ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଜଣେ ରାଜନେତା, ଅର୍ଥନୀତିଜ୍ଞ ଏବଂ ଅମଲାତନ୍ତ୍ର ଭାବେ ବେଶ୍ ଜଣାଶୁଣା । ତାଙ୍କ ନିଧନରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ରାଜନୀତି ଓ କ୍ରୀଡ଼ା ଦୁନିଆର ବହୁ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରିଛନ୍ତି ।
ମନମୋହନ ସିଂହ ୨୦୦୪ରୁ ୨୦୧୪, ୧୦ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଭାରତୀୟ ରାଜନୀତି ତଥା ଅର୍ଥନୀତିରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ।
ମନମୋହନଙ୍କ ପଗଡ଼ି:
ମନମୋହନ ସିଂହ ତାଙ୍କର ସରଳ ପ୍ରକୃତି ଏବଂ ଭଦ୍ର ସ୍ୱଭାବ ପାଇଁ ପ୍ରସିଦ୍ଧ ଥିଲେ । ସେ ସର୍ବଦା ନୀଳ ରଂଗର ପଗଡ଼ି ପିନ୍ଧୁଥିଲେ । ଏହା ତାଙ୍କ ବ୍ୟକ୍ତିତ୍ୱର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଥିଲା । ଏହା ତାଙ୍କ ପାଇଁ ଖାସ ଥିଲା । ୨୦୦୬ରେ ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଆଇନରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ । ତତ୍କାଳୀନ ଡ୍ୟୁକ୍ ଅଫି ଏଡିନବର୍ଗ ଏବଂ ବିଶ୍ୱବିଦ୍ୟାଳୟର ଚାନ୍ସଲର ପ୍ରିନ୍ସ ଫିଲିପଙ୍କ ଧ୍ୟାନ ଆକର୍ଷିତ କରିଥିଲା ମନମୋହନଙ୍କ ନୀଳ ପଗଡ଼ି । ଏହି ସମୟରେ ସେ ନୀଳ ପଗଡ଼ି ପିନ୍ଧିବାର ରାଜ୍ କହିଥିଲେ । ସେ କହିଥିଲେ କି କଲେଜ ସମୟରେ ସବୁବେଳେ ନୀଳ ପଗଡ଼ି ପିନ୍ଧୁଥିବାରୁ ସାଙ୍ଗମାନେ ତାଙ୍କୁ ‘ବ୍ଲୁ ଟର୍ବନ’ ଉପାଧି ଦେଇଥିଲେ ।
କାହିଁକି ନୀଳ ରଂଗର ପଗଡ଼ି ?
ମନମୋହନ ସିଂହଙ୍କ ନୀଳ ରଂଗ ବହୁତ ପ୍ରିୟ ଅଟେ । ପରବର୍ତ୍ତୀ ସମୟରେ ମନମୋହନଙ୍କୁ ହାଲୁକା ନୀଳ ରଂଗର ପଗଡ଼ିରେ ଦେଖିବାକୁ ମିଳିଥିଲା । ନୀଳ ରଂଗର ପଗଡ଼ି ବିଶ୍ୱବିଦ୍ୟାଳୟ ସହ ତାଙ୍କ ଭଲପାଇବାକୁ ଦର୍ଶାଇଥାଏ ।