fbpx

ଫ୍ୟାଟି ଲିଭର ହୋଇଥାଏ କାହିଁକି ? କଣ ଏହାର କାରଣ, କିପରି ପାଇବେ ଏଥିରୁ ମୁକ୍ତି , ପଢନ୍ତୁ ଏହି ରିପୋର୍ଟ

ଓଡିଶା ଭାସ୍କର: ଆଜିର ବ୍ୟସ୍ତବହୁଳ ଜୀବନରେ, ଆମେ ପ୍ରାୟତ ଆମର ସୁନ୍ଦର ସ୍ୱାସ୍ଥ୍ୟକୁ ଅଣଦେଖା କରିଥାଉ । ଦୈନନ୍ଦିନ ଜୀବନରେ ଆମର ଖାଇବା ଅଭ୍ୟାସ ଏବଂ ଜୀବନଶୈଳୀରେ ଅନେକ ଗମ୍ଭୀର ସମସ୍ୟା ସହ ଅନେକ ରୋଗ ସୃଷ୍ଟି କରୁଛି । ଏଥି ମଧ୍ୟରୁ ଗୋଟିଏ ହେଉଛି ଫ୍ୟାଟି ଲିଭର । ଏକ ଅଧ୍ୟୟନ ଅନୁଯାୟୀ, ଥଣ୍ଡା ପାନୀୟ ଏବଂ ପ୍ୟାକେଟରେ ଆସୁଥିବା ବିଭିନ୍ନ ମୃଦୁ ମିଠା ପାନୀୟ ଫ୍ୟାଟି ଯକୃତର ଆଶଙ୍କା ବହୁତ ଅଧିକ ବଢାଇ ଦେଇଥାଏ । ଫ୍ୟାଟି ଲିଭର ବଢିବା ଦ୍ୱାରା ଯକୃତରେ ଚର୍ବି ଜମା ହୋଇଥାଏ । ପରବର୍ତ୍ତୀ ସମୟରେ ଏହା ଯକୃତ ସିରୋସିସ୍ ଭଳି ଗମ୍ଭୀର ରୋଗ ସୃଷ୍ଟି କରିପାରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଥଣ୍ଡା ପାନୀୟ ଏବଂ ପ୍ୟାକେଡ୍ ଜୁସଠାରୁ ସବୁବେଳେ ଦୂରରେ ରୁହନ୍ତୁ । ଯକୃତ ସମସ୍ୟାରେ ପୀଡିତ ଲୋକମାନେ ଭୁଲରେ ମଧ୍ୟ ଅଧିକ ରସ, ଥଣ୍ଡା ପାନୀୟ କିମ୍ବା ଫଳ ଖାଇବା ଉଚିତ୍ ନୁହେଁ । ଏହି ପାନୀୟରେ ଅଧିକ ପରିମାଣର ଚିନି ରହିଥାଏ ଯାହା ଯକୃତରେ ଚର୍ବି ଜମା ହୋଇପାରେ ବୋଲି କୁହାଯାଇଥଛି ।

ଲିଭରେ ଚର୍ବି ସମସ୍ୟା ରହିଲେ ଏହାର ପ୍ରଥମ ଲକ୍ଷଣ କେମିତି ଜାଣିବେ-
କ୍ଳାନ୍ତ ଅନୁଭବ କରିବା , ଭୋକ ନଷ୍ଟ, ଓଜନ ହ୍ରାସ, ପେଟ ବଥା, ବାନ୍ତି, ହଳଦିଆ ଆଖି , ଚର୍ମର ହଳଦିଆ ଭଳି ସମସ୍ୟା ଦେଖାଗଲେ ।

ଫ୍ୟାଟି ଲିଭର କାରଣ-
ଅତ୍ୟଧିକ ମଦ୍ୟପାନ, ମେଦବହୁଳତା , ଟାଇପ୍ ୨ ଡାଇବେଟିସ୍ , ହାଇ କୋଲେଷ୍ଟ୍ରଲ ଏବଂ କିଛି ଔଷଧ ଖାଇବା ଦ୍ୱାରା ଏପରି ସମସ୍ୟା ହୋଇଥାଏ ।

ଫ୍ୟାଟି ଲିଭରକୁ ରୋକନ୍ତୁ –
ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତୁ , ନିୟମିତ ବ୍ୟାୟାମ କରନ୍ତୁ , ମଦ୍ୟପାନ କମ କରନ୍ତୁ, ଆପଣଙ୍କର ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ , ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିୟମିତ ଶରୀର ଯାଞ୍ଚ କରନ୍ତୁ ।

 

Get real time updates directly on you device, subscribe now.