନାଶର କାରଣ ସାଜିପାରେ ବୋଲି ହୁ ଭବିଷ୍ୟବାଣୀ କରିଥିଲା । ଏଥିସହିତ ଏହାକୁ ରୋକିବା ପାଇଁ ତ୍ୱରିତ ଭାବେ ଅନୁସନ୍ଧାନ ଓ ବିକାଶର ଆବଶ୍ୟକତା ରହିଥିବା କୁହାଯାଇଥିଲା । ବାସ୍ତବରେ ଏହି ରୋଗ ଅନ୍ୟ ବୀମାରଗୁଡ଼ିକଠାରୁ ଭିନ୍ନ ଅଟେ । କାରଣ ଔପଚାରିକତା ଦୃଷ୍ଟିରୁ ଏହାର ଅସ୍ତିତ୍ୱ ନାହିଁ । ଏହା ମଣିଷକୁ ସଂକ୍ରମିତ କରିବା ସହିତ ଯେ କୌଣସି ପଶୁ ଶରୀରକୁ ବ୍ୟାପିପାରେ । ସେଥିମାଧ୍ୟରେ ମାଙ୍କଡ଼ ଓ କୁକୁର ରହିଛନ୍ତି । ବିଶ୍ୱରେ ଦ୍ରୁତ ଭାବେ ବ୍ୟାପୁଥିବା ରୋଗ-ଏକ୍ସର ସଂକ୍ରମଣ ହାର ପୂର୍ବାପେକ୍ଷା ଅଧିକ ରହିଥିବା ନେଇ ଗତ ମେ ମାସରେ ଗଠବନ୍ଧନ ଫର ଏପିଡେମିକ ପ୍ରିପେୟାର୍ଡନେସ ଇନୋଭସେନ (ସିଇପିଆଇ) ପକ୍ଷରୁ କୁହାଯାଇଥିଲା ।

ତେବେ ଡିଜିଜ-ଏକ୍ସର ଭ୍ୟାକ୍ସିନ ପ୍ରସ୍ତୁତି ପାଇଁ ବ୍ରିଟେନର ବୈଜ୍ଞାନିକମାନେ କଠିନ ପ୍ରୟାସ ଜାରି ରଖିଛନ୍ତି । ଏହି ଘାତକ ବିମାରୀର ସଂକ୍ରମଣକୁ ୧୦୦ ଦିନ ଭିତରେ ରୋକିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସେଥିପାଇଁ ୱିଲଟଶାୟର ସରକାର କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୋର୍ଟନ ଡାଉନ ଲ୍ୟାବ ପରିସରରେ ସାବଧାନତାର ସହିତ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି । ସେଠାରେ ୨୦୦ରୁ ଅଧିକ ବୈଜ୍ଞାନିକଙ୍କ ଏକ ଟିମ୍ ଏହି ଅଦ୍ଭୂତପୂର୍ବ କାର୍ଯ୍ୟରେ ସାମିଲ ହୋଇଛନ୍ତି । ତେଣୁ ଏହି ଅଜଣା ବିମାରୀକୁ ନେଇ ବୈଜ୍ଞାନିକମାନେ କେତେ ଚିନ୍ତିତ ତାହା ସହଜରେ ସ୍ପଷ୍ଟ ହେଉଛି । ହୁ’ର ୭୬ତମ ବୈଠକ ଅବସରରେ ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ବିଶ୍ୱର ପରବର୍ତ୍ତୀ ମହାମାରୀକୁ ନେଇ ସତର୍କ ରହିବାକୁ ଚେତାବନୀ ଜାରି କରିଥିଲେ ।

Get real time updates directly on you device, subscribe now.